କୃଷ୍ଣପ୍ରସାଦରେ ସୁଧୁରୁଛି ଆଇନଶୃଙ୍ଖଳା: ନୂଆ ଥାନା ଅଧିକାରୀ ବିଚିତ୍ରାନନ୍ଦ ପ୍ରଧାନଙ୍କ କାର୍ଯ୍ୟଶୈଳୀକୁ ନେଇ ଚର୍ଚ୍ଚା
ପୁରୀ ଜିଲ୍ଲା ଅନ୍ତର୍ଗତ କୃଷ୍ଣପ୍ରସାଦ ଥାନାରେ ନୂତନ ଅଧିକାରୀ ଭାବେ ବିଚିତ୍ରାନନ୍ଦ ପ୍ରଧାନ ଯୋଗଦେବା ପରେ ସ୍ଥାନୀୟ ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତିରେ ବ୍ୟାପକ ସୁଧାର ଆସିଛି। ଚୋରି, ରାହାଜାନି ଓ ନିଶା ବେପାର ଭଳି ଅପରାଧିକ କାର୍ଯ୍ୟକଳାପ ଉପରେ ରୋକ୍ ଲଗାଇବାରେ ପୋଲିସ ସଫଳତା ହାସଲ କରିଛି।
ମାଲୁଦ ବଜାର ଗୁଳିକାଣ୍ଡର ସଫଳ ପର୍ଦ୍ଦାଫାଶ
ନିକଟରେ ମାଲୁଦ ବଜାରରେ ଥିବା ଏକ ସୁନା ଦୋକାନ କର୍ମଚାରୀଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ଏହି ଘଟଣାର ତଦନ୍ତ କରି କୃଷ୍ଣପ୍ରସାଦ ପୋଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ଏହି ସମ୍ବେଦନଶୀଳ ମାମଲାର ଦ୍ରୁତ ସମାଧାନ କରିବାରେ ଥାନା ଅଧିକାରୀଙ୍କ ପ୍ରମୁଖ ଭୂମିକାକୁ ନେଇ ସାଧାରଣରେ ବେଶ୍ ପ୍ରଶଂସା କରାଯାଉଛି।
କଡ଼ାକଡ଼ି ହେଲା ରାତ୍ରିକାଳୀନ ପାଟ୍ରୋଲିଂ
କେବଳ ଗୁଳିକାଣ୍ଡ ନୁହେଁ, ବରଂ ଦୀର୍ଘ ବର୍ଷ ଧରି ଫେରାର୍ ଥିବା ଅନେକ ଅସାମାଜିକ ବ୍ୟକ୍ତିଙ୍କୁ ପୋଲିସ ୱାରେଣ୍ଟ ବଳରେ ଗିରଫ କରିଛି। ସ୍ଥାନୀୟ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ପାଇଁ ରାତ୍ରିକାଳୀନ ପାଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ବିଗତ ୩ ମାସ ତଳେ ଶ୍ରୀ ପ୍ରଧାନ ଏଠାରେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଅପରାଧୀଙ୍କ ମନରେ ଛନକା ପଶିଛି।
ବୁଦ୍ଧିଜୀବୀ ମହଲରେ ପ୍ରଶଂସା
କୃଷ୍ଣପ୍ରସାଦ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ଦିଗରେ ନିଆଯାଇଥିବା ଏଭଳି ଦୃଢ଼ ପଦକ୍ଷେପ ଯୋଗୁଁ ସ୍ଥାନୀୟ ବାସିନ୍ଦାମାନେ ଆଶ୍ୱସ୍ତ ହୋଇଛନ୍ତି। ଥାନା ଅଧିକାରୀଙ୍କ ଦକ୍ଷତା ଏବଂ କାର୍ଯ୍ୟଶୈଳୀକୁ ନେଇ ବର୍ତ୍ତମାନ ଛକବଜାରଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ମହଲରେ ସବୁଠି ସକାରାତ୍ମକ ଚର୍ଚ୍ଚା ଜୋର ଧରିଛି।