ଧାନ ସଂଗ୍ରହଠାରୁ ଆହାର କେନ୍ଦ୍ର ପରିଚାଳନା ସବୁଠି ଆଗରେ ମିଶନ ଶକ୍ତି

ଭୁବନେଶ୍ୱର : ୨୦୦୧ ମସିହା ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ପରିପ୍ରେକ୍ଷୀରେ ମିଶନ ଶକ୍ତି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ମହିଳାଙ୍କ ସ୍ୱାବଲମ୍ବିତା ଏବଂ ଆତ୍ମନିର୍ଭରଶୀଳତାକୁ ବଳ ଦେବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ଏହା ଆଜି ଦେଶକୁ ନୂଆ ଦିଗ୍‍ଦର୍ଶନ ଦେଉଛି। ମିଶନ ଶକ୍ତି ଅଧୀନରେ ରାଜ୍ୟରେ ୬ ଲକ୍ଷ ୨ହଜାର ୧୩ ମହିଳା ଏସ୍‌ଏଚ୍‌ଜିର ପ୍ରାୟ ୮୦ ଲକ୍ଷ ସଦସ୍ୟ ଦେଶର ସାମାଜିକ ଏବଂ ଅର୍ଥନୈତିକ ଜୀବନରେ […]

ଭୁବନେଶ୍ୱର : ୨୦୦୧ ମସିହା ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ପରିପ୍ରେକ୍ଷୀରେ ମିଶନ ଶକ୍ତି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ମହିଳାଙ୍କ ସ୍ୱାବଲମ୍ବିତା ଏବଂ ଆତ୍ମନିର୍ଭରଶୀଳତାକୁ ବଳ ଦେବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ଏହା ଆଜି ଦେଶକୁ ନୂଆ ଦିଗ୍‍ଦର୍ଶନ ଦେଉଛି। ମିଶନ ଶକ୍ତି ଅଧୀନରେ ରାଜ୍ୟରେ ୬ ଲକ୍ଷ ୨ହଜାର ୧୩ ମହିଳା ଏସ୍‌ଏଚ୍‌ଜିର ପ୍ରାୟ ୮୦ ଲକ୍ଷ ସଦସ୍ୟ ଦେଶର ସାମାଜିକ ଏବଂ ଅର୍ଥନୈତିକ ଜୀବନରେ ଏକ ବିରାଟ ପରିବର୍ତ୍ତନ ଆଣିଛନ୍ତି। ମିଶନ ଶକ୍ତିର ସଦସ୍ୟମାନେ ପ୍ରାରମ୍ଭିକ ଭାବେ ବଡ଼ି, ପାମ୍ପଡ଼ ଠାରୁ ସେମାନଙ୍କର ଅଭିଯାନ ଆରମ୍ଭ କରି ଏବେ ସେପ୍ଟେଜ୍‍ ପ୍ଲାଣ୍ଟର ରକ୍ଷଣାବେକ୍ଷଣ, ଏପରିକି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ନେତୃତ୍ୱ ନେବା ସେମାନଙ୍କ କାର୍ଯ୍ୟଶୈଳୀର ମାନବୃଦ୍ଧି ହୋଇଥିବା ନେଇ ସ୍ପଷ୍ଟ ସଂକେତ ଦେଉଛି।ବର୍ତ୍ତମାନ ଗୃହ ଓ ନଗର ଉନ୍ନୟନ ବିଭାଗ ମିଶନ ଶକ୍ତି ଗୋଷ୍ଠିଗୁଡିକ ସହିତ ମିଶି ଓଡ଼ିଶାର ସମସ୍ତ ୧୬୭ ଆହାର କେନ୍ଦ୍ରର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ମହିଳାମାନେ କରୁଛନ୍ତି।

ଏପରିକି ଚଳିତ୍‍ ଖରିଫ୍‍ ଧାନ ସଂଗ୍ରହରେ ମହିଳା ଏସଏଚଜି ଗୁଡ଼ିକର ପ୍ରଦର୍ଶନ ମଧ୍ୟ ଖୁବ୍‍ ଉଚ୍ଚକୋଟୀର ଥିଲା। ଏପଟେ ମିଳାମାନଙ୍କୁ ସ୍ୱାବଲମ୍ବୀ ଭାବେ ଗଢ଼ିତୋଳିବା ପାଇଁ ଗୋଟିଏ ପରେ ଗୋଟିଏ ବିରାଟ ପଦକ୍ଷେପ ନେଇ ସାରିଛନ୍ତି ନବୀନ ସରକାର। ସିଡ୍‍ ମନି ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ୧୫ ହଜାର ଓ ଡିଜିଟାଲ ସଶକ୍ତିକରଣ ପାଇଁ ୩ ହଜାର ଟଙ୍କା ଦିଆଯାଇଛି। ସେହିପରୀ ୩୩୮ ଗୋଟି ମହସଂଘଙ୍କୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଦିଆଯାଇଛି।

ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁଙ୍କ ଅନୁଯାୟୀ ମିଶନ ଶକ୍ତିରେ ମହାସଂଘ ଏବଂ ଗୋଷ୍ଠୀଗୁଡ଼ିକୁ ଋଣ ଯୋଗାଇ ଦିଆଯାଉଛି। ୨୦୨୦-୨୧ ଆର୍ଥିକ ବର୍ଷରେ ୨ଲକ୍ଷ ୨୪ହଜାର ୬୨୮ ସ୍ୱୟଂ ସହାୟକ ଗୋଷ୍ଠୀକୁ ୩ ହଜାର ୭୮୯ କୋଟି ୯୦ ଲକ୍ଷ ଟଙ୍କା ବ୍ୟାଙ୍କ ଋଣ ପ୍ରଦାନ କରାଯାଇଛି। ଗୋଷ୍ଠୀଗୁଡ଼ିକୁ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯାଉଛି। ଯାହାଫଳରେ ସେମାନେ ବିଭିନ୍ନ ସାମଗ୍ରୀର ଉତ୍ପାଦନ କରି ପ୍ରଚୁର ମାତ୍ରାରେ ଲାଭାନ୍ୱିତ ହୋଇପାରୁଛନ୍ତି। ଚଳିତ ବଜେଟରେ ମଧ୍ୟ ମିଶନ ଶକ୍ତି ବିଭାଗକୁ ଗୁରୁତ୍ୱ ଦିଆଯାଇ ୩୧୬ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ରାଜ୍ୟର ପ୍ରତି ବ୍ଲକରେ ମିଶନ ଶକ୍ତି କାର୍ଯ୍ୟାଳୟ ଖୋଲିବା ନେଇ ମଧ୍ୟ ସରକାର ନିଷ୍ପତ୍ତି ନେଇସାରିଛନ୍ତି। ପ୍ରତି କାର୍ଯ୍ୟାଳୟରେ ମିଶନ ଶକ୍ତି ଗୃହ ନିର୍ମାଣ କରାଯିବାକୁ ନିଷ୍ପତ୍ତି ହୋଇଥିବାବେଳେ ଏହାର ଅଟକଳ ମୂଲ୍ୟ ୫୦ ଲକ୍ଷ ଟଙ୍କା ରହିବ।

 

About The Author: The Sakala