ନୟାଗଡ଼ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦ୍ରୁତ ଗତିରେ ଏକ କାର୍ ଦୋକାନକୁ ପିଟିବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଗତକାଲି ବିଳମ୍ବିତ ରାତିରେ ନୟାଗଡ଼ ଜିଲ୍ଲା ଇଟାମାଟିରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଖୋର୍ଦ୍ଧା ସାଗରୁ ଗାଁର କାର ମାଲିକ ଏବଂ ଜଣେ ପଥଚାରୀଙ୍କ ମୃତ୍ୟୁ ହୋଇଛି।
ମିଳିଥିବା ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଦ୍ରୁତ ଗତିରେ ଏକ କାର ଦୋକାନକୁ ଧକ୍କା ଦେଇଥିଲା । ଯାହା ଫଳେ କାର୍ରେ ଥିବା ଜଣେ ବ୍ୟକ୍ତିି ଓ ଜଣେ ପଥଚାରୀଙ୍କ ମୃତ୍ୟୁ ହୋଇଛି। ଇଟାମାଟି ଥାନା ପୁଲିସ ପହଞ୍ଚି ଦୁଇ ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ କରୁଛି। ତେବେ କାରରେ ୨ ଥିଲେ, ସେମାନଙ୍କ ମଧ୍ୟରେ କାର୍ରେ ବସିଥିବା କାର୍ ମାଲିକଙ୍କ ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଛନ୍ତି।