ମାମୁଁ ଘରେ ପଶି ମାଇଁଙ୍କ ଭଉଣୀକୁ ବୀଭତ୍ସ ହତ୍ୟା କଲା ନିଶାସକ୍ତ ଭଣଜା

କାକଟପୁର: କୋଣାର୍କ କାକଟପୁରର ଚାଞ୍ଚଲ୍ୟ । ମାମୁଁ ଘରେ ପଶି ମାଇଁଙ୍କ ଭଉଣୀକୁ ବୀଭତ୍ସ ହତ୍ୟା କଲା ନିଶାସକ୍ତ ଭଣଜା । କାକଟପୁର ଥାନା ଅଧୀନ ରେଶଙ୍କରେଶ୍ବରରେ ଘଟିଛି ଏପରି ହତ୍ୟାକାଣ୍ଡ । ଗତକାଲି  ବିଳମ୍ବିତରେ ଏକ ଧାରୁଆ ଛୁରୀରେ ମାଇଁଙ୍କ ଭଉଣୀ ମିଲିପ୍ରିୟା ବେହେରାଙ୍କ ତଣ୍ଟି କାଟି ହତ୍ୟା କରିବା ସହ ତାଙ୍କ ଦେହସାରା ଛୁରୀରେ ଆଘାତ କରିଥିଲେ ଭଣଜା ସ୍ମୃତି ରଞ୍ଜନ ସ୍ୱାଇଁ । ହତ୍ୟାକାଣ୍ଡ ସ୍ଥାନଠୁ ୫୦ ମି. ଦୂରରେ କେନାଲ ତଳୁ ଅଚେତ୍ ଅବସ୍ଥାରେ ଅଭିଯୁକ୍ତ ପଡି ରହିଥିବା ଦେଖିବାକୁ ମିଳିଥିଲା । ପୋଲିସ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ବାଙ୍ଗୁରୀଗାଁ ମେଡିକାଲକୁ ସ୍ଥାନାନ୍ତର କରିଛି । ଅଭିଯୁକ୍ତର ଘର ଅସ୍ତରଙ୍ଗ ବେଗୁଆନିଆବସ୍ତ ବୋଲି ଜଣାପଡିଛି ଜଣାପଡିଛି। 

ସୂଚନା ଅନୁସାରେ, ଦୀର୍ଘ ଦିନ ଧରି ମାମୁଁ ଘରେ ରହି କାମ କରୁଥିଲା ଭଣଜା ସ୍ମୃତି ରଞ୍ଜନ ସ୍ୱାଇଁ ଓରଫ ରାହୁଲ । ତେବେ କାମ କରି ନପାରିବାରୁ ମାମୁ ତାଙ୍କୁ ଘରୁ ବାହାର କରି ଦେଇଥିଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇ ଭଣଜା ହତ୍ୟା କରିଥିବା କୁହାଯାଉଛି। ତେବେ ହତ୍ୟାର ପ୍ରକୃତ କାରଣ ଏଯାଏଁ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।

About The Author: Madhusudan Das