ପିଜିଆଇ ରିପୋର୍ଟ : ଓଡ଼ିଶାଠୁ ପଛରେ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ତାମିଲନାଡୁ

ଭୁବନେଶ୍ୱର : ସୁଧୁରୁଛି ରାଜ୍ୟର ଶୈକ୍ଷିକ ଭିତ୍ତିଭୂମି। ପୂର୍ବ ଅପେକ୍ଷା ରାଜ୍ୟର ଛାତ୍ରଛାତ୍ରୀ ସମସ୍ତ କ୍ଷେତ୍ରରେ ଭଲ ପ୍ରଦର୍ଶନ କରୁଛନ୍ତି। ନାସ୍‍ ସର୍ବେକ୍ଷଣ ପରେ ଏବେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ପିଜିଆଇ(ପର୍ଫମାନ୍ସ ଗ୍ରେଡିଙ୍ଗ୍‍ ଇଣ୍ଡେକ୍ସ) ରିପୋର୍ଟ ଦର୍ଶାଇଛି। ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ପିଜିଆଇ ରିପୋର୍ଟ ଓଡ଼ିଶାର ଗୁଣାତ୍ମକ ମାନକୁ ଦର୍ଶାଇଥିବାବେଳେ ରାଜ୍ୟ ସରକାରଙ୍କ ଶିକ୍ଷା ରୂପାନ୍ତରଣ ଯୋଜନା ଓ ଶିକ୍ଷା ଭିତ୍ତିଭୂମିର ସୁଦୃଢ଼ୀକରଣକୁ ପ୍ରାଧାନ୍ୟ ଅଭୂତପୂର୍ବ ସଫଳତା ଦେଇଛି। କାର୍ଯ୍ୟଦକ୍ଷତା ଗ୍ରେଡିଙ୍ଗ୍‍ ଇଣ୍ଡେକ୍ସ(ପିଜିଆଇ) ହେଉଛି ରାଜ୍ୟ ଏବଂ […]

ଭୁବନେଶ୍ୱର : ସୁଧୁରୁଛି ରାଜ୍ୟର ଶୈକ୍ଷିକ ଭିତ୍ତିଭୂମି। ପୂର୍ବ ଅପେକ୍ଷା ରାଜ୍ୟର ଛାତ୍ରଛାତ୍ରୀ ସମସ୍ତ କ୍ଷେତ୍ରରେ ଭଲ ପ୍ରଦର୍ଶନ କରୁଛନ୍ତି। ନାସ୍‍ ସର୍ବେକ୍ଷଣ ପରେ ଏବେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ପିଜିଆଇ(ପର୍ଫମାନ୍ସ ଗ୍ରେଡିଙ୍ଗ୍‍ ଇଣ୍ଡେକ୍ସ) ରିପୋର୍ଟ ଦର୍ଶାଇଛି। ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ପିଜିଆଇ ରିପୋର୍ଟ ଓଡ଼ିଶାର ଗୁଣାତ୍ମକ ମାନକୁ ଦର୍ଶାଇଥିବାବେଳେ ରାଜ୍ୟ ସରକାରଙ୍କ ଶିକ୍ଷା ରୂପାନ୍ତରଣ ଯୋଜନା ଓ ଶିକ୍ଷା ଭିତ୍ତିଭୂମିର ସୁଦୃଢ଼ୀକରଣକୁ ପ୍ରାଧାନ୍ୟ ଅଭୂତପୂର୍ବ ସଫଳତା ଦେଇଛି।

କାର୍ଯ୍ୟଦକ୍ଷତା ଗ୍ରେଡିଙ୍ଗ୍‍ ଇଣ୍ଡେକ୍ସ(ପିଜିଆଇ) ହେଉଛି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ବିଦ୍ୟାଳୟ ଶିକ୍ଷାର ସ୍ଥିତି ବିଷୟରେ ଅନ୍ତର୍ନିହିତ ସୂଚନା ପ୍ରଦାନ କରିବା ପାଇଁ ଏକ ସାଧନ। ଯାହାକି ସେମାନଙ୍କ କାର୍ଯ୍ୟଦକ୍ଷତା ଏବଂ ଉନ୍ନତି ପାଇଁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକ ସୂଚାଇଥାଏ। ଏହାକୁ ଆଧାର କରି ବିଭିନ୍ନ ରିପୋର୍ଟ ମଧ୍ୟ ପ୍ରଦାନ କରେ। ତେବେ କେନ୍ଦ୍ର ଶୀକ୍ଷା ମନ୍ତ୍ରଣାଳୟର ପିଜିଆଇ ତଥ୍ୟ ବିଗତ ଦୁଇଟି ଶିକ୍ଷା ବର୍ଷ ୨୦୧୮-୧୯ ଓ ୨୦୧୯-୨୦କୁ ଆଧାର କରି ପ୍ରକାଶ ପାଇଛି। ମୋଟ୍‍ ୬ଶହ ପଏଣ୍ଟକୁ ନେଇ ମୁଲ୍ୟାୟନ ହୋଇଥିବାବେଳେ ୮୩ଟି ମାନଦଣ୍ଡ ଓ ୬ଟି ବର୍ଗକୁ ନେଇ ପିଜିଆଇ ମାନ ନିର୍ଦ୍ଧାରଣ କରିଛି। ସମୁଦାୟ ଉପଲବ୍ଧି, ବହୁମୁଖୀ ଶ୍ରେଣୀ କାର୍ଯ୍ୟ, ଭିତ୍ତିଭୂମି ସୁବୁିଧା ଓ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ, ସ୍କୁଲର ସୁରକ୍ଷା, ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ପ୍ରାଶାସନିକ ପ୍ରକ୍ରିୟା ଆଦିକୁ କ୍ଷେତ୍ରକୁ ନେଇ ପିଜିଆଇ ମୂଲ୍ୟାୟନ କରିଛି।

ସେହିପରି ଫଳାଫଳକୁ ନେଇ ମଧ୍ୟ ଦଶଟି ବର୍ଗ କରିଛି। ଆକାଂକ୍ଷୀ ବର୍ଗରେ ତିନି, ପ୍ରଚେଷ୍ଠା ବର୍ଗରେ ତିନି ପ୍ରକାର ସହିତ ଉତ୍ତମ, ଅତିଉତ୍ତମ, ଉତ୍କର୍ଷ ଓ ଦକ୍ଷ ଆଦି ସମୁଦାୟ ୧୦ଟି ବର୍ଗ କରିଛି। ୯୦ ପ୍ରତିଶତରୁ ଅଧିକ ମୂଲ୍ୟ ହାସଲ କରିଥିବା ଜିଲ୍ଲାଗୁଡ଼ିକୁ ଦକ୍ଷ, ୮୦ ପ୍ରତିଶତରୁ ଅଧିକ ଉତ୍କର୍ଷ, ୭୦ ପ୍ରତିଶତରୁ ଅଧିକ ଅତିଉତ୍ତମ, ୬୦ ପ୍ରତିଶତରୁ ଅଧିକ ଉତ୍ତମ ବର୍ଗୀକରଣ କରାଯାଇଥିବାବେଳେ ପ୍ରଚେଷ୍ଠା ଓ ଆକାଂକ୍ଷୀ ଆଦି ୧୦ରୁ ୬୦ ପ୍ରତିଶତ ମଧ୍ୟରେ ରଖିଛି। ତେବେ ଓଡ଼ିଶାର ଜଗତସିଂହପୁର ଜିଲ୍ଲା ୬ଶହରୁ ୪୩୮ ମୂଲ୍ୟ ହାସଲ କରି ଅତି ଉତ୍ତମ ସ୍ଥିତିରେ ଥିବାବେଳେ ଗଞ୍ଜାମ, କଟକ, ପୁରୀ, ଅନୁଗୋଳ, ଭଦ୍ରକ, ନୟାଗଡ଼, ବାଲେଶ୍ୱର, କେନ୍ଦ୍ରପଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ ଆଦି ୧୦ ଜିଲ୍ଲା ଉତ୍ତମ ସ୍ଥିତିରେ ରହିଛନ୍ତି।

ସେହିପରି ନୂଆପଡ଼ା, ଝାରସୁଗୁଡ଼ା, ସୁବର୍ଣ୍ଣପୁର, ଢେଙ୍କାନାଳ, ବୌଦ୍ଧ ଆଦି ୧୮ଟି ଜିଲ୍ଲା ପ୍ରଚେଷ୍ଠା-୧ ବର୍ଗରେ ଥିବାବେଳେ କେବଳ ବରଗଡ଼ ଜିଲ୍ଲା ୨୬୩ ମୂଲ୍ୟ ହାସଲ କରି ପ୍ରଚେଷ୍ଠା-୨ ବର୍ଗରେ ରହିଛି। ଯଦିଓ ଅନ୍ୟ ସମସ୍ତ କ୍ଷେତ୍ରରେ ଓଡ଼ିଶା ଭଲ ପ୍ରଦର୍ଶନ କରିଛି, ମାତ୍ର ଡିଜିଟାଲ୍‍ ଶିକ୍ଷା କ୍ଷେତ୍ରରେ ଏହାର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ଏହି କ୍ଷେତ୍ରରେ ଜିଲ୍ଲାଗୁଡ଼ିକ ମାତ୍ର ୩ରୁ ୪ ପ୍ରତିଶତ ମୂଲ୍ୟ ହାସଲ କରଛନ୍ତି। ତେବେ ଜାତୀୟ ହାର ଅପେକ୍ଷା ଓଡ଼ିଶା ବେଶ୍‍ ଭଲ ପ୍ରଦର୍ଶନ କରିଛି। ଆସାମ, ବିହାର ଛତିଶଗଡ଼, ମହାରାଷ୍ଟ୍ର, ତେଲେଙ୍ଗାନା, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଆଦି ବିଭିନ୍ନ ରାଜ୍ୟର ପ୍ରଦର୍ଶନ ତୁଳନା ଅପେକ୍ଷା ଓଡ଼ିଶା ଆଗରେ ରହିଥିବା ରିପୋର୍ଟ ଦର୍ଶାଇଛି।

About The Author: The Sakala