ଭୁବନେଶ୍ୱର: ଦିଲ୍ଲୀରୁ ଫେରିଲେ ନବୀନ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତମାନର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ତାଙ୍କ ଦିଲ୍ଲୀ ଗସ୍ତ ସାରି ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚି ସିଧା ନବୀନ ନିବାସ ଯାଇଛନ୍ତି । ନବୀନଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କୁ ଭେଟିବା ପାଇଁ ଦିଲ୍ଲୀ ଗସ୍ତରେ ଯାଇଥିବା ସୂଚନା ରହିଥିଲା । ଗତ ୧୦ ତାରିଖରେ ନବୀନ ଯାଇଥଲେ ଦିଲ୍ଲୀ । ଆଜି ତାଙ୍କର ଦଶଦିନିଆ ଦିଲ୍ଲୀ ଗସ୍ତ ସାରି ଓଡିଶା ଫେରିଛନ୍ତି ।