ଧାମନଗର ଉପନିର୍ବାଚନ ନେଇ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ପ୍ରତିକ୍ରିୟା। ନିର୍ବାଚନ ଆସିଲେ ସବୁ ଦଳର ନେତା ଆସନ୍ତି। କିନ୍ତୁ ବିଗତ ଦିନରେ ଯେତେ ଲଢେଇ ହୋଇଛି ବିଜେଡି ଜିତାପଟ କରିଛି। ଇତିହାସ ଦେଖିଲେ ଲୋକଙ୍କ ଆସ୍ଥା ବିଜେଡି ଓ ନବୀନ ପଟ୍ଟନାୟକଙ୍କ ପ୍ରତି ରହିଛି ବିଜେଡି ପାର୍ଥିନି ଭଲ ଭୋଟରେ ଜିତିବେ । ଏଥିରେ କୌଣସି ଆଶଙ୍କା ନାହି । ବ୍ରଜରାଜ ନଗର ଉପନିର୍ବାଚନ ସମୟରେ ବହୁତ୍ ଆଲୋଚନା ପର୍ୟାଲୋଚନ ହୋଇଥିଲା। ଫଳାଫଳରୁ ଜଣାପଡ଼ିଲା କିଏ ତିନି ନମ୍ବରକୁ ଗଲା।
କିଏ ଦୁଇ ନମ୍ୱର୍ ରହିଲା। ଯିଏ ଲଢ଼ୁଛନ୍ତି ୨,୩ ଓ ୪ ନମ୍ୱର୍ ପାଇଁ ଲଢ଼ୁଛନ୍ତି । ବିଜେଡି ୧ ରେ ରହିବା କଥା ରହିବ। ବିଜେଡି ନେତା ସୁବାଷ ସିଂ କହିଛନ୍ତି। ଧାମନଗର ଉପନିର୍ବାଚନ ଇତିହାସ ରଚିବ।ମୁଖ୍ୟମନ୍ତ୍ରୀଙ୍କ ବିକାଶ ର ରୂପରେଖ ସଫଳତା ଦେବ। ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ରେ ବିଜେଡି ୨୮ ହଜାର ଅଧିକ ଭୋଟ ଆଗରେ ଥିଲା। ସଂଖ୍ୟାଲଘୁ ଭୋଟ ନବୀନଙ୍କ ସହ ଯୋଡ଼ି ହୋଇ ରହିଛି। ନବୀନଙ୍କ କାମ ହିଁ ତାଙ୍କ ପରିଚୟ। ତେଣୁ ବିଜେଡି ଜିତିବା ନିଶ୍ଚୟ ।