ନାବାଳିକା ବଳାତ୍କାର ମାମଲା, ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ନୟାଗଡ଼ : ନୟାଗଡ଼ ପକ୍‌ସୋ ଅଦାଲତ ବିଚାରପତି ନିରଞ୍ଜନ ପଣ୍ଡା ଆଜି ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଅଭିଯୁକ୍ତ ଜଣଙ୍କ ଚାନ୍ଦପୁର ଥାନା ଅଞ୍ଚଳର ପ୍ରଶାନ୍ତ ପଲେଇ । ତାଙ୍କୁ ୧୫ ହଜାର ଟଙ୍କା ଜରିମାନା ଆଦେଶ ରହିଥିବା ବେଳେ, ଅନାଦେୟ ଦୋଷୀକୁ ଅଧିକ ୬ ମାସ ଜେଲ ଦଣ୍ଡାଦେଶ ଭୋଗିବାକୁ ପଡ଼ିବ ବୋଲି ରାୟ ଦେଇଛନ୍ତି । ଏହା ସହ ପିଡିତାଙ୍କୁ […]

ନୟାଗଡ଼ : ନୟାଗଡ଼ ପକ୍‌ସୋ ଅଦାଲତ ବିଚାରପତି ନିରଞ୍ଜନ ପଣ୍ଡା ଆଜି ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଅଭିଯୁକ୍ତ ଜଣଙ୍କ ଚାନ୍ଦପୁର ଥାନା ଅଞ୍ଚଳର ପ୍ରଶାନ୍ତ ପଲେଇ । ତାଙ୍କୁ ୧୫ ହଜାର ଟଙ୍କା ଜରିମାନା ଆଦେଶ ରହିଥିବା ବେଳେ, ଅନାଦେୟ ଦୋଷୀକୁ ଅଧିକ ୬ ମାସ ଜେଲ ଦଣ୍ଡାଦେଶ ଭୋଗିବାକୁ ପଡ଼ିବ ବୋଲି ରାୟ ଦେଇଛନ୍ତି । ଏହା ସହ ପିଡିତାଙ୍କୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଦେବା ପାଇଁ ଡିଏଲଏସକୁ ନିର୍ଦ୍ଦେଶ ଦେଇଛନ୍ତି ।

୨୦୨୨ ମସିହା ଜୁନ ୨୭ ତାରିଖ ଦିନ ମୁଦଲା ପ୍ରଶାନ୍ତ ପଲେଇ ପୀଡିତାଙ୍କୁ ରାଇପଡାସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀରେ ନେଇ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା । ଏହାକୁ ନେଇ ପିଡିତାର ମା’ ଚାନ୍ଦପୁର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁ କରି ଅଦାଲତରେ ଚାର୍ଜସିଟ୍ ଦାଖଲ କରିଥିଲା । ସାକ୍ଷୀ, ଡାକ୍ତରୀ ପରୀକ୍ଷା ରିର୍ପୋଟ ଓ ଓକିଲଙ୍କ ଯୁକ୍ତିକୁ ଆଧାର କରି ରାୟ ପ୍ରକାଶ ପାଇଛି । ଉପରୋକ୍ତ ମାମଲାକୁ ସ୍ୱତନ୍ତ୍ର ଆଇନଜୀବି ଦାଶରଥି ସାହୁ ପରିଚଳନା କରୁଥିଲେ ।

About The Author: The Sakala