ପୁରୀ ସମୁଦ୍ରରୁ ମିଳିଲା ଭାସମାନ ପଥର: ‘ଶ୍ରୀରାମ ଶିଳା’ ହୋଇଥିବା ନେଇ ଚର୍ଚ୍ଚା

ପୁରୀ: ପୁରୀ ସମୁଦ୍ରରୁ ମିଳିଛି ଭାସମାନ ପଥର। ପାଣିରେ ଏକ ପଥର ଖଣ୍ଡ ଭାସୁଥିବା ଖବର ଜଣାପଡ଼ିବା ପରେ ଏହାକୁ ନେଇ ପୁରୀ ସହରରେ ବେଶ୍ ଚର୍ଚ୍ଚା ଚାଲିଛି। ଏହି ପଥରକୁ କେହି କେହି ଶ୍ରୀରାମ ଶିଳା ବୋଲି କହୁଛନ୍ତି। ସୂଚନା ଅନୁଯାୟୀ, ଶନିବାର ପୁରୀରେ ଗୋସାଣୀ ଭସାଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। କେତେକ ପୂଜା ସାମଗ୍ରୀକୁ ସମୁଦ୍ରରେ ବିସର୍ଜନ କରିବା ଲାଗି ଲୋକେ ଏକ ଅଟୋରେ ନେଇଯାଇଥିଲେ। ତେବେ ସମୁଦ୍ର କୂଳରେ ଏକ ପଥରଖଣ୍ଡ ଲହଡିରେ […]

ପୁରୀ: ପୁରୀ ସମୁଦ୍ରରୁ ମିଳିଛି ଭାସମାନ ପଥର। ପାଣିରେ ଏକ ପଥର ଖଣ୍ଡ ଭାସୁଥିବା ଖବର ଜଣାପଡ଼ିବା ପରେ ଏହାକୁ ନେଇ ପୁରୀ ସହରରେ ବେଶ୍ ଚର୍ଚ୍ଚା ଚାଲିଛି। ଏହି ପଥରକୁ କେହି କେହି ଶ୍ରୀରାମ ଶିଳା ବୋଲି କହୁଛନ୍ତି।

ସୂଚନା ଅନୁଯାୟୀ, ଶନିବାର ପୁରୀରେ ଗୋସାଣୀ ଭସାଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। କେତେକ ପୂଜା ସାମଗ୍ରୀକୁ ସମୁଦ୍ରରେ ବିସର୍ଜନ କରିବା ଲାଗି ଲୋକେ ଏକ ଅଟୋରେ ନେଇଯାଇଥିଲେ। ତେବେ ସମୁଦ୍ର କୂଳରେ ଏକ ପଥରଖଣ୍ଡ ଲହଡିରେ ମାଡ଼ ହେଉଥିବା ବେଳେ ଏହା ଭାସୁଥିବା ସମ୍ପୃକ୍ତ ଅଟୋଚାଳକ ଜଗନ ଦେଖିବାକୁ ପାଇଥିଲେ। ସେ ଏହି ପଥରକୁ ଆଣି ଶ୍ରୀମନ୍ଦିର ସେବକ ଶମ୍ଭୁନାଥ ଖୁଣ୍ଟିଆଙ୍କୁ ପ୍ରଦାନ କରି ଭାସୁଥିବା କଥା କହିଥିଲେ। ଏହାପରେ ଉଭୟେ ଏହି ପଥରକୁ ପରୀକ୍ଷା କରିବା ପାଇଁ ମାର୍କଣ୍ଡ ପୁଷ୍କରିଣୀ ନେଇଥିଲେ। ପୁଷ୍କରିଣୀ ପାଣିରେ ପଥରଖଣ୍ଡ ଭାସିଥିଲା । ଏ ନେଇ ସେମାନେ ଆଶ୍ଚର୍ଯ୍ୟପ୍ରକଟ କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ବହୁ ଲୋକ ପୋଖରୀ କୂଳରେ ପହଞ୍ଚି ପଥରଟି ଭାସୁଥିବା ଦେଖିଥିଲେ |

About The Author: The Sakala