ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ୧୦୫ଟି ଓ୍ବାର୍ଡର ସୀମାର ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଡିସେମ୍ବର ୧୨ ତାରିଖ ସୁଦ୍ଧା ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ସରିବ। ୧୦୫ଟି ପୌରପାଳିକା ମଧ୍ୟରୁ ୧୦୧ଟି ୱାର୍ଡର କାର୍ଯ୍ଯକାଳ ସରିଛି ।
ନବଗଠିତ ୪ଟି ଏନଏସି ଗଠନକୁ ୬ମାସ ପୂରିଯାଇଛି । ସଂରକ୍ଷଣ ଆଧାରରେ ହେବ ସୀମା ପୁନଃନିର୍ଦ୍ଧାରଣ । ନଭେମ୍ବର ୧୧ ତାରିଖରେ ପ୍ରକାଶ ପାଇବ ଚିଠା ତାଲିକା । ୧୮ ତାରିଖ ସୁଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଦାଖଲ ହେବ ଆପତ୍ତି ଅଭିଯୋଗ । ୨୯ ତାରିଖରେ ପ୍ରକାଶ ପାଇବ ଚୁଡାନ୍ତ ସୀମା ପୁନଃନିର୍ଦ୍ଧାରଣ ତାଲିକା । ଡିସେମ୍ବର ୧୨ ତାରିଖ ସୁଦ୍ଧା ତାଲିକା ନେଇ ହୋଇପାରିବ ଅପିଲ ।