ଭୁବନେଶ୍ବର : ରାଜ୍ୟର ୨୦ ହଜାର ପ୍ରାଥମିକ ଶିକ୍ଷକ ପଦବୀ ପାଇଁ ଓସେପା ପକ୍ଷରୁ କରାଯାଇଥିବା କମ୍ପ୍ୟୁଟର ବେସଡ ଟେଷ୍ଟ (CBT)ର Answer Key ପ୍ରକାଶ ପାଇଛି। ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା)ର ୱେବସାଇଟ୍ରେ Answer Key ପ୍ରକାଶ ପାଇଛି। କମ୍ପ୍ୟୁଟର ବେସଡ ଟେଷ୍ଟ ଦେଇଥିବା ପରୀକ୍ଷାର୍ଥୀମାନେ OSEPAର ଅଫିସିଆଲ୍ ୱେବସାଇଟ୍ osepa.odisha.gov.in ରୁ Answer Key ଡାଉନଲୋଡ୍ କରିପାରିବେ।
ଅନ୍ୟପଟେ ଯଦି କୌଣସି ପରୀକ୍ଷାର୍ଥୀଙ୍କର Answer Keyକୁ ନେଇ କୌଣସି ଆପତ୍ତି ଥାଏ ତେବେ ନଭେମ୍ବର ୨୩(ଗୁରୁବାର) ସୁଦ୍ଧା ଆପତ୍ତି କରିପାରିବେ। ପରୀକ୍ଷାର୍ଥୀମାନେ କେବଳ ୨୩ ତାରିଖ ସୁଦ୍ଧା ୱେବସାଇଟ୍ରେ ଥିବା ଲିଙ୍କରେ ସେମାନଙ୍କର ପ୍ରତିକ୍ରିୟା / ଆପତ୍ତି ଉପସ୍ଥାପନ କରିପାରିବେ। ନଭେମ୍ବର ୨୩ ପରେ ଆଉ କୌଣସି ଆପତ୍ତିକୁ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ଗ୍ରହଣ କରିବ ନାହିଁ। ୨୦ ହଜାର ପ୍ରାଥମିକ ଶିକ୍ଷକ ପଦବୀ ପାଇଁ ଓସେପା ପକ୍ଷରୁ ନଭେମ୍ବର ୩ ରୁ ୧୭ ପର୍ଯ୍ୟନ୍ତ କମ୍ପ୍ୟୁଟର ବେସଡ ଟେଷ୍ଟ (CBT) ପରୀକ୍ଷା କରାଯାଇଥିଲା।
କିପରି ଡାଉନଲୋଡ କରିବେ Answer Key
- ଅଫିସିଆଲ୍ ୱେବସାଇଟ୍ osepa.odisha.gov.in ପରିଦର୍ଶନ କରନ୍ତୁ।
- ହୋମ୍ପେଜ୍ରେ ଥିବା ଜୁନିୟର ଟିଚର୍ସ ରିକ୍ୟୁରମେଣ୍ଟ ଟ୍ୟାବ୍ରେ କ୍ଲିକ୍ କରନ୍ତୁ
- ଏହାପରେ Answer Keyରେ କ୍ଲିକ୍ କରନ୍ତୁ
ଏହାପରେ ଲଗ୍ଇନ୍ ଡିଟେଲ୍ସ ଦାଖଲ କରନ୍ତୁ - ଏହାପରେ Answer Key ଯାଞ୍ଚ କରନ୍ତୁ ଓ ଡାଉନ୍ଲୋଡ୍ କରନ୍ତୁ
- ଯଦି କିଛି ଭୁଲ ଅଛି ତେବେ ନଭେମ୍ବର ୨୩ ସୁଦ୍ଧା ଆପତ୍ତି ଉଠାନ୍ତୁ