ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଚାଲିଛି । ଚୋରି, ରାହାଜାନୀ ଚରମ ସ୍ଥିତିରେ ପହଞ୍ଚିଛି । ଗତକାଲି ରାତିରେ ଫତେଗଡ଼ ଥାନା ଅନ୍ତର୍ଗତ ବାଇଗୁଣିଆ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ବ୍ୟାପକ ସୁନା ଅଳଙ୍କାର ଲୁଟ ହୋଇଛି । ବାଇଗୁଣିଆ ଗ୍ରାମର ଗଣେଶ୍ୱର ଦଳେଇଙ୍କ ପରିବାର ଗୋଟିଏ ରୁମରେ ଶୋଇଥିବା ବେଳେ ଚୋରମାନେ ବାରିପଟେ ପଶି ଲୁଟ କରିଛନ୍ତି । ବାରିପଟ ଝରକା ଲୁହା ଗ୍ରୀଲ ଭାଙ୍ଗି ଭିତରେ ପଶିଥିବା ବେଳେ ଘର ଭିତରେ ଥିବା ଲୁହା ଆଲମିରାକୁ ଭାଙ୍ଗି ଦେଇଛନ୍ତି । ଗଡରେଜ ଆଲମିରା ଭିତରେ ଥିବା ୫୦ ଗ୍ରାମ ଓଜନର ୩ଟି ହାର, ୩୫ ଗ୍ରାମ ଓଜନର ୨ଟି ଚେନ, ୧୮ ଗ୍ରାମ ଓଜନର ୩ ହଳ ଶଙ୍ଖା, ୨୪ ଗ୍ରାମ ଓଜନର ପେଣ୍ଡୁ ଦୁଇ ହଳ, ୫ଟି ସୁନାମୁଦି ଚୋରି ହୋଇଛି । ମୋଟ ୧୫୦ ଗ୍ରାମ ଓଜନର ସୁନା ଓ ୩୨୦ ଗ୍ରାମ ଓଜନର ରୂପା ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଖବରପାଇ ଫତେଗଡ଼ ପୁଲିସ ଘଟଣାସ୍ଥଳକୁ ଯାଇ ଛାନଭିନ କରିଥିବା ବେଳେ ଏନେଇ ଗଣେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି । ବାରମ୍ବାର ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଚୋରି, ରାହାଜାନୀ ଘଟୁଥିବା ବେଳେ ନୟାଗଡ଼ ଜିଲ୍ଲା ପୁଲିସର ବରିଷ୍ଠ ଅଧିକାରୀମାନେ ବାହାସ୍ପୋଟ ମାରିବାକୁ ପଛାଉ ନାହାନ୍ତି ।
ଶୋଇଥିବା ବେଳେ କଳାକନା ବୁଲାଇଲେ ଚୋର: ୧୫୦ ଗ୍ରାମ ସୁନା ଓ ୩୨୦ ଗ୍ରାମ ରୂପା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଚାଲିଛି । ଚୋରି, ରାହାଜାନୀ ଚରମ ସ୍ଥିତିରେ ପହଞ୍ଚିଛି । ଗତକାଲି ରାତିରେ ଫତେଗଡ଼ ଥାନା ଅନ୍ତର୍ଗତ ବାଇଗୁଣିଆ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ବ୍ୟାପକ ସୁନା ଅଳଙ୍କାର ଲୁଟ ହୋଇଛି । ବାଇଗୁଣିଆ ଗ୍ରାମର ଗଣେଶ୍ୱର ଦଳେଇଙ୍କ ପରିବାର ଗୋଟିଏ ରୁମରେ ଶୋଇଥିବା ବେଳେ ଚୋରମାନେ ବାରିପଟେ ପଶି ଲୁଟ କରିଛନ୍ତି । ବାରିପଟ ଝରକା ଲୁହା ଗ୍ରୀଲ ଭାଙ୍ଗି ଭିତରେ ପଶିଥିବା ବେଳେ ଘର […]