ଓଡ଼ିଶାର ସବୁ ସହରକୁ ହେବ ପାଇପ ଗ୍ୟାସ ଲାଇନ୍ ସଂଯୋଗ: ନଗର ଉନ୍ନୟନ୍ନ ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ସବୁ ସହରକୁ ପାଇପ ଗ୍ୟାସ ଲାଇନ୍ ସଂଯୋଗ ନେଇ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି। ଏନେଇ ବଡ ସୂଚନା ଦେଇଛନ୍ତି ନଗର ଉନ୍ନୟନ୍ନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସବୁ ମହାନଗର ନିଗମ ସହିତ ଅନୁଗୁଳ, ଢେଙ୍କାନାଳ ଭଳି ବଡ ବଡ ସହରରେ ପ୍ରାୟ କାମ ସରିଲାଣି। ବାକି ଯେଉଁ ସହର ରହିଯାଇଛି ସେଠାରେ କାମ ଆରମ୍ଭ ହେବ। ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି ସେମାନେ ସହଯୋଗ କରୁଛନ୍ତି। ବିଭିନ୍ନ ଏଜେନ୍ସି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗତକାଲି ଏ ନେଇ ସମୀକ୍ଷା ହୋଇଥିଲା। ଟାର୍ଗେଟ ଅନୁସାରେ କାର୍ଯ୍ୟ ପାଇଁ ଯୋଜନା ହୋଇଛି। ପିଏନଜିରେ ସମସ୍ୟା ଦେଖାଦେଲେ କମ୍ପାନୀ ମାନେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବେ। ବର୍ଷା ପୂର୍ବରୁ ସମସ୍ତ କାର୍ଯ୍ୟ ସାରିବାକୁ ସରକାର ଚେଷ୍ଟା କରୁଛନ୍ତି। ନୂଆ ଟେକ୍ନୋଲୋଜି ରେ ହେବ ଯାହା ଦ୍ଵାରା ରାସ୍ତା ଅଧିକ ଖୋଳିବାକୁ ପଡ଼ିବ ନାହିଁ। 

About The Author: Madhusudan Das