ଜୁଲାଇ ୫ତାରିଖକୁ ଘୁଞ୍ଚିଲା OTET ପରୀକ୍ଷା, ଜୁନ ୨୮ରେ ହେବାର ଥିଲା

ଭୁବନେଶ୍ୱର: ଜୁଲାଇ ୫ତାରିଖକୁ ଘୁଞ୍ଚିଲା OTET ପରୀକ୍ଷା । ଜୁନ୍ ୨୮ରେ ହେବାକୁ ଥିବା OTET ପରୀକ୍ଷା ଜୁଲାଇ ୫ତାରିଖକୁ ଘୁଞ୍ଚିଲା । ଜୁନ ୨୮ରେ ଆର୍‌ଆଇ, ଅମିନ ପରୀକ୍ଷା ପଡୁଥିବାରୁ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିଲା । ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ପକ୍ଷରୁ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) ୨୦୨୬ ର ତାରିଖରେ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଏହି ପରୀକ୍ଷା ଜୁନ୍ ୨୮ ରେ ହେବାର ଥିବାବେଳେ ନୂତନ ବିଜ୍ଞପ୍ତି ଅନୁଯାୟୀ ଏହା ଏବେ ଜୁଲାଇ ୫ ତାରିଖରେ ଅନୁଷ୍ଠିତ ହେବ।

ସରକାରୀ ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ପେପର-୧ (Paper-I) ପରୀକ୍ଷା ସକାଳ ୯:୦୦ ରୁ ୧୧:୩୦ ପର୍ଯ୍ୟନ୍ତ ଏବଂ ପେପର-୨ (Paper-II) ପରୀକ୍ଷା ଅପରାହ୍ନ ୨:୦୦ ରୁ ୪:୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଯେଉଁ ପରୀକ୍ଷାର୍ଥୀମାନେ ପୂର୍ବରୁ ସେମାନଙ୍କର ଆଡମିଟ୍ କାର୍ଡ ଡାଉନଲୋଡ୍ କରିସାରିଛନ୍ତି, ସେମାନଙ୍କୁ ପୁଣିଥରେ ଏହାକୁ ଡାଉନଲୋଡ୍ କରିବାର ଆବଶ୍ୟକତା ନାହିଁ।

ପୂର୍ବରୁ ଆରଆଇ (RI) ଏବଂ ଅମିନ (Amin) ନିଯୁକ୍ତି ପରୀକ୍ଷା ସହ OTET ପରୀକ୍ଷା ମଧ୍ୟ ଜୁନ୍ ୨୮ ତାରିଖରେ ଅନୁଷ୍ଠିତ ହେବ ବୋଲି ନିର୍ଦ୍ଧାରିତ ହୋଇଥିଲା । ଗୋଟିଏ ଦିନରେ ଏହିସବୁ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ପଡ଼ୁଥିବାରୁ, ଏକାସାଙ୍ଗରେ ପ୍ରସ୍ତୁତ ହେଉଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରେ ବ୍ୟାପକ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ତଥା ପରୀକ୍ଷା ପରିଚାଳନାରେ ସମସ୍ୟା ଉପୁଜିବାର ଆଶଙ୍କା ଥିବାରୁ OTET ତାରିଖକୁ ଘୁଞ୍ଚାଇବା ପାଇଁ ନିଷ୍ପତ୍ତି ନିଆଯାଇଛି।

About The Author: Madhusudan Das