ବଜ୍ରକାପ୍ତା କାତି ଚୋରା ଚାଲାଣ ପାଇଁ ଡିଲ୍ ବେଳେ ମାଡି ବସିଲା ବନ ବିଭାଗ; ୧୫ ଖଣ୍ଡ କାତି ଜବତ, ୧୫ ଗିରଫ

The Sakala Picture
Published On

କରଞ୍ଜିଆ/ମୟୂରଭଞ୍ଜ: କରଞ୍ଜିଆ ସହର ମଧ୍ୟଦେଇ ଯାଇଥିବା ରାଞ୍ଚି-ବିଜୟୱାଡା କରିଡର ପାର୍ଶ୍ଵରେ ଥିବା ଏକ ଶୋରୁମର ଉପର ମହଲାରେ ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଆନ୍ତଃରାଜ୍ୟ ବଜ୍ରକାପ୍ତା କାତି ଚୋରାବେପାରୀଙ୍କ ସହ କାରବାର ସମୟରେ ବନବିଭାଗ ଅତର୍କିତ ଚଢ଼ାଉ କରି ୧୫ ଖଣ୍ଡ କାତି ସହ ୧୫ ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି । ଗତକାଲି ରାତିରେ କରଞ୍ଜିଆ ଆଇଆଇସି ରଞ୍ଜନ କୁମାର ସେଠୀ ପେଟ୍ରୋଲିଂ କରୁଥିବା ସମୟରେ କାତି କାରବାର ସମ୍ଭନ୍ଧରେ ଖବର ପାଇ ବନବିଭାଗକୁ […]

