ହତ୍ଯାପରେ ବୃଦ୍ଧାଙ୍କ କଟାମୁଣ୍ଡ ଘଟଣା: ଦେଶୀ କୁକୁର ଖୋଜି ବାହାର କଲା କଟାମୁଣ୍ଡ

କରଞ୍ଜିଆ:  ସନ୍ଧାନୀ କୁକୁର ପାଇଲା ନାହିଁ ହେଲେ ଦେଶୀ କୁକୁର ଖୋଜି ବାହାର କରିଦେଲା ବୃଦ୍ଧାଙ୍କ କଟାମୁଣ୍ଡ। ଦୀର୍ଘ ୩୬ ଘଣ୍ଟାପରେ ପୁଲିସ ପାଇଲା ବୃଦ୍ଧାଙ୍କ କଟାମୁଣ୍ଡ । ଗତକାଲି ଡାହାଣୀ ସନ୍ଦେହରେ ଯମୁନା ହାଁସଦାଙ୍କୁ କେହି ଦୁର୍ବୃତ୍ତ ଜଘନ୍ୟ ହତ୍ୟା କରିବା ପରେ ମୁଣ୍ଡ କାଟି ନେଇଥିଲେ। ଯାହା ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ହଇଥିଲା, ତେବେ ଘଟଣା ସ୍ଥଳରୁ ବୃଦ୍ଧାଙ୍କ ମୃତ୍ୟୁ ଦେହ ମିଳିଥିଲା ବେଳେ ବୃଦ୍ଧାଙ୍କ କଟାମୁଣ୍ଡ ମିଳି ନ ଥିଲା । […]

କରଞ୍ଜିଆ:  ସନ୍ଧାନୀ କୁକୁର ପାଇଲା ନାହିଁ ହେଲେ ଦେଶୀ କୁକୁର ଖୋଜି ବାହାର କରିଦେଲା ବୃଦ୍ଧାଙ୍କ କଟାମୁଣ୍ଡ। ଦୀର୍ଘ ୩୬ ଘଣ୍ଟାପରେ ପୁଲିସ ପାଇଲା ବୃଦ୍ଧାଙ୍କ କଟାମୁଣ୍ଡ । ଗତକାଲି ଡାହାଣୀ ସନ୍ଦେହରେ ଯମୁନା ହାଁସଦାଙ୍କୁ କେହି ଦୁର୍ବୃତ୍ତ ଜଘନ୍ୟ ହତ୍ୟା କରିବା ପରେ ମୁଣ୍ଡ କାଟି ନେଇଥିଲେ। ଯାହା ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ହଇଥିଲା, ତେବେ ଘଟଣା ସ୍ଥଳରୁ ବୃଦ୍ଧାଙ୍କ ମୃତ୍ୟୁ ଦେହ ମିଳିଥିଲା ବେଳେ ବୃଦ୍ଧାଙ୍କ କଟାମୁଣ୍ଡ ମିଳି ନ ଥିଲା । ଯାହା ଫଳରେ କରଞ୍ଜିଆ ପୁଲିସକୁ ଏକ ବଡ ଚାଲେଞ୍ଜ ହୋଇଥିଲା । କରଞ୍ଜିଆ ପୁଲିସ ସାଇଣ୍ଟିଫିକ ଟିମ, ସନ୍ଧାନୀ କୁକୁର ସହିତ ଅଗ୍ନିଶମ ବିଭାଗର ସହାୟତା ନେଇଥିଲେ ବି ମୁଣ୍ଡ ପାଇଁ ନଥିଲା । ତେବେ ଆଜି ସନ୍ଧ୍ୟା ସମୟରେ ଏକ ନାଳ ପାଖରୁ ଉକ୍ତ ଗ୍ରାମର ଜୈନେକ ବ୍ୟକ୍ତି ମୁଣ୍ଡଟିକୁ କୁକୁର ନେଇଯାଉଥିବା ବେଳେ ସ୍ଥାନୀୟଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୁଣ୍ଡ ଜବତ କରିବା ସହିତ ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଛେଦ ପାଇଁ ଆଣିଛି । ତେବେ ବର୍ତ୍ତମାନ ସୁଧା ପୁଲିସର ହାତ ଖାଲି ଥିବା ବେଳେ ହତ୍ୟା କରି  ଫେରାର ଅଛି।

About The Author: The Sakala