ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ, ୩ ବିଭାଗରେ ରେଭେନ୍ସା ଶୀର୍ଷରେ

ଭୁବନେଶ୍ୱର: ୨୦୨୪ – ୨୫ ଶିକ୍ଷା ବର୍ଷ ନିମନ୍ତେ ଯୁକ୍ତ ଦୁଇ ନାମଲେଖା ପାଇଁ ଆଜି ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ ମେଧା ତାଲିକା । ww.samsodisha.gov.in ପୋର୍ଟାଲରେ ଉପଲବ୍ଧ ହୋଇଛି ତାଲିକା। ତିନୋଟି ଷ୍ଟ୍ରିମରେ ରେଭେନ୍ସା ହାୟର ସେକେଣ୍ଡାରୀ ସ୍କୁଲର ସର୍ବାଧିକ କଟ୍‌ ଅଫ ମାର୍କ ରିହଛି। କଳାରେ ୭୫.୧୭% କଟ୍‌ ଅଫ୍‌ ରହିଥିବା ବେଳେ ବାଣିଜ୍ୟରେ ୭୭ % ଏବଂ ବିଜ୍ଞାନରେ ୯୧.୫୦% ସହ ଆଗରେ ରହିଛି ରେଭେନ୍ସା। ସେହିପରି ବିଜେବି ବିଜ୍ଞାନରେ ୮୭%, […]

ଭୁବନେଶ୍ୱର: ୨୦୨୪ – ୨୫ ଶିକ୍ଷା ବର୍ଷ ନିମନ୍ତେ ଯୁକ୍ତ ଦୁଇ ନାମଲେଖା ପାଇଁ ଆଜି ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ ମେଧା ତାଲିକା । ww.samsodisha.gov.in ପୋର୍ଟାଲରେ ଉପଲବ୍ଧ ହୋଇଛି ତାଲିକା। ତିନୋଟି ଷ୍ଟ୍ରିମରେ ରେଭେନ୍ସା ହାୟର ସେକେଣ୍ଡାରୀ ସ୍କୁଲର ସର୍ବାଧିକ କଟ୍‌ ଅଫ ମାର୍କ ରିହଛି। କଳାରେ ୭୫.୧୭% କଟ୍‌ ଅଫ୍‌ ରହିଥିବା ବେଳେ ବାଣିଜ୍ୟରେ ୭୭ % ଏବଂ ବିଜ୍ଞାନରେ ୯୧.୫୦% ସହ ଆଗରେ ରହିଛି ରେଭେନ୍ସା। ସେହିପରି ବିଜେବି ବିଜ୍ଞାନରେ ୮୭%, ବାଣିଜ୍ୟ ୭୦% ଓ କଳା ୭୨.୩୩% ରହିଛି।

ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ୨୨ରୁ ୨୭ତାରିଖ ମଧ୍ୟରେ ନାମ ଲେଖାଇ ପାରିବେ। ନିଜ ପସନ୍ଦର କଲେଜରେ ନାମଲେଖା ପାଇଁ ୩୦ ତାରିଖ ମଧ୍ୟରେ ଅନ୍‌‌ଲାଇନ୍‌‌ରେ ସ୍ଲାଇଡ୍‌‌ ଅପ୍‌‌ କରିବେ। ଏହାପରେ ଅଗଷ୍ଟ ୫ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଏଥିରେ ଚୟନ ହୋଇଥିବା ଛାତ୍ରାଛାତ୍ରୀମାନେ ୭ରୁ ୧୦ ତାରିଖ ମଧ୍ୟରେ ନାମ ଲେଖାଇ ପାରିବେ। ସେହିପରି ଅଗଷ୍ଟ ୧୨ରୁ ୧୪ ତାରିଖ ମଧ୍ୟରେ ସ୍ପଟ୍‌‌ ନାମଲେଖା ପାଇଁ ଚଏସ୍‌‌ ଲକିଂ କରିପାରିବେ। ଅଗଷ୍ଟ ୨୦ ତାରିଖରେ ସ୍ପଟ୍‌‌ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇ ୨୨ରୁ ୨୮ ତାରିଖ ମଧ୍ୟରେ ନାମଲେଖା ହେବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଚଳିତ ବର୍ଷ ୨୩୪୪ଟି ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ସମୁଦାୟ ୫ ଲକ୍ଷ ୮ହଜାର ୧୬୨ଟି ସିଟ୍‌‌ ଉପଲବ୍ଧ ରହିଛି। ଏଥିପାଇଁ ମୋଟ୍‌‌ ୪ଲକ୍ଷ ୭୧ହଜାର ୫୮୭ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ଫଳରେ ଚଳିତ ବର୍ଷ ପ୍ରାୟ ୩୭ ହଜାରରୁ ଅଧିକ ସିଟ୍‌‌ ଖାଲି ପଡ଼ିବ। ୨୦୨୩-୨୪ ଶିକ୍ଷାବର୍ଷରେ ୫ଲକ୍ଷ ୩୦ହଜାର ୧୫୩ଜଣ ଛାତ୍ରଛାତ୍ରୀ ଦଶମ ପାସ୍‌‌ କରିଛନ୍ତି। ପାସ୍‌‌ ଛାତ୍ରଛାତ୍ରୀଙ୍କ ତୁଳନାରେ ପ୍ରାୟ ୫୯ହଜାର କମ୍‌‌ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି।

About The Author: The Sakala