ମାଛ ଧରୁଥିବା ବେଳେ ଭାସିଗଲେ ବୃଦ୍ଧ

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅଁଳାଯୋଡ଼ି ପଞ୍ଚାୟତର ଗୁଣ୍ଡୁରିଆ ଠାରେ ଆଜି ସକାଳେ ଜଣେ ବୃଦ୍ଧ ନିକଟସ୍ଥ ଗୁଳିଆ ନଦୀରେ ମାଛ ଧରୁଥିବା ବେଳେ ଜାଲ ସହିତ ଭାସି ଯାଇଥିଲେ। ନଦୀର ନିର୍ମାଣଧୀନ ପୋଲ ନିକଟରେ ରହିଥିବା ଅସ୍ଥାୟୀ ରାସ୍ତାକୁ ପୋଲ ନିର୍ମାଣକାରୀ ଠିକାଦାର ସଂସ୍ଥାର କର୍ମଚାରୀମାନେ ଆସି କାଟି ଦେଇଥିଲେ। ସେ ସମୟରେ ସେଠାରେ ମାଛ ଧରୁଥିବା ଗୁଣ୍ଡୁରିଆ ଗ୍ରାମର ଗଣେଶ ବାସ୍କେ ଓରଫ ଗାନେଙ୍କୁ ସ୍ଥାନ ଛାଡି ଚାଲିଯିବାକୁ ସେଠାରେ ଉପସ୍ଥିତ ଲୋକମାନେ […]

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅଁଳାଯୋଡ଼ି ପଞ୍ଚାୟତର ଗୁଣ୍ଡୁରିଆ ଠାରେ ଆଜି ସକାଳେ ଜଣେ ବୃଦ୍ଧ ନିକଟସ୍ଥ ଗୁଳିଆ ନଦୀରେ ମାଛ ଧରୁଥିବା ବେଳେ ଜାଲ ସହିତ ଭାସି ଯାଇଥିଲେ। ନଦୀର ନିର୍ମାଣଧୀନ ପୋଲ ନିକଟରେ ରହିଥିବା ଅସ୍ଥାୟୀ ରାସ୍ତାକୁ ପୋଲ ନିର୍ମାଣକାରୀ ଠିକାଦାର ସଂସ୍ଥାର କର୍ମଚାରୀମାନେ ଆସି କାଟି ଦେଇଥିଲେ। ସେ ସମୟରେ ସେଠାରେ ମାଛ ଧରୁଥିବା ଗୁଣ୍ଡୁରିଆ ଗ୍ରାମର ଗଣେଶ ବାସ୍କେ ଓରଫ ଗାନେଙ୍କୁ ସ୍ଥାନ ଛାଡି ଚାଲିଯିବାକୁ ସେଠାରେ ଉପସ୍ଥିତ ଲୋକମାନେ କହିଥିଲେ। ସେ ସ୍ଥାନ ଛାଡି ଚାଲି ଯିବା ପୂର୍ବରୁ ପାଣିର ସୁଅ ଏତେ ଭୟଙ୍କର ଥିଲା ଯେ ଚାହୁଁଚାହୁଁ ଜାଲ ସହିତ ଭାସି ଯାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ପ୍ରାୟ ଘଣ୍ଟାଏ କାଳ ନଦୀରେ ଖୋଜାଖୋଜି କରିବାପରେ ତାଙ୍କର ମୃତଦେହ ମିଳିଥିଲା। ଏ ସମ୍ପର୍କରେ ବହଳଦା ଥାନାରେ ଏକ ମାମଲା ରୁଜୁ ହୋଇଛି।

About The Author: The Sakala