ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ମାଲେମାଲ ହେଉଛନ୍ତି ବୀମା କମ୍ପାନୀ, ହଇରାଣ ହେଉଛନ୍ତି ଚାଷୀ-ବିଜେଡି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ନେଇ କେନ୍ଦ୍ର ଉପରେ ବର୍ଷିଲା ବିଜେଡି। ଫସଲ ବୀମା ଯୋଜନାରେ କମ୍ପାନୀ ମାନେ ପ୍ରଚୁର ପରିମାଣରେ ଲାଭବାନ ହେଉଥିବା ବେଳେ, ଚାଷୀ ହଇରାଣ ହେଉଥିବା କହିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଗୁଁ ଓଡ଼ିଶା ଚାଷୀ ହଇରାଣ ହେଉଥିବା କଥା କହିଛନ୍ତି ସସ୍ମିତ ପାତ୍ର। ଏହି ବୀମା ଯୋଜନାରେ ୧ ଲକ୍ଷ ୨୬ ହଜାର କୋଟି ଟଙ୍କା ବୀମା କମ୍ପାନୀଙ୍କୁ ଦିଆଯାଇଛି। କିନ୍ତୁ ଚାଷୀ ପାଇଛନ୍ତି […]

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ନେଇ କେନ୍ଦ୍ର ଉପରେ ବର୍ଷିଲା ବିଜେଡି। ଫସଲ ବୀମା ଯୋଜନାରେ କମ୍ପାନୀ ମାନେ ପ୍ରଚୁର ପରିମାଣରେ ଲାଭବାନ ହେଉଥିବା ବେଳେ, ଚାଷୀ ହଇରାଣ ହେଉଥିବା କହିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଗୁଁ ଓଡ଼ିଶା ଚାଷୀ ହଇରାଣ ହେଉଥିବା କଥା କହିଛନ୍ତି ସସ୍ମିତ ପାତ୍ର। ଏହି ବୀମା ଯୋଜନାରେ ୧ ଲକ୍ଷ ୨୬ ହଜାର କୋଟି ଟଙ୍କା ବୀମା କମ୍ପାନୀଙ୍କୁ ଦିଆଯାଇଛି। କିନ୍ତୁ ଚାଷୀ ପାଇଛନ୍ତି ମାତ୍ର ୮୭ ହଜାର କୋଟି ଟଙ୍କା। ବାକି ୪୦ ହଜାର କୋଟି ଟଙ୍କା ବୀମା କମ୍ପାନୀ ରଖିଛନ୍ତି ଓ ଚାଷୀ ପାଇନାହାନ୍ତି। ହେଲେ ଚାଷୀଙ୍କୁ ଓଡ଼ିଶା ସରକାର ୩୫୦୦ କୋଟି ଟଙ୍କା ଦେଇଥିବା କହିଛନ୍ତି ସାଂସଦ ସସ୍ମିତ ପାତ୍ର।

ଚାଷୀଙ୍କୁ ଆଉ କଷ୍ଟ ଦିଅନ୍ତୁନି, ଚାଷୀଙ୍କୁ ନ୍ୟାର୍ଯ୍ଯ ଦାବି ମିଳୁ ବୋଲି ସାଂସଦ ସସ୍ମିତ ପାତ୍ର କହିଛନ୍ତି। ଚାଷୀଙ୍କ ହକ୍ ପାଇଁ ବିଜେଡି ଥିଲା, ରହିଛି ଓ ରହିବ। ଦେଶର ୬ଟି ରାଜ୍ୟ ଫସଲ ବୀମା ଯୋଜନାରୁ ଓହରି ଗଲେଣି ବୋଲି ପ୍ରେସମିଟରେ କହିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ଆନ୍ଧ୍ର, ବିହାର, ଗୁଜୁରାଟ, ଝାଡ଼ଖଣ୍ଡ, ତେଲେଙ୍ଗାନା, ଛତିଶଗଡ଼ ଏହି ଫସଲ ବୀମା ଯୋଜନାରୁ ଓହରି ଗଲେଣି। ଓହରିଯିବାର କାରଣ ହେଉଛି ଏହି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଏହି ରାଜ୍ୟ ଗୁଡ଼ିକ ସେମାନଙ୍କ ଉପଯୁକ୍ତ ପ୍ରାପ୍ୟ ପାଇପାରିନାହାନ୍ତି।

About The Author: The Sakala