ଗୃହରେ ବିରୋଧୀ ପୁଣି ବଜାଇଲେ ଘଣ୍ଟ, ଦିନ ୧୧ ଟା ୩୦ ଯାଏଁ ଗୃହ ମୁଲତବି ଘୋଷଣା କଲେ ବାଚସ୍ପତି…

The Sakala Picture
Published On

ଭୁବନେଶ୍ବର: ଜିଦ୍‌ରୁ ହଟୁନାହାନ୍ତି ବିରୋଧୀ, ଶାସକ ବି ନଇଁବାକୁ ନାରାଜ । ବାରମ୍ବାର ବାଧାପ୍ରାପ୍ତ ହେଉଛି ପ୍ରଶ୍ନକାଳ ଓ ଶୂନ୍ୟକାଳ। ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ୭ ତାରିଖରୁ ଆରମ୍ଭ ହେବାପରେ ଆଜି ପର୍ଯ୍ୟନ୍ତ ପ୍ରତିଦିନ ପ୍ରାୟ ସମାନ ପରିସ୍ଥିତି ସୃଷ୍ଟି ହେଉଛି। ଆଜି ମଧ୍ଯ ଗୃହ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ପରେ ଦିନ ୧୧ଟା ୩୦ ଯାଏଁ ଗୃହକୁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି। ପୋଡ଼ିୟମ ଆଗରେ ବିରୋଧୀ ସଦସ୍ୟ ପ୍ରତିବାଦ କରିଥିଲେ। […]

ଭୁବନେଶ୍ବର: ଜିଦ୍‌ରୁ ହଟୁନାହାନ୍ତି ବିରୋଧୀ, ଶାସକ ବି ନଇଁବାକୁ ନାରାଜ । ବାରମ୍ବାର ବାଧାପ୍ରାପ୍ତ ହେଉଛି ପ୍ରଶ୍ନକାଳ ଓ ଶୂନ୍ୟକାଳ। ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ୭ ତାରିଖରୁ ଆରମ୍ଭ ହେବାପରେ ଆଜି ପର୍ଯ୍ୟନ୍ତ ପ୍ରତିଦିନ ପ୍ରାୟ ସମାନ ପରିସ୍ଥିତି ସୃଷ୍ଟି ହେଉଛି। ଆଜି ମଧ୍ଯ ଗୃହ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ପରେ ଦିନ ୧୧ଟା ୩୦ ଯାଏଁ ଗୃହକୁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି। ପୋଡ଼ିୟମ ଆଗରେ ବିରୋଧୀ ସଦସ୍ୟ ପ୍ରତିବାଦ କରିଥିଲେ। ପୁଣି ଆଜି ମଧ୍ୟ ଗୃହରେ ଘଣ୍ଟ ବାଡ଼େଇ କଂଗ୍ରେସ ସଦସ୍ୟ ପ୍ରତିବାଦ କରିଥିଲେ। ପ୍ଲାକାର୍ଡ ଧରି ଗୃହରେ ମଧ୍ଯ ବିଜେଡି ବିଧାୟକ ନାରାବାଜି କରିଥିଲେ।

ଆହୁରି ପଢ଼ନ୍ତୁ: ଆସିକା ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର ଘଟଣାରେ ବିଧାୟକଙ୍କ ପୁଅଙ୍କୁ ତୁରନ୍ତ ଗିରଫ କରାଯାଉ: ବିଜେଡି

ବିଗତ ଦିନଗୁଡ଼ିକ ପରି ଆଜି ବି ବିଧାନସଭାରେ ବିରୋଧୀ ବିଜେଡି ଓ କଂଗ୍ରେସ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି। ଅନୁସୂଚିତ ଜାତି, ଜନଜାତି ତଥା ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ଙ୍କୁ ମେଡିକାଲ ତଥା ଇଞ୍ଜିନିୟରିଂ ଶିକ୍ଷା ଓ ନିଯୁକ୍ତିରେ ୨୭% ସଂରକ୍ଷଣ ଦେବାକୁ ବିଜେଡି ଗୃହରେ ଦାବି କରିଛି। ଅନୁରୂପ ଭାବରେ ରାଜ୍ୟରେ ବଢ଼ି ଚାଲିଥିବା ଅପରାଧ ଓ ନାରୀ ନିର୍ଯାତନାକୁ ଧାରାବାହିକ ଭାବେ ପ୍ରସଙ୍ଗ କରି ଚାଲିଛି କଂଗ୍ରେସ।

ଆହୁରି ପଢ଼ନ୍ତୁ: ପ୍ରେମ ସମ୍ପର୍କକୁ ନେଇ କଙ୍ଗାରୁ କୋର୍ଟ, ଦୁଇ ଦିନ ବନ୍ଦୀ ରଖିବା ପରେ ପୁଲିସକୁ ଜିମା ଦେଲେ ଗ୍ରାମବାସୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର