ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ୍ ମହୁଲଡିହା ଥାନା ଅନ୍ତର୍ଗତ ଜରକ ପଞ୍ଚାୟତର ଖୁଦୀଶିଳା ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ନାଁ ପ୍ରିୟା କାର୍ଜି (୩୦) ।
ସୂଚନା ଅନୁଯାୟୀ, ପୁରୁଣା ଘରୁ ନୂଆ ଘରକୁ ଯାଉଥିବା ବେଳେ ନୂଆ ଘରର ଲୁହା କବାଟରେ ଲାଗି ପ୍ରିୟା କାର୍ଜିଙ୍କ ମୃତ୍ୟୁ ଘଟିଛି। କୌଣସି କାରଣ ବଶତଃ ନୂଆ ଘରର ଲୁହା କବାଟରେ ବିଦ୍ୟୁତ୍ ସଂଯୋଗ ହୋଇଯାଇଥିଲା। ଜାଣି ନ ପାରି କବାଟକୁ ଖୋଲିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଚଟଣାରେ ପଡ଼ି ଯାଇଥିଲେ ପ୍ରିୟା। ପରିବାରଲୋକେ ଉଦ୍ଧାର କରି ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣି ଥିଲେ। ହେଲେ ସେଠାରେ ଡାକ୍ତର ପ୍ରିୟାଙ୍କୁ ମୃତ ଘଷଣା କରିଥିଲେ।