ଭୁୁବନେଶ୍ବର: ରାଜ୍ଯରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ରାଜ୍ଯ ସରକାର କରୋନା ସ୍ଥିତ ଉପରେ ସମ୍ପୂର୍ଣ ନଜର ରଖିଛନ୍ତି। ଘରୋଇ ହସ୍ପିଟାଲ ପାଇଁ ରାଜ୍ଯସରକାର ଏକ ନୂତନ ଆଡଭାଇଜରୀ ଜାରିକରିଛନ୍ତି। ଏହି ଆଡଭାଇଜରୀ କୌଣସି ଘରୋଇ ହସ୍ପିଟାଲରେ ୩୦ରୁ ଅଧିକ ବେଡ୍ ଥିବା ଉପରେ ଲାଗୁକରାଯଛି। ଏଣିକି କୌଣସି ଘରୋଇ ହସ୍ପିଟାଲ କୋଭିଡ ରାଗୀଙ୍କୁ ଫେରାଇ ପାରିବେ ନାହିଁ। ଘରୋଇ ହସ୍ପିଟାଲର ୫୦ ପ୍ରତିଶତ ବେଡ୍ କରୋନା ରୋଗୀଙ୍କ ପାଇଁ ରହିବ। ଆବଶ୍ଯକ ପଡ଼ିଲେ ସବୁ ବେଡ କରୋନା ରୋଗୀଙ୍କ ପାଇଁ ବ୍ଯବହାର କରାଯିବ। ରୋଗୀଙ୍କ ଠାରୁ ମାତ୍ରାଧିକ ଟଙ୍କା ଦାବି କରିପରିବେ ନାହିଁ। ଯଦି ଏହି ନିୟମକ କେହି ଖିଲାପ କରନ୍ତି ଦୃଢ କାର୍ଯ୍ଯାନୁଷ୍ଠାନ ନିଆଯିବ। ଚିକିତ୍ସା ନେଇ ଜିଲ୍ଲାପାଳ ଓ ସ୍ବାସ୍ଥ ଅଧିକାରୀଙ୍କୁ ଜଣାଇବେ। ଅନ୍ୟପଟେ କେଉଁ କ୍ଷେତ୍ରରେ ମେଡିକାଲ କେତେ ଟଙ୍କା ରଖିପାରିବେ ସେନେଇ ମଧ୍ଯ ଚିକିତ୍ସା ଦର ଧାର୍ଯ୍ଯ କରିଛନ୍ତି ସରକାର ।
ରାଜ୍ଯ ସରକାରଙ୍କ କଡ଼ା ନିର୍ଦ୍ଦେଶ: କୌଣସି କରୋନା ରୋଗୀଙ୍କୁ ଫେରାଇ ପାରିବେନି ଘରୋଇ ହସ୍ପିଟାଲ୍
ଭୁୁବନେଶ୍ବର: ରାଜ୍ଯରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ରାଜ୍ଯ ସରକାର କରୋନା ସ୍ଥିତ ଉପରେ ସମ୍ପୂର୍ଣ ନଜର ରଖିଛନ୍ତି। ଘରୋଇ ହସ୍ପିଟାଲ ପାଇଁ ରାଜ୍ଯସରକାର ଏକ ନୂତନ ଆଡଭାଇଜରୀ ଜାରିକରିଛନ୍ତି। ଏହି ଆଡଭାଇଜରୀ କୌଣସି ଘରୋଇ ହସ୍ପିଟାଲରେ ୩୦ରୁ ଅଧିକ ବେଡ୍ ଥିବା ଉପରେ ଲାଗୁକରାଯଛି। ଏଣିକି କୌଣସି ଘରୋଇ ହସ୍ପିଟାଲ କୋଭିଡ ରାଗୀଙ୍କୁ ଫେରାଇ ପାରିବେ ନାହିଁ। ଘରୋଇ ହସ୍ପିଟାଲର ୫୦ ପ୍ରତିଶତ ବେଡ୍ କରୋନା ରୋଗୀଙ୍କ ପାଇଁ ରହିବ। ଆବଶ୍ଯକ ପଡ଼ିଲେ ସବୁ […]