ପ୍ରବଳ ବର୍ଷା ନେଇ ଆଜି ୬ ଜିଲ୍ଲାକୁ ଅରେଞ୍ଜ ଓ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ଭୁବନେଶ୍ୱର: ଦୀର୍ଘ ଦିନ ପରେ ଗତକାଲି ଠାରୁ ରାଜ୍ୟରେ ଗ୍ରୀଷ୍ମ ଲହରୀ ସ୍ଥିତିରେ ସୁଧାର ଆସିଛି। କାଳବୈଶାଖୀର ଗୋଟିଏ ଦଲକା ପବନ ଲୋକଙ୍କ ଦେହରେ ଜୀବନ ଭରିଛି।  ଦିନ ତାତି ଓ ଗୁଳୁଗୁଳିରେ ଲୋକେ ଅସ୍ତବ୍ୟସ୍ତ ହେଉଥିବାବେଳେ କାଳବୈଶାଖୀ ବର୍ଷା ଓ ପବନ ଏଥିରୁ ଆଶ୍ୱସ୍ତି ଦେଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆଜି ପଶ୍ଚିମ ଓଡ଼ିଶା ତଥା ପାର୍ଶ୍ବବର୍ତ୍ତୀ ଜିଲ୍ଲାଗୁଡିକରେ ବିଭିନ୍ନ ଅଞ୍ଚଳରେ ବାଦଲ ଆଛାଦାନ ବୃଦ୍ଧିପାଇଛି। ମଙ୍ଗଳବାର ରାଜ୍ୟର ଅଧିକାଂଶ ଅଞ୍ଚଳରେ କାଳବୈଶାଖୀ ବର୍ଷାର […]

ଭୁବନେଶ୍ୱର: ଦୀର୍ଘ ଦିନ ପରେ ଗତକାଲି ଠାରୁ ରାଜ୍ୟରେ ଗ୍ରୀଷ୍ମ ଲହରୀ ସ୍ଥିତିରେ ସୁଧାର ଆସିଛି। କାଳବୈଶାଖୀର ଗୋଟିଏ ଦଲକା ପବନ ଲୋକଙ୍କ ଦେହରେ ଜୀବନ ଭରିଛି।  ଦିନ ତାତି ଓ ଗୁଳୁଗୁଳିରେ ଲୋକେ ଅସ୍ତବ୍ୟସ୍ତ ହେଉଥିବାବେଳେ କାଳବୈଶାଖୀ ବର୍ଷା ଓ ପବନ ଏଥିରୁ ଆଶ୍ୱସ୍ତି ଦେଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆଜି ପଶ୍ଚିମ ଓଡ଼ିଶା ତଥା ପାର୍ଶ୍ବବର୍ତ୍ତୀ ଜିଲ୍ଲାଗୁଡିକରେ ବିଭିନ୍ନ ଅଞ୍ଚଳରେ ବାଦଲ ଆଛାଦାନ ବୃଦ୍ଧିପାଇଛି। ମଙ୍ଗଳବାର ରାଜ୍ୟର ଅଧିକାଂଶ ଅଞ୍ଚଳରେ କାଳବୈଶାଖୀ ବର୍ଷାର ପ୍ରକୋପ ରହିବାକୁ ଥିବା ବେଳେ ପବନର ବେଗ ମଧ୍ୟ ବୃଦ୍ଧି ୪୦-୫୦ କିମି ପଞ୍ଚିବାର ରହିଛି। ଏହା ପ୍ରଭାବରେ ଆଗାମୀ ୨-୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦିନ ତାପମାତ୍ରାରେ ୪-୬ ଡିଗ୍ରୀ ଯାଏଁ ହ୍ରାସ ସମ୍ଭାବନା ରହିଛି। ତେଣୁ ଆଗକୁ ସାରା ଓଡ଼ିଶାରେ ତାତିରୁ ଆଶ୍ୱସ୍ତି ମିଳିବ ବୋଲି ଆକଳନ କରାଯାଇଛି।

ମଙ୍ଗଳବାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଏହି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି। ସେହିପରି ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା ଓ କୋରାପୁଟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ରହିଛି। ଏଥିପାଇଁ ଏହିଜିଲ୍ଲାଗୁଡ଼ିକୁ ୟେଲୋ ଆଲର୍ଟ ଜାରି ହୋଇଛି। ଉପରୋକ୍ତ ଜିଲ୍ଲାଗୁଡ଼ିକରେ ପବନର ବେଗ ଘଣ୍ଟା ପ୍ରତି ୪୦-୫୦ କିମି ରହିବ ବୋଲି ପାଣିପାଗ କେନ୍ଦ୍ର ଚେତାବନୀ ଜାରି କରିଛି। ବୁଧାବର ଓ ଗୁରୁବାର ମଧ୍ୟ ବିଭିନ୍ନ ଜିଲ୍ଲାରେ ସମାନ ସ୍ଥିତି ସୃଷ୍ଟି ହେବ ବୋଲି ପାଣିପାଗ କେନ୍ଦ୍ର ନିଜ ବୁଲେଟିନ୍‌‌ରେ ଜାରି କରିଛି।

 

About The Author: The Sakala