ରାଜଧାନୀରେ ଚାଞ୍ଚଲ୍ୟ; ୩ ବର୍ଷର ପୁଅ ଆଗରେ ମାଆର ତଣ୍ଟି ଚିପି ହତ୍ୟା କଲେ ଦୁର୍ବୃତ୍ତ

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ। ଜଣେ ମହିଳାଙ୍କୁ ତାଙ୍କ ୩ ବର୍ଷର ପୁଅ ଆଗରେ ତଣ୍ଟି ଚିପି କେହି ଦୁର୍ବୃତ୍ତ ହତ୍ୟା କରିଛି। ଏଭଳି ଘଟଣା ଖାରବେଳ ନଗର ଥାନା ଅନ୍ତର୍ଗତ ଶାସ୍ତ୍ରୀ ନଗର ଅଞ୍ଚଳରେ ଦେଖିବାକୁ ମିଳିଛି। ମୃତ ମହିଳା ଜଣକ ହେଲେ ଶୁଭଶ୍ରୀ ମହାପାତ୍ର(୨୮)। ତାଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ସ୍ୱାମୀ ଅନନ୍ତ ନାରାୟଣ ନାଥ ଖାରବେଳ ନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ […]

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ। ଜଣେ ମହିଳାଙ୍କୁ ତାଙ୍କ ୩ ବର୍ଷର ପୁଅ ଆଗରେ ତଣ୍ଟି ଚିପି କେହି ଦୁର୍ବୃତ୍ତ ହତ୍ୟା କରିଛି। ଏଭଳି ଘଟଣା ଖାରବେଳ ନଗର ଥାନା ଅନ୍ତର୍ଗତ ଶାସ୍ତ୍ରୀ ନଗର ଅଞ୍ଚଳରେ ଦେଖିବାକୁ ମିଳିଛି। ମୃତ ମହିଳା ଜଣକ ହେଲେ ଶୁଭଶ୍ରୀ ମହାପାତ୍ର(୨୮)। ତାଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ସ୍ୱାମୀ ଅନନ୍ତ ନାରାୟଣ ନାଥ ଖାରବେଳ ନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଛି। ମୃତଦେହ ମିଳିଥିବା ଘରକୁ ପୁଲିସ ସିଲ୍‍କରି ରାତିତମାମ ଜଗି ରହିଛି। ବୁଧବାର ସକାଳୁ ସାଇଣ୍ଟିଫିକ୍‍ ଟିମ୍‍ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିବ। ମହିଳାଙ୍କୁ କିଏ ଏବଂ କାହିଁକି ହତ୍ୟା କଲା ସେନେଇ କିଛି ଜଣାପଡ଼ିନାହିଁ। ଘର ନିକଟରେ ଲାଗିଥିବା ସିସିଟିଭି ଫୁଟେଜ୍‍ ଯାଞ୍ଚ କରୁଛି ପୁଲିସ। ତେବେ ତାଙ୍କୁ ଲୁଟ୍‍ପାଟ୍‍ ଉଦ୍ଦେଶ୍ୟରେ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଛି।

ମିଳିଥିବା ସୂଚନା ଅନୁସାରେ, ନୟାଗଡ଼ ଜିଲ୍ଲାର ଶୁଭଶ୍ରୀଙ୍କ ସହ ୨୦୧୮ରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳର ଅନନ୍ତ ନାରାୟଣଙ୍କ ସହ ବିବାହ ହୋଇଥିଲା। ଅନନ୍ତ ଏକ ଘରୋଇ କମ୍ପାନୀରେ କାମ କରୁଥିବାବେଳେ ତାଙ୍କର ୩ ବର୍ଷର ପୁଅ ରହିଛି। ସେ ୩ ଦିନ ତଳେ କୌଣସି କାମ ପାଇଁ ରାଜ୍ୟ ବାହାରକୁ ଯାଇଥିଲେ। ସୋମବାର ବିମାନ ବନ୍ଦରରେ ଓହ୍ଲାଇ ସ୍ତ୍ରୀ ଶୁଭଶ୍ରୀଙ୍କ ସହ କଥା ହୋଇଥିଲେ। ଏପରିକି ଭିଡିଓ କଲ୍‍ କରି ସ୍ତ୍ରୀ ଏବଂ ପୁଅଙ୍କ ସହ କଥା ହୋଇଥିଲେ। ଅତି ଜରୁରୀ କାମ ପଡ଼ିବାରୁ ସେଠାରୁ ଗାଁକୁ ଯାଇଥିଲେ। ଏହି ସମୟରେ ଘରେ ସ୍ତ୍ରୀ ଏବଂ ପୁଅ ରହିଥିଲେ। ହେଲେ ମଙ୍ଗଳବାର ଅପରାହ୍ଣରେ ଅନନ୍ତ ସ୍ତ୍ରୀଙ୍କୁ ଫୋନ୍‍ କରିଥିଲେ ମଧ୍ୟ ସେ ଉଠାଇ ନ ଥିଲେ। ତାଙ୍କ ମୃତଦେହ ଖଟ ଉପରେ ପଡ଼ି ରହିଥିଲା। ଅନନ୍ତଙ୍କ ପୁଅ ଭିଡିଓ କଲ୍‍ ଉଠାଇ ମାଆ ଶୁଭଶ୍ରୀଙ୍କୁ ଦେଖାଇଥିଲା। ଅନନ୍ତ ତାଙ୍କ ବେକରେ ଦାଗ ରହିଥିବା ଦେଖିବାକୁ ପାଇଥିଲେ। ତାଙ୍କୁ କେହି ରଶି ଏବଂ କପଡ଼ା ସାହାଯ୍ୟରେ ତଣ୍ଟିଚିପି ହତ୍ୟା କରିଥିବା ଦେଖିଥିଲେ। ଅନନ୍ତ ତୁରନ୍ତ ପଡ଼ୋଶୀ ଟିୟୁସନ୍‍ ଶିକ୍ଷକଙ୍କୁ ଫୋନ୍‍ କରି ଜଣାଇଥିଲେ। ସେ ତୁରନ୍ତ ତାଙ୍କ ଘର ନିକଟକୁ ଆସି ଛୋଟ ପୁଅକୁ ଉଦ୍ଧାର କରି ଥାନାକୁ ଜଣାଇଥିଲେ। ବିଳମ୍ବିତ ରାତିରେ ପୁଲିସ ପହଞ୍ଚି ମୃତଦେହ ଜବତ କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଛି।

About The Author: The Sakala