ନୂଆଦିଲ୍ଲୀ: ବୁଧବାରଠୁ ଖୋଲା ବଜାରରେ ମିଳିବ ଟିକା । ଏଥିପାଇଁ କୋଭିଶିଲ୍ଡ ଟିକା ପ୍ରସ୍ତୁତକାରୀ କମ୍ପାନୀ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏସଆଇଆଇ) ବୁଧବାର ଟିକା ଦର ଧାର୍ଯ୍ୟ କରିଛି। ଟିକାର ଦାମ୍ କେତେ ରହିବ ସେନେଇ ମଧ୍ୟ ସ୍ପଷ୍ଟ କରିଛି କମ୍ପାନୀ । ଘରୋଇ ହସ୍ପିଟାଲରେ ଟିକାର ଦାମ ୬୦୦ ଟଙ୍କା ରହିଥିବାବେଳେ ସରକାରୀ ହସ୍ପିଟାଲରେ ଏହି ଦାମ ୪୦୦ ଟଙ୍କାରେ ମିଳିବ ।
ବଢୁଥିବା ସଂକ୍ରଣକୁ ଦୃଷ୍ଟିରେ ରଖି ଟିକା ଖୋଲା ବଜାରରେ ଉପଲବ୍ଧ ହେଉ ବୋଲି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବ ପ୍ରଦାନ କରିଥିଲେ । ନବୀନ ପଟ୍ଟନାୟକଙ୍କ ପ୍ରସ୍ତାବକୁ କେନ୍ଦ୍ର ସରକାର ଗ୍ରହଣ କରିବା ସହ ଖୋଲା ବଜାରରେ ଟିକା ମିଳିବା ନେଇ ଅନୁମତି ଦେଇଥିଲେ। ଗତକାଲି ମଧ୍ୟ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିବା ଅବସରରେ ଏହି କଥା ଉଲ୍ଲେଖ କରିଥିଲେ ।
ସୂଚନା ଅନୁଯାୟୀ, ଆସନ୍ତା ମେ ୧ ତାରିଖରୁ ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଟିକା ନେଇପାରିବେ।