ବରଗଡ଼ ଓ ବୌଦ୍ଧ ଜିଲ୍ଲାର ଦଳୀୟ କର୍ମୀଙ୍କୁ ନବୀନ ପଟ୍ଟନାୟକଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର: ବରଗଡ଼ ଓ ବୌଦ୍ଧ ଜିଲ୍ଲାର ବିଜେଡି ନେତା ଓ କର୍ମୀଙ୍କୁ ନବୀନ ପଟ୍ଟନାୟକଙ୍କ ଗୁରୁମନ୍ତ୍ର। ଜିଲ୍ଲାର ସଂଗଠନକୁ ଆହୁରି ସକ୍ରିୟ ରଖିବାକୁ ଟିପ୍ସ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଲୋକଙ୍କ ସହିତ କିପରି ଯୋଡ଼ି ହୋଇ ରହିବେ, ଜନତାଙ୍କ ସେବା କରିବେ କର୍ମୀମାନେ ସେନେଇ ପରାମର୍ଶ ଦେଇଛନ୍ତି ନବୀନ। ଶଙ୍ଖ ଭବନରେ ବରଗଡ଼ ଓ ବୌଦ୍ଧ ଜିଲ୍ଲାର ଦଳୀୟ ସଂଗଠନ ନେଇ ଆଲୋଚନା ହୋଇଛି। ଏହା ସହିତ ରାଜ୍ୟ ସରକାରଙ୍କ କାମ ଉପରେ ମଧ୍ୟ […]

ଭୁବନେଶ୍ୱର: ବରଗଡ଼ ଓ ବୌଦ୍ଧ ଜିଲ୍ଲାର ବିଜେଡି ନେତା ଓ କର୍ମୀଙ୍କୁ ନବୀନ ପଟ୍ଟନାୟକଙ୍କ ଗୁରୁମନ୍ତ୍ର। ଜିଲ୍ଲାର ସଂଗଠନକୁ ଆହୁରି ସକ୍ରିୟ ରଖିବାକୁ ଟିପ୍ସ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଲୋକଙ୍କ ସହିତ କିପରି ଯୋଡ଼ି ହୋଇ ରହିବେ, ଜନତାଙ୍କ ସେବା କରିବେ କର୍ମୀମାନେ ସେନେଇ ପରାମର୍ଶ ଦେଇଛନ୍ତି ନବୀନ। ଶଙ୍ଖ ଭବନରେ ବରଗଡ଼ ଓ ବୌଦ୍ଧ ଜିଲ୍ଲାର ଦଳୀୟ ସଂଗଠନ ନେଇ ଆଲୋଚନା ହୋଇଛି। ଏହା ସହିତ ରାଜ୍ୟ ସରକାରଙ୍କ କାମ ଉପରେ ମଧ୍ୟ ନଜର ରଖିବାକୁ, ସରକାର ତ୍ରୁଟି ଲୋକଙ୍କ ସାମ୍ନାକୁ ଆଣିବାକୁ ଓ ସରକାରଙ୍କ ଉପରେ ଚାପ ପକାଇବାକୁ ନବୀନ ପରାମର୍ଶ ଦେଇଛନ୍ତି। କିପରି ରାଜ୍ୟ ସରକାରଙ୍କ ବିରୋଧରେ ଜନମତ ସୃଷ୍ଟି କରାଯିବ, ସେ ସଂପର୍କରେ ମଧ୍ୟ ରଣନୀତି ପ୍ରସ୍ତୁତ ହୋଇଛି।

About The Author: The Sakala