ମନୋରଞ୍ଜନ
ଓଡ଼ିଶା
ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ମାନସଙ୍କ ଉଦ୍ବେଗ: ଏଗ୍ରିଷ୍ଟାକକୁ ନେଇ ଏପର୍ଯ୍ୟନ୍ତ ଆସିନାହିଁ ସ୍ପଷ୍ଟତା
ଭୁବନେଶ୍ୱର: ରାଜ୍ୟରେ ଖରିଫ୍ ଧାନ କ୍ରୟ ବ୍ୟବସ୍ଥାରେ ଦେଖାଦେଇଥିବା ବ୍ୟାପକ ଅବ୍ୟବସ୍ଥାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ରାଜ୍ୟସଭା ସଂସଦୀୟ ଦଳ ନେତା ମାନସ ମଙ୍ଗରାଜ। ସାମାଜିକ ଗଣମାଧ୍ୟମ ଏକ୍ସରେ ଏନେଇ ପୋଷ୍ଟ କରି ଶ୍ରୀ ମଙ୍ଗରାଜ କହିଛନ୍ତି ଯେ ଧାନ କ୍ରୟ, ଚାଷୀ ପଞ୍ଜୀକରଣ, ଟୋକନ ବ୍ୟବସ୍ଥା ଏବଂ ଏଗ୍ରିଷ୍ଟାକକୁ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟତା ଆସିନାହିଁ। ଏଥିସହ ଧାନ କ୍ରୟ ପ୍ରକ୍ରିୟାକୁ ନେଇ ସଂପୃକ୍ତ ସରକାରୀ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ଓ ସହଯୋଗର ଅଭାବ ଥିବା ମଧ୍ୟ ଦେଖାଯାଉଛି। ଏଭଳି ସ୍ଥିତିରେ ଚାଷୀଙ୍କ ଜୀବିକା ଓ କଲ୍ୟାଣକୁ ସିଧାସଳଖ ପ୍ରଭାବିତ କରୁଥିବା ନିଷ୍ପତ୍ତି ନେବା ସମୟରେ ସରକାର କେତେ ପ୍ରସ୍ତୁତ ଅଛନ୍ତି, ତାହା ନେଇ ଗୁରୁତର ପ୍ରଶ୍ନ ଉଠୁଛି। ଚାଷୀମାନେ ଅନାବଶ୍ୟକ ଅସୁବିଧାର ସମ୍ମୁଖୀନ ନହୁଅନ୍ତି ତାହା ସୁନିଶ୍ଚିତ କରିବା ପାଇଁ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିଗୁଡ଼ିକ ପଛରେ ଉପଯୁକ୍ତ ଯୋଜନା, ସ୍ପଷ୍ଟତା ଓ ବିଭାଗୀୟ ସମନ୍ୱୟ ରହିବା ଆବଶ୍ୟକ ବୋଲି ଶ୍ରୀ ମଙ୍ଗରାଜ କହିଛନ୍ତି।