ପରିସ୍ରା ପାଇଁ ଉଠିଥିଲେ, ଦଳିଦେଲା ହାତୀ

ବାରିପଦା: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡର ମଣଦା ରେଞ୍ଜ ଅନ୍ତର୍ଗତ ଦେଓପଟା ଗ୍ରାମରେ ବିଳମ୍ବିତ ରାତିରେ ଅଭାବନୀୟ ଘଟାଣା ଘଟିଯାଇଛି। ରାତିରେ ଘର ବାହାରକୁ ପରିସ୍ରା କରିବାକୁ ଯାଇ ହାତୀ ଆକ୍ରମଣର ଶିକାରରେ ଜଣଙ୍କର ଜୀବନ ଚାଲିଯାଇଛି। ମୃତକ ଜଣଙ୍କ ହେଲେ ରତନ ସୋରେନ। ସୂଚନା ଅନୁଯାୟୀସ ରତନ ଗତକାଲି ବିଳମ୍ବିତ ରାତିରେ ପରିସ୍ରା କରିବାକୁ ବାଡିପଟେ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଥିଲେ। ଅଚାନକ ହାତୀକୁ ଦେଖି ରତନ ଚିତ୍କାର କରିଥିଲେ।ପାଟିଶୁଣି ପରିବାର ଲୋକେ ଘରୁ […]

ବାରିପଦା: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡର ମଣଦା ରେଞ୍ଜ ଅନ୍ତର୍ଗତ ଦେଓପଟା ଗ୍ରାମରେ ବିଳମ୍ବିତ ରାତିରେ ଅଭାବନୀୟ ଘଟାଣା ଘଟିଯାଇଛି। ରାତିରେ ଘର ବାହାରକୁ ପରିସ୍ରା କରିବାକୁ ଯାଇ ହାତୀ ଆକ୍ରମଣର ଶିକାରରେ ଜଣଙ୍କର ଜୀବନ ଚାଲିଯାଇଛି। ମୃତକ ଜଣଙ୍କ ହେଲେ ରତନ ସୋରେନ।

ସୂଚନା ଅନୁଯାୟୀସ ରତନ ଗତକାଲି ବିଳମ୍ବିତ ରାତିରେ ପରିସ୍ରା କରିବାକୁ ବାଡିପଟେ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଥିଲେ। ଅଚାନକ ହାତୀକୁ ଦେଖି ରତନ ଚିତ୍କାର କରିଥିଲେ।ପାଟିଶୁଣି ପରିବାର ଲୋକେ ଘରୁ ବାହାରକୁ ଆସିବା ବେଳକୁ ହାତୀ ଆକ୍ରମଣର ଶିକାର ହୋଇ ସାରିଥିଲେ ରତନ। ଗୁରୁତର ଅବସ୍ଥାରେ ରତନଙ୍କୁ ପରିବାର ଲୋକେ ରାଇରଙ୍ଗପୁର ଡାକ୍ତର ନେଇଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ଯୁ ଘଟିଥିଲା। ଡାକ୍ତରଖାନାରେ ମୃତଦେହକୁ ଧରି ଜଙ୍ଗଲ ବିଭାଗ ଅଧିକାରୀଙ୍କୁ ପରିବାର ଲୋକେ ଅପେକ୍ଷା କରିଥିବା ବେଳେ କିନ୍ତୁ କୌଣସି କର୍ମଚାରୀ ପହଞ୍ଚି ନାହାଁନ୍ତି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି।

About The Author: The Sakala