ଭୁବେନେଶ୍ବର: ବନ୍ୟା ସ୍ଥିତିକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମୁଖ୍ଯମନ୍ତ୍ରୀ କହିଥିବା ଜିରୋ କାଜୁଆଲଟିକୁ ଗୁରୁତ୍ବ ଦିଆଯାଇଛି। ରାଜ୍ୟରେ ଆହୁରି ୩ରୁ ୪ ଦିନ ଏମିତି ବନ୍ୟା ସ୍ଥିତି ଲାଗି ରହିବ । ଆଗାମୀ ୨୪ ଘଣ୍ଟା ରାଜ୍ୟ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଏହି ବନ୍ୟା ଦ୍ୱାରା ମହାନଦୀ ସିଷ୍ଟମରେ ଗତକାଲି ଦୁଇଟି ଘାଇ ହୋଇଥିଲା । ଆଜି ଆଉ ଦୁଇଟି ଘାଇ ହୋଇଛି । ମୋଟ ୪ଟି ଘାଇ ହୋଇଛି । ୨୦୧୧ ପରେ ରାଜ୍ୟରେ ଏଭଳି ବନ୍ୟା ହୋଇଛି। ବର୍ତ୍ତମାନ ଘଣ୍ଟାକୁ ୧୭ହଜାର କ୍ଯୁସେକ ପାଣି ମୁଣ୍ଡଳୀରୁ ଖସୁଛି । କିଛି ସମୟ ପରେ ଘଣ୍ଟାକୁ ୨୫ହଜାର କ୍ଯୁସେକକୁ ଖସିବ। ତେବେ ହୀରାକୁଦ ଡ୍ୟାମର ବନ୍ୟା ଜଳ ମୁଣ୍ଡଳୀଠାରେ କାଲି ସକାଳୁ ପହଞ୍ଚିବ । ପ୍ରାୟ ୯ ରୁ ୧୦ଲକ୍ଷ କ୍ଯୁସେକ ପାଣି ପାସ କରିବ। କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା ବନ୍ୟା ଦ୍ୱାର ପ୍ରଭାବିତ। ଜଗତସିଂହପୁର ଓ ପୁରୀ ଜିଲ୍ଲା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି । ଆଜି ଓଡ୍ରାଫ, NDRF, ଫାୟାର ସର୍ଭିସ ଅତିରିକ୍ତ ଟିମ ପଠାଯାଇଛି ।
ଆସୁଥିବା ବର୍ଷାକୁ ଦେଖି କେନ୍ଦୁଝର, ଭଦ୍ରକ ଓ ଯାଜପୁର କୁ ସତର୍କ ରହିବା ପାଇଁ କୁହାଯାଇଛି । କାରଣ ବ୍ରାହ୍ମଣୀ ଓ ବୈତରଣୀ ବେଲ୍ଟ ରେ ବର୍ଷା ହେବାର ଆକଳନ କରାଯାଉଛି । ସ୍ୱାସ୍ଥ୍ୟ ବିଭାଗ ସହିତ ଲଗାତାର ଭାବେ ଯୋଗାଯୋଗ ରହିଛି । ପାର୍ଯ୍ୟାପ୍ତ କିଟ ପାଇଁ କୁହାଯାଇଛି । ଏହା ବାଦ ଆଣ୍ଟି ଭେନମ କିଟ ଅଧିକ ମହଜୁଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରେସକ୍ୟୁ ଅପରେସନ ଚାଲିଛି। ବନ୍ୟା ବିପନ୍ନଙ୍କୁ ରନ୍ଧ୍ୟା ଖାଦ୍ୟ ପ୍ରଦାନ କରାଯାଉଛି। ଘାଇ ଓ ଘଳିଆ ମଧ୍ୟ ମରାମତି କରାଯାଉଛି ମନ୍ତ୍ରୀ କହିଛନ୍ତି।