ଟ୍ରେନ ଧକ୍କାରେ ଚାଲିଗଲା ବାଇକ ଆରୋହୀଙ୍କ ଜୀବନ, ସମାଧାନ ଦାବିରେ ରେଳ ରୋକ

ବାରିପଦା: ରେଳ ଧାରଣା ପାର ବେଳେ ଧକ୍କାରେ ଚାଲିଗଲା ବାଇକ ଆରୋହୀଙ୍କ ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ରେଳ ଷ୍ଟେସନ ନିକଟରେ। ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କ ବାଇକରେ ରେଳ ଧାରଣା ଉପରେ ପାର ହେବା ବେଳେ ସୋମବାର ଶାଲିମାର ସୁପରଫାଷ୍ଟ ଟ୍ରେନ କଲିକତାରୁ ବାରିପଦା ଆସୁଥିବା ସମୟରେ ସମୟ ପ୍ରାୟ ୬.୩୦ମିନିଟରେ ଟ୍ରେନଟି ବାଇକକୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଯୁବକର […]

ବାରିପଦା: ରେଳ ଧାରଣା ପାର ବେଳେ ଧକ୍କାରେ ଚାଲିଗଲା ବାଇକ ଆରୋହୀଙ୍କ ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ରେଳ ଷ୍ଟେସନ ନିକଟରେ। ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କ ବାଇକରେ ରେଳ ଧାରଣା ଉପରେ ପାର ହେବା ବେଳେ ସୋମବାର ଶାଲିମାର ସୁପରଫାଷ୍ଟ ଟ୍ରେନ କଲିକତାରୁ ବାରିପଦା ଆସୁଥିବା ସମୟରେ ସମୟ ପ୍ରାୟ ୬.୩୦ମିନିଟରେ ଟ୍ରେନଟି ବାଇକକୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଯୁବକର ପ୍ରାଣବାୟୁ ଉଡି ଯାଇଥିଲା। ପୂର୍ବରୁ ସେ ସ୍ଥାନରେ ଏକ ଫାଟକ ଥିଲା ପରେ ୧୮ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରିତ କରାଯିବା ସମୟରେ ଉଡନ୍ତା ପୋଲ ନିର୍ମାଣ ହେତୁ ରାସ୍ତା ବନ୍ଦ କରି ଫାଟକକୁ ଉଠାଇ ଦିଆଯାଇଥିଲା।

ତେବେ ପୋଲ ତଳେ ଲୋକମାନେ ରେଳ ଧାରଣା ପାର ହେବା ପାଇଁ ବିକଳ୍ପ ବ୍ୟବସ୍ଥା ନ ଥିବାରୁ ପ୍ରତିଦିନ ବିପଦ ସଂକୁଳ ଭାବେ ରେଳ ଧାରଣା ଉପରେ ପାର ହୋଇ ଥାଆନ୍ତି। ପୂର୍ବରୁ ମଧ୍ୟ ଏପରି ଦୁର୍ଘଟଣା ଘଟିଥିବାର ନଜିର ରହିଥିବା ବେଳେ ସ୍ଥାନୀୟ ଲୋକେ ବହୁବାର ଫାଟକ ବସାଇବା ପାଇଁ ଦାବି କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରିନାହିଁ। ଉତ୍ୟକ୍ତ ଜନତା ନ୍ୟାୟ ଦାବିରେ ରେଳ ଧାରଣାରେ ବସିଥିବାର ଦେଖିବାକୁ ମିଳିଛି । ସ୍ଥାନୀୟ ପୁଲିସ ଓ ରେଳବାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ଆରମ୍ଭ କରିଛି।

About The Author: The Sakala