ଦାଦନ ଖଟିବାକୁ ଯାଇଥିଲେ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ବାପ-ପୁଅଙ୍କ ଜୀବନ

ଟିଟିଲାଗଡ଼: ଦାଦନ ଖଟିବାକୁ ଯାଇଥିଲେ, ଶବ ହୋଇ ଫେରିଲେ । ତାମିଲନାଡୁକୁ ଦାଦନ ଖଟିବାକୁ ଯାଇଥିଲେ ବାପ-ପୁଅ, ହେଲେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଉଭୟଙ୍କ ଜୀବନ । ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଅର୍ନ୍ତଗତ କୁସକେଲା ପଞ୍ଚାୟତ ଡଙ୍ଗରପଡା ଗ୍ରାମର ଅଭିରାମ କଟା (୪୫) ଓ ଉତ୍ତମ କଟା (୨୦) ତାମିଲନାଡୁକୁ ଦାଦନ ଯାଇଥିଲେ । ତାମିଲନାଡୁର ଶିଖଲୁର୍ ଗାଁର ଏକ ପୋଲଟ୍ରି ଫାର୍ମରେ କାମ କରୁଥିଲେ ଉଭୟ । ଫାର୍ମ ବାହାରେ ବାରହା […]

ଟିଟିଲାଗଡ଼: ଦାଦନ ଖଟିବାକୁ ଯାଇଥିଲେ, ଶବ ହୋଇ ଫେରିଲେ । ତାମିଲନାଡୁକୁ ଦାଦନ ଖଟିବାକୁ ଯାଇଥିଲେ ବାପ-ପୁଅ, ହେଲେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଉଭୟଙ୍କ ଜୀବନ । ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଅର୍ନ୍ତଗତ କୁସକେଲା ପଞ୍ଚାୟତ ଡଙ୍ଗରପଡା ଗ୍ରାମର ଅଭିରାମ କଟା (୪୫) ଓ ଉତ୍ତମ କଟା (୨୦) ତାମିଲନାଡୁକୁ ଦାଦନ ଯାଇଥିଲେ । ତାମିଲନାଡୁର ଶିଖଲୁର୍ ଗାଁର ଏକ ପୋଲଟ୍ରି ଫାର୍ମରେ କାମ କରୁଥିଲେ ଉଭୟ । ଫାର୍ମ ବାହାରେ ବାରହା ଧରିବାକୁ ଲାଗିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବାପା ଅଭିରାମଙ୍କ ସହିତ ପୁଅ ଉତ୍ତମଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ଖବର ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ସୂଚନା ଅନୁସାରେ, ସିନ୍ଧେକେଲା ଥାନା ଅନ୍ତର୍ଗତ ଡଙ୍ଗରପଡା ଗାଁର ଅଭିରାମ କଟାରଙ୍କ ପରିବାର ଦୀର୍ଘ ୩ ବର୍ଷ ତଳେ ପୋଲଟ୍ରି ଫାର୍ମରେ କାମ କରିବାକୁ ତାମିଲନାଡୁ ଯାଇଥିଲେ । ଗତ ୭ ତାରିଖ ସନ୍ଧ୍ୟାରେ ପୁଅ ଉତ୍ତମ ସାଙ୍ଗମାନଙ୍କ ସହିତ ଫାର୍ମ ବାହାରକୁ ଯାଇଥିବା ବେଳେ ବାରହା ପାଇଁ ଲାଗିଥିବା ବିଦ୍ୟୁତ ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଖବର ପାଇ ବାପା ଅଭିରାମ ପୁଅକୁ ବଞ୍ଚାଇବାକୁ ଯାଇ ସେ ମଧ୍ୟ ବିଦ୍ୟୁତ ତାର ରେ ଲାଗିଯାଇଥିଲେ । ଉଭୟଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ମୃତ୍ୟୁକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି । ୨ ଜଣଙ୍କ ମୃତ୍ୟୁ ପୃଥକ ପୃଥକ ସ୍ଥାନରେ ହୋଇଥିବାରୁ ହତ୍ୟାକାଣ୍ଡ ବୋଲି ସନ୍ଦେହ କରୁଛନ୍ତି ଗ୍ରାମବାସୀ । ଘଟଣାର ଉପଯୁକ୍ତ ତଦନ୍ତ ସହିତ ପୀଡ଼ିତଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ । କ୍ଷତିପୂରଣ ନମିଳିଲେ ଆନ୍ଦୋଳନକୁ ଓହିଲାଇବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

About The Author: The Sakala