ଭୁବନେଶ୍ବର : ଓଡ଼ିଶା ବିଧାନସଭା ଦେଶର ପ୍ରଥମ ଜାତୀୟ ଇ-ବିଧାନସଭା ହେବାର ଗୌରବ ପ୍ରାପ୍ତ ହୋଇଛି। ଓଡ଼ିଶା ସରକାରଙ୍କର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଏବଂ ଜାତୀୟ ପ୍ରଯୁକ୍ତି ବିଦ୍ୟା କେନ୍ଦ୍ର ଓଡ଼ିଶା ଶାଖାର ବୈଷୟିକ ସହାୟତା କ୍ରମେ ଓଡ଼ିଶା ବିଧାନସଭାରେ ଏହା କାର୍ଯ୍ୟକାରୀ ହୋଇପାରିଛି। ଜାତୀୟ ଇ-ବିଧାନ ଆପ୍ଲିକେସନ ଆପ୍ ମାଧ୍ୟମରେ ଷୋଡ଼ଶ ବିଧାନସଭାର ଷଷ୍ଠ ଅଧିବେଶନରେ ରାଜ୍ୟପାଳଙ୍କ ବଜେଟ୍ ଅଭିଭାଷଣ ଏବଂ ରାଜ୍ୟର ବଜେଟ ବିନା କାଗଜରେ ଉପସ୍ଥାପିତ ହୋଇଥିଲା ।
ଏତଦ୍ ବ୍ୟତୀତ ୨୦୨୧ ୨୨ ଆର୍ଥିକବର୍ଷର ବଜେଟ ଏଷ୍ଟିମେଟ୍ ରାଜ୍ୟର ଅର୍ଥନୈତିକ ସର୍ଭେ ମଧ୍ୟ ଇ-ପୁସ୍ତକ ମାଧ୍ୟମରେ ନେଭା ମୋବାଇଲ୍ ଆପ ଦ୍ବାରା ଉପସ୍ଥାପିତ ହୋଇଥିଲା। ଇତିମଧ୍ୟରେ ବିଧାନସଭା ସଦସ୍ୟମାନଙ୍କର ତାରକା ଏବଂ ଅଣତାରକା ଚିହ୍ନିତ ପ୍ରଶ୍ନ, ବିଧାନସଭାର ଦୈନନ୍ଦିନ କାର୍ଯ୍ୟ ବିବରଣୀ, ବିଧାନସଭାର ବିଭିନ୍ନ କମିଟିର ରିପୋର୍ଟ ପ୍ରଶ୍ନୋତ୍ତର ବୁଲେଟିନ୍ ଇତ୍ୟାଦି ନେଇ ଆପ୍ ମାଧ୍ୟମରେ ଓଡ଼ିଶା ବିଧାନସଭାରେ କାର୍ଯ୍ୟକାରୀ ହେଉଛି ।
ଓଡ଼ିଶା ବିଧାନସଭା ଏ କ୍ଷେତ୍ରରେ ସମଗ୍ର ଦେଶରେ ପ୍ରଥମ ବିଧାନସଭା ହେବାର କାଭିମାନ ଅର୍ଜନ କରିଥିବାରୁ ଗତକାଲି ଭାରତୀୟ କମ୍ପୁଟର ସୋସାଇଟ୍ ପକ୍ଷରୁ ଏହାର କାର୍ଯ୍ୟକାରୀତା ସମ୍ପର୍କରେ ସବିଶେଷ ବିବରଣୀ ଅବସ୍ଥିତ ହେବାପାଇଁ ଏକ ଭର୍ଚୁଆଲ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବୈଠକରେ ଅଧ୍ୟକ୍ଷତା କରି ବିଧାନସଭାର ସମସ୍ତ କାର୍ଯ୍ୟ ବିନା କାଗଜରେ ସୁରୁଖୁରୁରେ ସମ୍ପନ୍ନ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ।
୧୯୩୭ ମସିହା ଠାରୁ ଏ ପର୍ଯ୍ୟନ୍ତ ଆଗତ କରାଯାଇଥିବା ସମସ୍ତ ସରକାରୀ ଏବଂ ବେସରକାରୀ ବିଲ୍ ବିଧାନସଭା ୱେବସାଇଟ୍ରେ ଉପଲବ୍ଧ କରାଯାଇଥିବା ନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଥିଲେ। ବାଚସ୍ପତିଙ୍କ ଦିଗଦର୍ଶନରେ ଇ-ବିଧାନସଭା କାର୍ଯ୍ୟ ଅତ୍ୟନ୍ତ ଦକ୍ଷତାର ସହିତ ପରିଚାଳିତ ହୋଇଥିବାରୁ ଭାରତୀୟ କମ୍ପୁଟର ସୋସାଇଟ ପକ୍ଷରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ବିଧାନସଭା ପକ୍ଷରୁ ଦାଖଲ କରାଯାଇଥିବା ଇ-ବିଧାନସଭା ସମ୍ପର୍କିତ ପ୍ରୋଜେକ୍ଟ ରିପୋର୍ଟ ସର୍ବଭାରତୀୟ ସ୍ତରରେ ଅବତ ହୋଇଛି ଏବଂ ହିମାଚଳ ପ୍ରଦେଶ ପଞ୍ଜାବ, ବିକାର ସମେତ ସମସ୍ତ ବିଧାନସଭା ଏହାକୁ ପାଇଲଟ୍ ପ୍ରକଳ୍ପ ଭାବେ ଗ୍ରହଣ କରୁଛନ୍ତି । ଏହି ଅବସରରେ ବିଧାନସଭା ସଚିବ ଦାଶରଥ ଶତପଥୀ ଜାତୀୟ ପ୍ରଯୁକ୍ତି ବିଦ୍ୟା ଢେର ସମ୍ପୂର୍ଣ ବୈଷୟିକ ସହାୟତାରେ ବିଧାନସଭାରେ କାର୍ଯ୍ୟକାରୀ ହେଉଥିବା ନେଇ କାର୍ଯ୍ୟକ୍ରମ ଉପରେ ବିବରଣୀ ପ୍ରଦାନ କରିଥିଲେ।