ରାଜ୍ଯ କଂଗ୍ରେସ ଭବନ ଭିତରେ ଯୁବ କଂଗ୍ରେସର ଦୁଇଗୋଷ୍ଠୀ ମୁହାଁମୁହିଁ

ଭୁବନେଶ୍ବର: ରାଜ୍ୟ କଂଗ୍ରେସ ଭବନରେ ବ୍ୟାପକ ଭଙ୍ଗାରୁଜା ଦେଖିବାକୁ ମିଳିଛି । କଂଗ୍ରେସ ଭବନ ଭିତରେ ଯୁବ କଂଗ୍ରେସର ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି। ରାଜ୍ୟ କଂଗ୍ରେସରେ ଆଭ୍ୟନ୍ତରୀଣ କନ୍ଦଳ ଦିନକୁ ଦିନ ବଢ଼ିବାରେ ଲାଗିଛି। ସାଂଗଠନିକ ମୁଖ୍ୟକୁ ନେଇ ଦଳ ଭିତରେ ଅସନ୍ତୋଷ ଥିବା ଗୋଟିଏ ପରେ ଗୋଟିଏ ନିର୍ବାଚନରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଦଳୀୟ କର୍ମୀଙ୍କୁ ଅଧିକ ହତୋତ୍ସାହିତ କରିବା ସହ କ୍ଷୁବ୍ଧ କରୁଛି । ଏଣୁ ବିଭିନ୍ନ ସମୟରେ ଦଳର ରାଜ୍ୟ ନେତୃତ୍ୱକୁ […]

ଭୁବନେଶ୍ବର: ରାଜ୍ୟ କଂଗ୍ରେସ ଭବନରେ ବ୍ୟାପକ ଭଙ୍ଗାରୁଜା ଦେଖିବାକୁ ମିଳିଛି । କଂଗ୍ରେସ ଭବନ ଭିତରେ ଯୁବ କଂଗ୍ରେସର ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି। ରାଜ୍ୟ କଂଗ୍ରେସରେ ଆଭ୍ୟନ୍ତରୀଣ କନ୍ଦଳ ଦିନକୁ ଦିନ ବଢ଼ିବାରେ ଲାଗିଛି। ସାଂଗଠନିକ ମୁଖ୍ୟକୁ ନେଇ ଦଳ ଭିତରେ ଅସନ୍ତୋଷ ଥିବା ଗୋଟିଏ ପରେ ଗୋଟିଏ ନିର୍ବାଚନରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଦଳୀୟ କର୍ମୀଙ୍କୁ ଅଧିକ ହତୋତ୍ସାହିତ କରିବା ସହ କ୍ଷୁବ୍ଧ କରୁଛି । ଏଣୁ ବିଭିନ୍ନ ସମୟରେ ଦଳର ରାଜ୍ୟ ନେତୃତ୍ୱକୁ ନେଇ ବିରୋଧ ପ୍ରଦର୍ଶନ ହୋଇଆସୁଛି ।

ସୂଚନା ଯୋଗ୍ୟ ଯେ,  ରାଜ୍ୟ କଂଗ୍ରେସ ଏବେ ଏକ ଘଡ଼ିସନ୍ଧି ସମୟ ଦେଇ ଗତି କରୁଥିବା ଗତ କିଛି ଦିନ ତଳେ ସ୍ୱୀକାର କରିଥିଲେ ଚିରଞ୍ଜୀବ । ପିପିଲିରେ କଂଗ୍ରେସ ମାତ୍ର ୪ ହଜାର ଭୋଟ୍ ପାଇବା ଦଳର ନେତା ଓ କର୍ମୀଙ୍କୁ କ୍ଷୁବ୍ଧ କରିଛି । ଯାହାର ପ୍ରତିଫଳନ କଂଗ୍ରେସ ଭବନ ସମ୍ମୁଖରେ ହୋଇଥିଲା । କିଛି କଂଗ୍ରେସ କର୍ମୀ ଦଳୀୟ ସଭାପତିଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନେତୃତ୍ୱ ପରିବର୍ତ୍ତନ ପାଇଁ ଦାବି କରିଥିଲେ ।

About The Author: The Sakala