ରାସନ କାର୍ଡଧାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ପାଇବେ ୧୦୦୦ ଟଙ୍କାର କୋଭିଡ ସହାୟତା

ଭୁବନେଶ୍ୱର: ରାସନ କାର୍ଡଧାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ପଞ୍ଚାୟତ ନିର୍ବାଚନ ପୂର୍ବରୁ କୋଭିଡ଼ ସହାୟତା ପ୍ରଦାନ କରିବାକୁ ଯାଉଛନ୍ତି ସରକାର । ପ୍ରତ୍ୟେକ ରାସନକାର୍ଡଧାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଯିବ ହଜାରେ ଟଙ୍କା । କାଳିଆ ଟଙ୍କା ଭଳି ଏହି ସହାୟତା ସିଧାସଳଖ ହିତାଧିକାରୀଙ୍କ ଆକାଂଉଟକୁ ଯିବ । କରୋନା ମହାମାରୀ ସମୟରେ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଥିବାରୁ ହଜାରେ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ଏଥିପାଇଁ […]

ଭୁବନେଶ୍ୱର: ରାସନ କାର୍ଡଧାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ପଞ୍ଚାୟତ ନିର୍ବାଚନ ପୂର୍ବରୁ କୋଭିଡ଼ ସହାୟତା ପ୍ରଦାନ କରିବାକୁ ଯାଉଛନ୍ତି ସରକାର । ପ୍ରତ୍ୟେକ ରାସନକାର୍ଡଧାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଯିବ ହଜାରେ ଟଙ୍କା । କାଳିଆ ଟଙ୍କା ଭଳି ଏହି ସହାୟତା ସିଧାସଳଖ ହିତାଧିକାରୀଙ୍କ ଆକାଂଉଟକୁ ଯିବ । କରୋନା ମହାମାରୀ ସମୟରେ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଥିବାରୁ ହଜାରେ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ଏଥିପାଇଁ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି । ୩୦ ଜିଲ୍ଲାର ୩କୋଟି ୫୦ ଲକ୍ଷ କାର୍ଡଧାରୀଙ୍କୁ ମିଳିବ ଏହି ସୁବିଧା । ଉପକୃତ ହେବେ ରାଜ୍ୟର ୯୩ ପ୍ରତିଶତ ପରିବାର । ଏଥିପାଇଁ ୩୫୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଜରିଆରେ ଏହି ସହାୟତା ରାଶି ଯୋଗାଇ ଦିଆଯିବ । କୋଭିଡ ଯୋଗୁ ଲୋକଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଥିବା ବେଳେ ସରକାର ଏହି ସହାୟତା ଯୋଗାଇଛନ୍ତି । ତୁରନ୍ତ ସହାୟତା ରାଶି ଯୋଗାଇବାକୁ ଖାଦ୍ୟ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ସହାୟତା ରାଶି ପ୍ରଦାନ ଆରମ୍ଭ ହେବାର ସପ୍ତାହକରେ ବଣ୍ଟନ ସାରିବାକୁ ହୋଇଛି ନିର୍ଦ୍ଦେଶ । ଯୋଜନାର ସୁବିଧା ପାଇବାକୁ ହିତାଧିକାରୀଙ୍କୁ ରାସନ କାର୍ଡ ନଚେତ୍ ବିଏସକେୱାଇ ସ୍ମାର୍ଟ ହେଲ୍ଥ୍‌ କାର୍ଡ ଦେଖାଇବାକୁ ପଡ଼ିବ ।

About The Author: The Sakala