ଗୁଣିଆ ସନ୍ଦେହରେ ମହିଳାଙ୍କୁ ହତ୍ୟା ଘଟଣା, ୫ଟି ଥାନାରେ ୩୩ ଜଣଙ୍କ ବିରୋଧରେ ମାମଲା

କବିସୂର୍ଯ୍ୟନଗର : ଅନ୍ଧ ବିଶ୍ବାସର ଭୟଙ୍କର ପରିଣାମ । ଗୁଣି ଗାରେଡ଼ି ସନ୍ଦେହରେ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ଜଣେ ବ୍ୟକ୍ତିଙ୍କ ପତ୍ନୀଙ୍କୁ ପିଟିପିଟି ମାରି ଦିଆଯାଇଥିବା ଅଭିଯୋଗ ହୋଇଛି । ସେ ଥାନାରେ ଏତଲା ଦେଇଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ମାଧିଆପଲ୍ଲୀ ଗାଁରେ ଘଟିଛି ଏହି ଘଟଣା । ଗ୍ରାମର ରାଜେନ୍ଦ୍ର ନାହାକ ନଦୀରୁ ଗାଧୋଇ ଫେରୁଥିବା ବେଳେ କିଛି ଗାଁ ଲୋକେ ତାଙ୍କୁ ଉଠାଇ […]

କବିସୂର୍ଯ୍ୟନଗର : ଅନ୍ଧ ବିଶ୍ବାସର ଭୟଙ୍କର ପରିଣାମ । ଗୁଣି ଗାରେଡ଼ି ସନ୍ଦେହରେ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ଜଣେ ବ୍ୟକ୍ତିଙ୍କ ପତ୍ନୀଙ୍କୁ ପିଟିପିଟି ମାରି ଦିଆଯାଇଥିବା ଅଭିଯୋଗ ହୋଇଛି । ସେ ଥାନାରେ ଏତଲା ଦେଇଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ମାଧିଆପଲ୍ଲୀ ଗାଁରେ ଘଟିଛି ଏହି ଘଟଣା । ଗ୍ରାମର ରାଜେନ୍ଦ୍ର ନାହାକ ନଦୀରୁ ଗାଧୋଇ ଫେରୁଥିବା ବେଳେ କିଛି ଗାଁ ଲୋକେ ତାଙ୍କୁ ଉଠାଇ ନେଇ ଆକ୍ରମଣ କରିଥିଲେ। ରାଜେନ୍ଦ୍ରଙ୍କ ସହିତ ଅନ୍ୟ ତିନିଜଣ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି।

ସୂଚନା ଅନୁଯାୟୀ, ଗତକାଲି ରାତିରେ ଗାଁର ଜଣେ ବ୍ୟକ୍ତି ଦେହରେ ପ୍ରେତାତ୍ମା ଲାଗିଥିଲା। ଗାଁର ଯୁଧିଷ୍ଠର ନାହାକଙ୍କ ସମେତ ୪ ଜଣ ବ୍ୟକ୍ତି ଗୁଣିଗାରେଡ଼ି କରୁଥିବା ସେ ଗ୍ରାମବାସୀଙ୍କୁ କହିଥିଲା। ଯୁଧିଷ୍ଠିରଙ୍କ ସହ ଅନ୍ୟମାନଙ୍କ ନାଁ ମଧ୍ୟ କହିଥିଲା। ଆଉ ଗ୍ରାମବାସୀ ଏହାକୁ ବିଶ୍ୱାସ କରିଥିଲେ। ତା’ପରେ ଗାଁରେ ସଭା ବସିଥିଲା। ଯୁଧିଷ୍ଠରଙ୍କ ସମେତ ଅନ୍ୟ ୩ଜଣଙ୍କୁ ସଭାରେ ଉପସ୍ଥିତ ରହିବାକୁ କୁହାଯାଇଥିଲା। ସେମାନେ ମଧ୍ୟ ସଭାରେ ଉପସ୍ଥିତ ହୋଇଥିଲେ।ସେଠାରେ ଗ୍ରାମବାସୀ ଓ ଉକ୍ତ ୪ ଜଣଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଉତ୍ତ୍ୟକ୍ତ ଗ୍ରାମବାସୀ ଯୁଧିଷ୍ଠର ଓ ଅନ୍ୟ ୩ ଜଣଙ୍କୁ ନିର୍ଧୂମ ପିଟିଥିଲେ। ଗ୍ରାମବାସୀଙ୍କ ଏହି କାର୍ଯ୍ୟକୁ ଯୁଧିଷ୍ଠିରଙ୍କ ପତ୍ନୀ ଗ୍ରହଣ କରିପାରିନଥିଲେ। ସେ କବିସୂର୍ଯ୍ୟନଗର ଥାନା ପୁଲିସ୍‌କୁ ଘଟଣା ବିଷୟରେ ଜଣାଇଥିଲେ। ପୁଲିସ ପହଞ୍ଚି ଯୁଧିଷ୍ଠିର ଓ ଅନ୍ୟ ୩ ଜଣଙ୍କୁ ଉଦ୍ଧାର କରି ଆସିକା ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା।

ଏହାପରେ ଗ୍ରାମବାସୀ ଝୁନୁଙ୍କ ଘରେ ପଶି ପୂରା ପରିବାରକୁ ଆକ୍ରମଣ କରିଥିଲେ। ୨ ପୁଅ ଖସି ପଳାଇବାରେ ସକ୍ଷମ ହୋଇଥିବା ବେଳେ ଝୁନୁ ରହି ଯାଇଥିଲେ। କାହିଁକି ଥାନାରେ ଅଭିଯୋଗ କଲୁ ବୋଲି କହି ଗ୍ରାମବାସୀ ତାଙ୍କୁ ନିସ୍ତୁକ ପିଟିଥିଲେ। ଘଟଣାସ୍ଥଳରେ ଝୁନୁଙ୍କର ମୃତ୍ୟୁ ଘଟିଥିଲା। ଆଜି ସକାଳେ ୨ ପୁଅ ଘରକୁ ଫେରି ମା’ର ମୃତଦେହ ପଡ଼ିଥିବା ଦେଖି ପୁଲିସକୁ ଜଣାଇଥିଲେ। ପୁଲିସ ଗାଁରେ ପହଞ୍ଚି ୮ଜଣ ପୁରୁଷ ସହ ୫୦ରୁ ଅଧିକ ମହିଳାଙ୍କୁ ଉଠାଇ ନେଇଛି। କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ ଗାଁରେ ଏସଡିପିଓଙ୍କ ସମେତ ୩ଟି ଥାନାର ଆଇଆଇସି ଓ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ପୁରୁଷୋତ୍ତମପୁର ଏସଡିପିଓ ରଜନୀକାନ୍ତ ସାମଲଙ୍କ ନେତୃତ୍ୱରେ ୩ ଜଣ ଥାନା ଅଧିକାରୀ ଓ ୪ ପ୍ଲାଟୁନ ଫୋର୍ସ ମୁତୟନ ରହି ପରିସ୍ଥିତି ଉପରେ ତୀକ୍ଷ୍ମ ନଜର ରଖିଥିବା ଦେଖିବାକୁ ମିଳିଛି।  ତେବେ ଏହି ଘଟଣାରେ ୫ ଟି ଥାନାରେ ୧୩ ଜଣ ପୁରୁଷ, ୨୦ ଜଣ ମହିଳାଙ୍କ ସହ ମୋଟ ୩୩ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି ବୋଲି ଜଣାପଡିଛି।

About The Author: The Sakala