ବାରିପଦା : ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର +୩ ଫାଇନାଲ ସେମିଷ୍ଟାର (ସି.ବି. ସି. ଏସ.) ୨୦୨୫ ମସିହାର ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି । ଚଳିତ ବର୍ଷ ଏହି ବିଶ୍ବବିଦ୍ୟାଳୟ ଅଧୀନରେ ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ୮୫ଟି ମହାବିଦ୍ୟାଳୟର ମୋଟ ୧୪୩୪୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।
ସେମାନଙ୍କ ମଧ୍ୟରୁ କଳାରେ ୮୬.୭୬ ପ୍ରତିଶତ,ବିଜ୍ଞାନରେ ୭୦.୩୨ ପ୍ରତିଶତ ଏବଂ ବାଣିଜ୍ୟରେ ୬୦.୧୯ ପ୍ରତିଶତ ଛତ୍ରେଛାତ୍ରୀ ଉତୀର୍ଣ୍ଣ ହୋଇଛନ୍ତି। ଛାତ୍ରଛାତ୍ରୀ ମାନେ ତାଙ୍କର ପରୀକ୍ଷା ଫଳ ଆଜି ଅପରାହ୍ନ ୪.୦୦ ଘଟିକା
ସମୟ ପରଠାରୁ www.nou.nic.in ରୁ ପାଇପାରିବେ ବୋଲି ବିଶ୍ବବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।