ସହାୟତାର ହାତ ବଢାଇଲେ ପ୍ରଣବ ପ୍ରକାଶ, ନେଦରଲ୍ୟାଣ୍ଡରୁ ଫେରିବ ଓଡ଼ିଆ ଇଞ୍ଜିନିୟରଙ୍କ ମୃତଦେହ

ବାରିପଦା, ୨୨ା୩(ସମିସ): ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ନୂଆଗାଁ-ଶର୍ବଣା ଗ୍ରାମର ପ୍ରଫୁଲ୍ଲ କୁମାର ଦାସଙ୍କର ପୁତ୍ର ଲଳିତ କୁମାର ଦାସ(୩୬)ଙ୍କର ନେଦରଲ୍ୟାଣ୍ଡରେ ଅକାଳ ବିୟୋଗ ହୋଇଯାଇଥିବା ଜଣାପଡ଼ିଛି। ସ୍ୱର୍ଗତଃ ଲଳିତ ହାଇଦ୍ରାବାଦର ଏକ ସଫ୍ଟୱୟାର କମ୍ପାନୀରେ ଜଣେ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିବା ସମୟରେ ଗତ ଅକ୍ଟୋବର ମାସରେ ତାଙ୍କୁ ଏକ ବର୍ଷ ପାଇଁ ନେଦରଲ୍ୟାଣ୍ଡ ପଠାଯାଇଥିଲା। ତେବେ ସେଠାରେ ତାଙ୍କ ମୃତ୍ୟୁ ହୋଇଯାଇଥିବା ନେଇ ଖବର ପାଇବା ପରେ ପୂର୍ବତନ ଏସଡିସି ଚେୟାରମ୍ୟାନ ତଥା ରାଜ୍ୟ […]

ବାରିପଦା, ୨୨ା୩(ସମିସ): ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ନୂଆଗାଁ-ଶର୍ବଣା ଗ୍ରାମର ପ୍ରଫୁଲ୍ଲ କୁମାର ଦାସଙ୍କର ପୁତ୍ର ଲଳିତ କୁମାର ଦାସ(୩୬)ଙ୍କର ନେଦରଲ୍ୟାଣ୍ଡରେ ଅକାଳ ବିୟୋଗ ହୋଇଯାଇଥିବା ଜଣାପଡ଼ିଛି। ସ୍ୱର୍ଗତଃ ଲଳିତ ହାଇଦ୍ରାବାଦର ଏକ ସଫ୍ଟୱୟାର କମ୍ପାନୀରେ ଜଣେ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିବା ସମୟରେ ଗତ ଅକ୍ଟୋବର ମାସରେ ତାଙ୍କୁ ଏକ ବର୍ଷ ପାଇଁ ନେଦରଲ୍ୟାଣ୍ଡ ପଠାଯାଇଥିଲା। ତେବେ ସେଠାରେ ତାଙ୍କ ମୃତ୍ୟୁ ହୋଇଯାଇଥିବା ନେଇ ଖବର ପାଇବା ପରେ ପୂର୍ବତନ ଏସଡିସି ଚେୟାରମ୍ୟାନ ତଥା ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଡ. ଦେବାଶିଷ ମାର୍ଣ୍ଡି ଜିଲା ବିଜେଡି ପର୍ଯ୍ୟବେକ୍ଷକ ତଥା ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ଯୋଗାଯୋଗ କରି ଘଟଣା ସମ୍ପର୍କରେ ଅବଗତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କର ପରିକଳ୍ପିତ ‘ଓଡିଶା ମୋ ପରିବାର’ ସହାୟତାରେ ପର୍ଯ୍ୟବେକ୍ଷକ ଶ୍ରୀ ଦାସ ଲଳିତଙ୍କର ମରଶରୀର ନିଜ ପୈତୃକ ଗ୍ରାମକୁ ଆଣିବା ପାଇଁ ସମସ୍ତ ବନ୍ଦୋବସ୍ତ କରାଇଥିଲେ। ‘ଓଡିଶା ମୋ ପରିବାର’ର ଆବାହକ ଅରୂପ ପଟ୍ଟନାୟକ ମଧ୍ୟ ଘଟଣା ବାବଦରେ ପର୍ଯ୍ୟବେକ୍ଷକ ଶ୍ରୀ ଦାସଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ପର୍ଯ୍ୟବେକ୍ଷକ ଶ୍ରୀ ଦାସଙ୍କର ନିର୍ଦ୍ଦେଶରେ ‘ଓଡିଶା ମୋ ପରିବାର’ର ମୟୂରଭଞ୍ଜ ଜିଲା ସଂଯୋଜକ ଦେବାଶିଷ ମହାନ୍ତି ଏବଂ ପୂର୍ବତନ ଏସଡିସି ଚେୟାରମ୍ୟାନ ଡ. ଦେବାଶିଷ ମାର୍ଣ୍ଡି କଲକାତା ନେତାଜୀ ସୁବାସ ଚନ୍ଦ୍ର ବୋଷ ଆନ୍ତର୍ଜାତିକ ବିମାନ ବନ୍ଦରରୁ ସ୍ୱର୍ଗତ ଲଳିତଙ୍କର ମରଶରୀରକୁ ‘ଓଡିଶା ମୋ ପରିବାର’ ଦ୍ୱାରା ପଠାଯାଇଥିବା ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ମଙ୍ଗଳବାର ଲଳିତଙ୍କ ପୈତୃକ ଗ୍ରାମକୁ ଆଣିବେ ବୋଲି ଜଣାପଡ଼ିଛି। ପର୍ଯ୍ୟବେକ୍ଷକ ଶ୍ରୀ ଦାସ ଏବଂ ‘ଓଡିଶା ମୋ ପରିବାର’ର ଏହି ମହତ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି। ମଙ୍ଗଳବାର ସ୍ୱର୍ଗତ ଲଳିତଙ୍କର ପୈତୃକ ଗ୍ରାମରେ ଶେଷକୃତ୍ୟ ସମ୍ପାଦନ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର ସୂଚନା ଦେଇଛନ୍ତି।

About The Author: The Sakala