ନୟାଗଡ଼ ଖଣ୍ଡପଡ଼ା ଏସ୍‌ଡିପିଓଙ୍କ ନାଁରେ ସାଂଘାତିକ ଅଭିଯୋଗ: ମାମଲା ରଫାଦଫା ପାଇଁ ମହିଳାଙ୍କୁ ଅଶ୍ଳୀଳ ବାର୍ତ୍ତା ଓ ଧମକ

Tapas Ranjan Nanda Picture
Published On

ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଖଣ୍ଡପଡ଼ା ଏସ୍‌ଡିପିଓ ମଦନ ମୋହନ ପ୍ରଧାନଙ୍କ ବିରୋଧରେ ଏକ ସାଂଘାତିକ ଅଭିଯୋଗ ଆସିଛି। ଫତେଗଡ଼ ଥାନା ଅଞ୍ଚଳର ଜଣେ ମହିଳା ତାଙ୍କ ବିରୋଧରେ ଥାନା ମାମଲା ରଫାଦଫା କରିବା ବାହାନାରେ ହ୍ଵାଟ୍ସଆପ୍‌ରେ ଅଶ୍ଳୀଳ ବାର୍ତ୍ତା ପଠାଇବା ଏବଂ ଅସଦାଚରଣ କରିବା ନେଇ ଅଭିଯୋଗ ଆଣିଛନ୍ତି। ଏ ନେଇ ପୀଡ଼ିତା ସିଧାସଳଖ ପୋଲିସ ଡିଜି (DGP)ଙ୍କ ନିକଟରେ ଲିଖିତ ଅଭିଯୋଗ କରି କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସୁପ୍ରିମକୋର୍ଟଙ୍କ ରାଜ୍ୟ ସରକାରଙ୍କୁ ପ୍ରଶ୍ନ- ସିବିଆଇ ଏତଲା ବାବଦରେ ଅବଗତ ଥିଲେ କି?



କଣ ରହିଛି ସମ୍ପୂର୍ଣ୍ଣ ଘଟଣା?

ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ଗତବର୍ଷ ଜୁଲାଇ ୩ ତାରିଖରେ ଘଟିଥିବା ଏକ ଗଣ୍ଡଗୋଳ ଘଟଣାକୁ ନେଇ ଥାନାରେ ମାମଲା ରୁଜୁ ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ମାମଲାରେ ଫତେଗଡ଼ ଜେଏମ୍ଏଫ୍‌ସି (JMFC) କୋର୍ଟରୁ ଏକ ସମନ୍ ମଧ୍ୟ ଆସିଥିଲା। ଏହି ଘଟଣାର ତଦନ୍ତ ଆଳରେ ଏସ୍‌ଡିପିଓ ମଦନ ମୋହନ ପ୍ରଧାନ ତାଙ୍କ ସହ ଯୋଗାଯୋଗ କରିଥିଲେ। ଅଭିଯୋଗ ମୁତାବକ, ପୋଲିସ ଅଧିକାରୀ ଜଣକ ଖରାପ ଉଦ୍ଦେଶ୍ୟ ରଖି ତାଙ୍କ ସହିତ କଥାବାର୍ତ୍ତା କରିବା ସହ ଏକ ହୋଟେଲକୁ ଆସିବାକୁ ବାଧ୍ୟ କରିଥିଲେ। ମହିଳା ଜଣକ ଏଥିରେ ରାଜି ନହେବାରୁ ସେ ହ୍ଵାଟ୍ସଆପ୍‌ରେ ଅଶ୍ଳୀଳ ବାର୍ତ୍ତା ପଠାଇଥିଲେ, ଯାହାର ପ୍ରମାଣ ତାଙ୍କ ପାଖରେ ରହିଥିବା ମହିଳା ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ପାର୍ବଣ ପୂର୍ବରୁ ରାଜଧାନୀରେ ହିଂସାକାଣ୍ଡ: ପୂର୍ବ ଶତ୍ରୁତା କେନ୍ଦ୍ର କରି ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

ମିଥ୍ୟା ମାମଲାରେ ଫସାଇଦେବାକୁ ଧମକ

ଏହି ଘଟଣା ଏତିକିରେ ସୀମିତ ରହିନଥିଲା। ମହିଳାଙ୍କ ଅଭିଯୋଗ ଅନୁସାରେ, ଯଦି ସେ ଶାରୀରିକ ସମ୍ପର୍କ ରଖିବାକୁ ରାଜି ନହୁଅନ୍ତି, ତେବେ ତାଙ୍କ ସ୍ୱାମୀଙ୍କୁ ମିଥ୍ୟା ମାମଲାରେ ଫସାଇ ଦିଆଯିବ ବୋଲି ଏସ୍‌ଡିପିଓ ଧମକ ଦେଇଥିଲେ। ଏପରିକି ମିଥ୍ୟା କେସ୍ କରି ପୀଡ଼ିତାଙ୍କୁ ରାତିସାରା ଥାନାରେ ଅଟକ ରଖି ନିଜର ଖରାପ ଉଦ୍ଦେଶ୍ୟ ଚରିତାର୍ଥ କରିବାକୁ ମଧ୍ୟ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ସାମାଜିକ ଗଣମାଧ୍ୟମରେ ଏହାକୁ ନେଇ ଏକ ଅଡିଓ କ୍ଲିପ୍ ମଧ୍ୟ ଭାଇରାଲ ହେବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରର ନୂଆ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କଲେ ଶର୍ବଣା ବିବେକ ଏମ୍

ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ

ଏଭଳି ଏକ ସମ୍ବେଦନଶୀଳ ତଥା ସଂଗୀନ ଅଭିଯୋଗ ସାମ୍ନାକୁ ଆସିବା ପରେ ପୋଲିସ ବିଭାଗରେ ହଇଚଇ ସୃଷ୍ଟି ହୋଇଛି। ଘଟଣା ସମ୍ପର୍କରେ ଏସ୍‌ଡିପିଓଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ତାଙ୍କର ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ରହିଥିବାରୁ କୌଣସି ଯୋଗାଯୋଗ ହୋଇପାରିନାହିଁ। ଏବେ ପୋଲିସ ମହାନିର୍ଦ୍ଦେଶକ ଏହି ଘଟଣାରେ କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର