ମୁଣ୍ଡଳିରେ ହାତୀ ଉଦ୍ଧାର ବେଳେ ବୋଟ୍ ଓଲଟି ଓଟିଭି ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ

କଟକ : କଟକ ମୁଣ୍ଡଳି ବ୍ୟାରେଜଠାରେ ମହାନଦୀରେ ଫସି ରହିଥିବା ହାତୀ ଉଦ୍ଧାର କରିବାବେଳେ ବୋଟ୍ ଓଲଟିବା ଘଟଣା । ବୋଟ୍ ଓଲଟିବା ପରେ ଭାସି ଯାଇଥିବା ଓଟିଭି ପ୍ରତିନିଧି ଅରିନ୍ଦମ ଦାସଙ୍କ ଅକଳା ବିୟୋଗ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଏସସିବି ଜରୁରୀକାଳୀନ ଅଧିକାରୀ । କଟକ ମୁଣ୍ଡଳି ବ୍ୟାରେଜଠାରେ ମହାନଦୀରେ ଫସି ରହିଥିବା ହାତୀ ଉଦ୍ଧାର କରିବାକୁ ନଦୀକୁ ଓହ୍ଲାଇଥିବା ଓଡ୍ରାଫର ୫ ଜଣିଆ ଟିମ୍‌ ସହ ରବର ବୋଟରେ ଖବର ସଂଗ୍ରହ […]

କଟକ : କଟକ ମୁଣ୍ଡଳି ବ୍ୟାରେଜଠାରେ ମହାନଦୀରେ ଫସି ରହିଥିବା ହାତୀ ଉଦ୍ଧାର କରିବାବେଳେ ବୋଟ୍ ଓଲଟିବା ଘଟଣା । ବୋଟ୍ ଓଲଟିବା ପରେ ଭାସି ଯାଇଥିବା ଓଟିଭି ପ୍ରତିନିଧି ଅରିନ୍ଦମ ଦାସଙ୍କ ଅକଳା ବିୟୋଗ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଏସସିବି ଜରୁରୀକାଳୀନ ଅଧିକାରୀ ।

କଟକ ମୁଣ୍ଡଳି ବ୍ୟାରେଜଠାରେ ମହାନଦୀରେ ଫସି ରହିଥିବା ହାତୀ ଉଦ୍ଧାର କରିବାକୁ ନଦୀକୁ ଓହ୍ଲାଇଥିବା ଓଡ୍ରାଫର ୫ ଜଣିଆ ଟିମ୍‌ ସହ ରବର ବୋଟରେ ଖବର ସଂଗ୍ରହ କରିବାକୁ ଯାଇଥିଲେ ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସ ଓ କ୍ୟାମେରାମ୍ୟାନ ପ୍ରଭାତ ସିହ୍ନା । ନଦୀର ପ୍ରଖର ସ୍ରୋତରେ ବୋଟ୍ ଟି ଭାରସାମ୍ୟ ହରାଇ ଓଲଟିପଡିଥିବା । ଫଳରେ ବୋଟ୍ ରେ ଥିବା ୭ ଜଣ ନଦୀ ପାଣିରେ ବୁଡିଯାଇଥିଲେ । ୩ ଓଡ୍ରାଫ୍ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଦୁଇ ଓଟିଭି କର୍ମଚାରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସମସ୍ତଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ଭାସିଯିବାର କିଛି ସମୟ ପରେ ଖୋଜାଖୋଜି ଆରମ୍ଭ ହୋଇଥିଲା । ଦେଶୀ ଡଙ୍ଗାରେ ଅରିନ୍ଦମଙ୍କୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏସସିବିରେ ଭର୍ତ୍ତି କରାଯାଇଥିଲା । ୨ ଗଣମାଧ୍ୟମ ପ୍ରତିନିଧିଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ଅରିନ୍ଦମଙ୍କ ମୃତ୍ୟୁ ହୋଇଛି । କ୍ୟାମେରାମ୍ୟାନ ପ୍ରଭାତ ସିହ୍ନାଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଏସସିବିର ମେଡିସିନ୍‌ ବିଭାଗ ଆଇସିୟୁରେ ଭର୍ତ୍ତି କରାଯାଇଛି। ଏବେବି ଅନ୍ୟ ଜଣେ ଓଡ୍ରାଫ୍ କର୍ମଚାରୀ ନିଖୋଜ ଅଛନ୍ତି । ତାଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି।

About The Author: The Sakala