ଶ୍ରୀମନ୍ଦିର ପରିସରରେ ମହିଳା ଭକ୍ତଙ୍କୁ ମାଡ଼ ଘଟଣା: ସମ୍ପୃକ୍ତ ହାବିଲଦାରଙ୍କୁ ନିଲମ୍ବିତ କଲେ ପୁରୀ ଏସ୍ପି

ପୁରୀ: ଶ୍ରୀମନ୍ଦିର ପରିସରରେ ଜଣେ ମହିଳା ଭକ୍ତଙ୍କୁ ମାଡ ମାରାଯାଇଛି।  ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆସିଥିବା ମହିଳା ଶ୍ରଦ୍ଧାଳୁଙ୍କୁ ଜଣେ ପୁଲିସ କର୍ମଚାରୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ପୁଲିସର ମାଡରେ ମହିଳା ଶ୍ରଦ୍ଧାଳୁଙ୍କ ମୁଣ୍ଡ ଫଟିଯାଇଥିବା ଜଣାପଡ଼ିଛି। ଆହତ ମହିଳାଙ୍କୁ ପୁରୀ ସଦର ମେଡିକାଲରେ ଭର୍ତ୍ତି କରାଯାଇଛି।  ତେବେ କେଉଁ କାରଣରୁ ମହିଳାଙ୍କ ପୁଲିସ କର୍ମଚାରୀ ମାଡ଼ ମାରିଲେ ତାହା ସ୍ପଷ୍ଟ ହୋଇନାହିଁ। ଖବର ପାଇ ପୁରୀ ଏସପି ଓ ବରିଷ୍ଠ ଅଧିକାରୀ ଘଟଣାର ତଦନ୍ତ ଆରମ୍ଭ […]

ପୁରୀ: ଶ୍ରୀମନ୍ଦିର ପରିସରରେ ଜଣେ ମହିଳା ଭକ୍ତଙ୍କୁ ମାଡ ମାରାଯାଇଛି।  ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆସିଥିବା ମହିଳା ଶ୍ରଦ୍ଧାଳୁଙ୍କୁ ଜଣେ ପୁଲିସ କର୍ମଚାରୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ପୁଲିସର ମାଡରେ ମହିଳା ଶ୍ରଦ୍ଧାଳୁଙ୍କ ମୁଣ୍ଡ ଫଟିଯାଇଥିବା ଜଣାପଡ଼ିଛି। ଆହତ ମହିଳାଙ୍କୁ ପୁରୀ ସଦର ମେଡିକାଲରେ ଭର୍ତ୍ତି କରାଯାଇଛି।  ତେବେ କେଉଁ କାରଣରୁ ମହିଳାଙ୍କ ପୁଲିସ କର୍ମଚାରୀ ମାଡ଼ ମାରିଲେ ତାହା ସ୍ପଷ୍ଟ ହୋଇନାହିଁ। ଖବର ପାଇ ପୁରୀ ଏସପି ବରିଷ୍ଠ ଅଧିକାରୀ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। କର୍ତ୍ତବ୍ୟରେ ଅବହେଳା ପାଇଁ ସମ୍ପୃକ୍ତ ଯବାନଙ୍କୁ କାର୍ଯ୍ଯରୁ ନିଲମ୍ବନ କରିଛନ୍ତି ପୁରୀ ଏସ୍ପି।

About The Author: The Sakala