ଭୁବନେଶ୍ୱର: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ପାଇଁ ପିଲାଙ୍କ ମାଟ୍ରିକ୍ ମାର୍କ ଆସନ୍ତା ୧୯ ତାରିଖ ମଧ୍ୟରେ ଅପଲୋଡ ହେବ। ସାମ୍ସ ପୋର୍ଟାଲରେ କଲେଜ କର୍ତ୍ତୃପକ୍ଷ ପିଲାଙ୍କ ମାର୍କ ଅପଲୋଡ କରିବେ। ତେବେ ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ପକ୍ଷରୁ ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ଚିଠି ଲେଖାଯାଇଛି। ଅପଲୋଡ ପ୍ରକ୍ରିୟା ନେଇ ବିସ୍ତୃତ ମାର୍ଗଦର୍ଶିକା ଜାରି ହୋଇଛି। କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ଏକ୍ସ-ରେଗୁଲାର୍ ଛାତ୍ରଛାତ୍ରୀଙ୍କ ପୂର୍ବ ବର୍ଷର ମାର୍କ ଓ ସବିଶେଷ ତଥ୍ୟ ପୋର୍ଟାଲରେ ଅପଲୋଡ କରିବା ଲାଗି ସିଏଚଏସଇର ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ସମସ୍ତ ଜୁନିୟର କଲେଜର ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପିଲାଙ୍କ ପ୍ରକ୍ଟିକାଲ୍ ମାର୍କ ଅପଲୋଡ ଓ ଯାଞ୍ଚ ପ୍ରକ୍ରିୟା ଜୁଲାଇ ୧୮ ସୁଦ୍ଧା ସାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଅପଲୋଡ୍ ପ୍ରକ୍ରିୟାରେ କୌଣସି ସମସ୍ୟାର ସମ୍ମୁଖୀନ ହେଲେ ‘ଓକାକ୍’ର ହେଲ୍ପଲାଇନ୍ ନମ୍ବର ୧୫୫୩୩୫ରେ କଲ୍ କରିବା ପାଇଁ କାଉନ୍ସିଲ୍ ପରାମର୍ଶ ଦେଇଛି।
ସୂଚନାଯୋଗ୍ୟ, ଚଳିତ ମାସ ଶେଷ ସୁଦ୍ଧା +୨ ପଳ ପ୍ରକାଶ କରିବା ଲାଗି ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ ଥିବାବେଳେ ଏହାରି ଆଧାରରେ କାର୍ଯ୍ୟାପନ୍ଥା ଗ୍ରହଣ କରାଯାଉଥିବା ସିଏଚଏସଇ ଦର୍ଶାଇଛି। ମାଟ୍ରିକ୍ ଆଧାରରେ ପିଲାଙ୍କୁ +୨ର ମାର୍କ ପ୍ରଦାନ କରାଯାଉଥିବାବେଳେ ଜୁଲାଇ ୩୧ ସୁଦ୍ଧା +୨ ଫଳ ବାହାରିବ ବୋଲି ମଧ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୁଚନା ମିଳିଛି।
ସିଏଚ୍ଏସ୍ଇ +୨ ମୂଲ୍ୟାୟନ ପ୍ରସଙ୍ଗ: ୧୯ ସୁଦ୍ଧା ସରିବ ମାଟ୍ରିକ୍ ମାର୍କ ଅପ୍ଲୋଡ୍
ଭୁବନେଶ୍ୱର: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ପାଇଁ ପିଲାଙ୍କ ମାଟ୍ରିକ୍ ମାର୍କ ଆସନ୍ତା ୧୯ ତାରିଖ ମଧ୍ୟରେ ଅପଲୋଡ ହେବ। ସାମ୍ସ ପୋର୍ଟାଲରେ କଲେଜ କର୍ତ୍ତୃପକ୍ଷ ପିଲାଙ୍କ ମାର୍କ ଅପଲୋଡ କରିବେ। ତେବେ ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ପକ୍ଷରୁ ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ଚିଠି ଲେଖାଯାଇଛି। ଅପଲୋଡ ପ୍ରକ୍ରିୟା ନେଇ ବିସ୍ତୃତ ମାର୍ଗଦର୍ଶିକା ଜାରି ହୋଇଛି। କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ଏକ୍ସ-ରେଗୁଲାର୍ ଛାତ୍ରଛାତ୍ରୀଙ୍କ ପୂର୍ବ […]