କେନ୍ଦ୍ରାପଡ଼ା: ଛାତି ବିନ୍ଧୁଥିଲା ବୋଲି ସ୍ବାସ୍ଥ୍ୟକେନ୍ଦ୍ର ଗଲେ, ହେଲେ ସେଠି କୁକୁର କାମୁଡ଼ା ଇଞ୍ଜେକ୍ସନ ଦେଲେ ଫାର୍ମାସିଷ୍ଟ । କେନ୍ଦ୍ରାପଡ଼ା ଜିଲ୍ଲା କରିଲୋପାଟଣା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଘଟିଛି ଏପରି ଅଭାବନୀୟ ଘଟଣା । ଛାତିରେ ଯନ୍ତ୍ରଣା ହେବାରୁ ହସ୍ପିଟାଲ ଯାଇଥିଲେ ଅନନ୍ତ ଜେନା ନାମକ ଜଣେ ଯୁବକ । ଏହି ସମୟରେ ତାଙ୍କ ପାଖରେ ଆଉ ଜଣେ କୁକୁର କାମୁଡା ରୋଗୀ ବସିଥିଲେ । ତେବେ ସ୍ୱାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ଭୁଲରେ ଛାତି ବିନ୍ଧୁଥିବା ଅନନ୍ତ ଜେନାଙ୍କୁ କୁକୁର କାମୁଡା ଇଞ୍ଜେକସନ ଫୋଡ଼ି ଦେଇଥିଲେ । ଫଳରେ ଅନନ୍ତ ଭୟଭୀତ ହୋଇ ପଡିଥିଲେ l ଇଞ୍ଜେକ୍ସନ ନେବା ପରେ ତାଙ୍କ ମୁଣ୍ଡ ବୁଲାଇବାରୁ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ତେବେ ଭୁଲବଶତଃ ଏପରି ହୋଇଯାଇଥିବା ଫାର୍ମାସିଷ୍ଟ ସୁଧୀର ଦଳାଇ ସଫେଇ ଦେଇଛନ୍ତି ।