କୋଟିଆରେ ଆନ୍ଧ୍ର ପ୍ରଦେଶର ଆଦିବାସୀ କଲ୍ୟାଣ ମନ୍ତ୍ରୀ, ବିରୋଧରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଓଡ଼ିଆ ଅସ୍ମିତା ପରିଷଦ

କୋରାପୁଟ: କୋଟିଆରେ ଆନ୍ଧ୍ର ପ୍ରଦେଶର ଆଦିବାସୀ କଲ୍ୟାଣ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଗୁମ୍ମିଡି ସନ୍ଧ୍ୟା ରାଣୀ। କୋଟିଆ ପଞ୍ଚାୟତ ଅନ୍ତର୍ଗତ ନେରେଡିବାଲସା ଗ୍ରାମରେ ଦାଣ୍ଡି ଗାଁରୁ ନେରେଡିବାଲସା ପର୍ଯ୍ୟନ୍ତ ନିର୍ମିତ ରାସ୍ତାର ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମନ୍ତ୍ରୀ। ରାସ୍ତା ଉଦ୍ଘାଟନ ପରେ ନେରେଡିବାଲସା ଠାରେ ଆୟୋଜିତ ଏକ ସାଧାରଣ ସଭାରେ ମଧ୍ୟ ସେ ଯୋଗ ଦେଇଛନ୍ତି । ମନ୍ତ୍ରୀଙ୍କ ଗସ୍ତକୁ ନେଇ ଅଞ୍ଚଳରେ ଆନ୍ଧ୍ର ପ୍ରଦେଶ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। 

ଅନ୍ୟପଟେ ଆନ୍ଧ୍ର ପ୍ରଦେଶର ମନ୍ତ୍ରୀ କୋଟିଆର ନେରେଦିଭାଲସା ଗାଁରେ ରାସ୍ତା ଉଦଘାଟନ କରିବାକୁ ଓଡିଶାର ପ୍ରଶାସନିକ ସ୍ୱାଧୀନତା ଉପରେ ଚରମ ଆକ୍ରମଣ ବୋଲି ଓଡ଼ିଆ ଅସ୍ମିତା ପରିଷଦ ପକ୍ଷରୁ କୁହାଯାଇଛି । ଓଡିଶା ସୀମାରେ ଆନ୍ଧ୍ରର ଏହି ଦାଦାଗିରିକୁ ତୁରନ୍ତ ବନ୍ଦ କରିବା ପାଇଁ ଓଡ଼ିଆ ଅସ୍ମିତାର ଆବାହକ ରବି ବେହେରା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ପତ୍ର ଲେଖି ଦାବି କରିଛନ୍ତି । ନୂଆଦିଲ୍ଲୀରେ ନୀତି ଆୟୋଗ ବୈଠକରେ ଯୋଗ ଦେଉଥିବା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କ ସହ ଏ ବିଷୟରେ ଆଲୋଚନା କରିବାକୁ ଶ୍ରୀ ବେହେରା ଏହି ପତ୍ରରେ ଉଲ୍ଲେଖ କରିଛନ୍ତି । ଆବଶ୍ୟକ ହେଲେ କେନ୍ଦ୍ର ସ୍ଵରାଷ୍ଟ୍ରମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଏ ବିଷୟରେ ଅବଗତ କରି ସୀମା ସମସ୍ୟାର ଶାନ୍ତିପୂର୍ଣ ସମାଧାନ କରିବାକୁ ଓଡ଼ିଆ ଅସ୍ମିତା ପରିଷଦ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ  ଦିଆଯାଇଛି ।

About The Author: Madhusudan Das