ମାଛଧରା ଜାଲ ପାଇଁ ଲାଞ୍ଚ ନେଉଥିଲେ ଲାଞ୍ଚୁଆ ଫରେଷ୍ଟର, ମାଡିବସିଲା ଭିଜିଲାନ୍ସ

ବ୍ରହ୍ମଗିରି : ଭିଜିଲାନ୍ସ ହାତରେ ଧରାପଡିଲେ ଲାଞ୍ଚୁଆ ଫରେଷ୍ଟର। ପୁରୀ ଜିଲ୍ଲା ପାରିକୁଦ ସେକ୍ସନର ଫରେଷ୍ଟର ଅଜୟ କୁମାର ମହାରଣା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜବତ ହୋଇଥିବା ୧୦ଟି ମାଛଧରା ଜାଲ ଦେବା ପାଇଁ ଜଣେ ଅଭିଯୋଗକାରୀଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ପୂର୍ବ ଯୋଜନା ମୁତାବକ ଛକିଥିବା ଭିଜିଲାନ୍ସ ଅଧିକାରୀ ଫରେଷ୍ଟରଙ୍କୁ ମାଡ଼ି ବସିଥିଲେ । ମାଛ ଜାଲ ଯାହାର ଜବତ ହୋଇଥିଲା, ସେହି ବ୍ୟକ୍ତି ଜଣକ ଫରେଷ୍ଟରଙ୍କ […]

ବ୍ରହ୍ମଗିରି : ଭିଜିଲାନ୍ସ ହାତରେ ଧରାପଡିଲେ ଲାଞ୍ଚୁଆ ଫରେଷ୍ଟର। ପୁରୀ ଜିଲ୍ଲା ପାରିକୁଦ ସେକ୍ସନର ଫରେଷ୍ଟର ଅଜୟ କୁମାର ମହାରଣା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜବତ ହୋଇଥିବା ୧୦ଟି ମାଛଧରା ଜାଲ ଦେବା ପାଇଁ ଜଣେ ଅଭିଯୋଗକାରୀଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ପୂର୍ବ ଯୋଜନା ମୁତାବକ ଛକିଥିବା ଭିଜିଲାନ୍ସ ଅଧିକାରୀ ଫରେଷ୍ଟରଙ୍କୁ ମାଡ଼ି ବସିଥିଲେ ।

ମାଛ ଜାଲ ଯାହାର ଜବତ ହୋଇଥିଲା, ସେହି ବ୍ୟକ୍ତି ଜଣକ ଫରେଷ୍ଟରଙ୍କ ଲାଞ୍ଚ ମାଗିବା ବିଷୟରେ ଭିଜିଲାନ୍ସ ବିଭାଗର ଟୋଲ୍ ଫ୍ରି ନମ୍ବରକୁ ଫୋନ୍ କରି ଜଣାଇଥିଲେ। ଏହି ଅଭିଯୋଗ ପରେ ଭିଜିଲାନ୍ସ ଅଧିକାରୀମାନେ ଫରେଷ୍ଟରଙ୍କୁ ଧରିବା ପାଇଁ ଯୋଜନା କରିଥିଲେ । ଆଉ ଯୋଜନା ମୁତାବକ ଆଜି ଉକ୍ତ ବ୍ୟକ୍ତି ଜଣଙ୍କ ଫରେଷ୍ଟର ଅଜୟ କୁମାର ମହାରଣାଙ୍କୁ ଟଙ୍କା ଦେବା ସମୟରେ ଭିଜିଲାନ୍ସ ଧରିଥିଲା।

About The Author: The Sakala