ଓଡ଼ିଶା ପୁଲିସରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ, ଦଶମ ପାସ୍ କରିଥିଲେ କରିପାରିବେ ଆବେଦନ

ଭୁବନେଶ୍ବର: ଓଡ଼ିଶା ପୁଲିସରେ ନିଯୁକ୍ତି ପାଇଁ ଓଡ଼ିଶା ପୋଲିସ୍ ବିଭାଗ(OPD) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରାର୍ଥୀମାନେ OPDର ଅଫିସିଆଲ୍ ୱେବ୍‌ସାଇଟ୍ https://odishapolice.gov.in/କୁ ଯାଇ ଦେଖିପାରିବେ । ଏହି ନିଯୁକ୍ତି ପ୍ରକ୍ରିୟାରେ ତିନି ହଜାରରୁ ଅଧିକ ପଦବୀ ପୂରଣ ହେବ। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ SI, କନଷ୍ଟେବଲ୍ ବାଟାଲିଅନ୍, ସିପାହୀ, SI ସଶସ୍ତ୍ର, ଡ୍ରାଇଭର MT, ଜୁନିଅର କ୍ଲର୍କ, କନଷ୍ଟେବଲ୍ ଯୋଗାଯୋଗ ଆଦି ପଦବୀ ପୂରଣ ହେବ। ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଅନ୍‌ଲାଇନ୍ […]

ଭୁବନେଶ୍ବର: ଓଡ଼ିଶା ପୁଲିସରେ ନିଯୁକ୍ତି ପାଇଁ ଓଡ଼ିଶା ପୋଲିସ୍ ବିଭାଗ(OPD) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରାର୍ଥୀମାନେ OPDର ଅଫିସିଆଲ୍ ୱେବ୍‌ସାଇଟ୍ https://odishapolice.gov.in/କୁ ଯାଇ ଦେଖିପାରିବେ । ଏହି ନିଯୁକ୍ତି ପ୍ରକ୍ରିୟାରେ ତିନି ହଜାରରୁ ଅଧିକ ପଦବୀ ପୂରଣ ହେବ।

ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ SI, କନଷ୍ଟେବଲ୍ ବାଟାଲିଅନ୍, ସିପାହୀ, SI ସଶସ୍ତ୍ର, ଡ୍ରାଇଭର MT, ଜୁନିଅର କ୍ଲର୍କ, କନଷ୍ଟେବଲ୍ ଯୋଗାଯୋଗ ଆଦି ପଦବୀ ପୂରଣ ହେବ। ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଅନ୍‌ଲାଇନ୍ ମାଧ୍ୟମରେ ହେଉଥିବା ବେଳେ ଏଥିପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ପ୍ରାର୍ଥୀ କେନ୍ଦ୍ର ସରକାର ଅଧିନରେ ଏହି ଚାକିରି କରିବେ। ଦଶମ ପାଶ୍ ପ୍ରାର୍ଥୀ ମଧ୍ୟ ଆବେଦନ କରିପାରିବେ।

SI ପୁଲିସ ପାଇଁ  ୭୦୪ଟି ପୋଷ୍ଟ୍‌ ଖାଲି ପଦବୀ ରହିଥିବା ବେଳେ ସଶସ୍ତ୍ର SI ପାଇଁ ୯୫ଟି ପୋଷ୍ଟ୍‌ । ସିପାହୀ / କନଷ୍ଟେବଲ୍ ବାଟାଲିଅନ୍ – ୧୫୧୩ଟି ପୋଷ୍ଟ୍‌ । ଡ୍ରାଇଭର MT – ୪୦୫ଟି ପୋଷ୍ଟ୍‌। ଜୁନିଅର କ୍ଲର୍କ– ୧୭୭ଟି ପୋଷ୍ଟ୍‌ ।  କନଷ୍ଟେବଲ୍ ଯୋଗାଯୋଗ – ୩୦୦ଟି ପୋଷ୍ଟ୍‌ ରହିଥିବାବେଳେ  ମୋଟ ପଦବୀ ସଂଖ୍ୟା ୩୦୯୯ଟି ପୋଷ୍ଟ୍‌ ରହିଛି।

ପୋଲିସର SI / ସଶସ୍ତ୍ର SI ଯେକୌସି ବିଷୟରେ ସ୍ନାତକ କରିଥିବା ଆବଶ୍ୟକ ।  ସିପାହୀ / କନଷ୍ଟେବଲ୍ ବାଟାଲିଅନ୍ ପାଇଁ ଦଶମ ପାଶ୍‌ ଶିକ୍ଷାଗତ ଯୋଗ୍ୟତା ରହିଛି।  ଡ୍ରାଇଭର MT – ଦଶମ ପାଶ ସହିତ ଡ୍ରାଇଭିଂ ଲାଇସେନ୍ସର ଆବଶ୍ୟକତା ରହିଛି। ଜୁନିଅର କ୍ଲର୍କ ପାଇଁ ଯେକୌସି ବିଷୟରେ ସ୍ନାତକ କରିଥିବା ଆବଶ୍ୟକ।  କନଷ୍ଟେବଲ୍ କମ୍ୟୁନିକେସନ ( ଯୋଗାଯୋଗ ) – ପଦାର୍ଥ ବିଜ୍ଞାନ / ରସାୟନ ବିଜ୍ଞାନ ଏବଂ ଗଣିତ ସହିତ +2 ପାଶ୍ କରିଥିବା ଆବ୍ୟକ।

About The Author: The Sakala