କରଞ୍ଜିଆ/ମୟୂରଭଞ୍ଜ: କରଞ୍ଜିଆ ସହର ମଧ୍ୟଦେଇ ଯାଇଥିବା ରାଞ୍ଚି-ବିଜୟୱାଡା କରିଡର ପାର୍ଶ୍ଵରେ ଥିବା ଏକ ଶୋରୁମର ଉପର ମହଲାରେ ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଆନ୍ତଃରାଜ୍ୟ ବଜ୍ରକାପ୍ତା କାତି ଚୋରାବେପାରୀଙ୍କ ସହ କାରବାର ସମୟରେ ବନବିଭାଗ ଅତର୍କିତ ଚଢ଼ାଉ କରି ୧୫ ଖଣ୍ଡ କାତି ସହ ୧୫ ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି । ଗତକାଲି ରାତିରେ କରଞ୍ଜିଆ ଆଇଆଇସି ରଞ୍ଜନ କୁମାର ସେଠୀ ପେଟ୍ରୋଲିଂ କରୁଥିବା ସମୟରେ କାତି କାରବାର ସମ୍ଭନ୍ଧରେ ଖବର ପାଇ ବନବିଭାଗକୁ ସୂଚନା ଦେଇଥିଲେ । କରଞ୍ଜିଆ ବନଖଣ୍ଡ କାର୍ଯ୍ୟାଳୟର ସହକାରୀ ବନ ସଂରକ୍ଷକ ଫାଲଗୁନି ବେହେରାଙ୍କ ନେତୃତ୍ୱରେ ବନାଞ୍ଚଳ ଅଧିକାରୀ ପ୍ରବୀର କୁମାର ମୁର୍ମୁ, କରଞ୍ଜିଆ ବନପାଳ ଧୃବେନ୍ଦ୍ର ନାଏକ, ରରୁଆଁ ବନପାଳ ଉମାକାନ୍ତ ବେହେରା, ଯଶିପୁର ବନପାଳ ବିଦ୍ୟାଧର ମହାନ୍ତ, ଦୁଧିଆଣି ବନପାଳ ଠାକୁରଦାସ ହେମ୍ବ୍ରମ, କାଦଡ଼ିହା ବନପାଳ ହରିଶ ଚନ୍ଦ୍ର ବେହେରା ,ବନରକ୍ଷୀ ଓ ସବୁଜବାହିନୀ ମିଳିତଭାବେ ଉକ୍ତ ଘର ଉପରେ ଚଢ଼ାଉ କରିଥିଲେ ।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ଚଢ଼ାଉ ସମୟରେ କାରବାରରେ ଲିପ୍ତ ଥିବା ୧୦ଜଣଙ୍କୁ ବନକର୍ମଚାରୀମାନେ କାବୁ କରିବା ସହ ସେମାନଙ୍କ ନିକଟରୁ ୧୫ଖଣ୍ଡ କାତି ଓ ୩ଗୋଟି ବାଇକକୁ ବନକର୍ମଚାରୀମାନେ ଜବତ କରିଥିଲେ । ୧୦ଜଣ ଅଭିଯୁକ୍ତଙ୍କୁ କାର୍ଯ୍ୟାଳୟକୁ ଆଣି ପଚରାଉଚୁରା ପରେ ଘଟଣାରେ ସଂପୃକ୍ତ ଆଉ ୫ଜଣଙ୍କୁ ଆଜି ଗିରଫ କରାଯାଇଥିଲା । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଢେଙ୍କିକୋଟର ନିତ୍ୟାନନ୍ଦ ମହାକୁଡ଼(୫୦), ଉକ୍ତ ଥାନା ଭରାଣ୍ଡିଆର ଗଣେଶ୍ୱର ନାଏକ(୩୪), ହରିଚନ୍ଦନପୁର ଥାନା ଜାମୁଯୋଡି ଗ୍ରାମର ବିନୋଦ ବିହାରୀ ପ୍ରଧାନ(୫୨), ପଣ୍ଡାପଡା ଥାନା ସୁନଟାଙ୍ଗିରି ଗ୍ରାମର ଭାଗିରଥି ମହାନ୍ତ(୫୫), ଉକ୍ତ ଥାନା ଶୁଆକାଠିର ଅଜିତ କୁମାର ବାରିକ(୨୭),କେଦୁଝର ଟାଉନ ଥାନା ଧାନଘରପଡାର ସନ୍ତୋଷ କୁମାର ପାତ୍ର(୩୯), ତୁରୁମୁଙ୍ଗା ଥାନା ଯୋଡିଚାତରର ପ୍ରଦୀପ କୁମାର ମହାନ୍ତ(୪୦), ସ୍ୱାମପାଟଣା ଥାନା ସୁନାପୋଷିର ଗୋବର୍ଦ୍ଧନ ହାଁସଦା(୩୦),ଯାଜପୁର ଜିଲ୍ଲା ଟମକା ଥାନା କିଆଝରର ସୁଶୀଲ ଚନ୍ଦ୍ର ମହାନ୍ତ(୫୧), କରଞ୍ଜିଆ ଥାନା ଜାମୁନାଳିଆର ରାମ କିସ୍କୁ(୩୪), ଉକ୍ତ ଥାନା ସରୁବାଲିର ଚତୁର୍ଭୁଜ କର(୪୮),ଝାରଖଣ୍ଡ ରାଜ୍ୟ ସିଂହଭୂମ ଜିଲ୍ଲା ହାଟଗମ୍ହାରିଆ ଥାନା ଭରାଣ୍ଡିଆର ମୁଚିଆ ଲାଗୁରୀ(୫୧), ରୁଇଆସାଙ୍ଗିସାହିର ଭୂଷଣ ଯୋଡ଼ା(୨୧), ଭଲାଣ୍ଡିଆର ରମେଶ ଲାଗୁରୀ(୩୪) ଏବଂ କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା କାଦଖମଣର ଦୁଷ୍ମନ୍ତ ମହାନ୍ତ(୨୪) ।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

ବନ୍ୟଜନ୍ତୁ ସଂରକ୍ଷଣ ଆଇନ ୧୯୭୨ ଅନୁଯାୟୀ ଏ ସଂକ୍ରାନ୍ତରେ ବନାଞ୍ଚଳରେ ଏକ ମକଦ୍ଦମା ନଂ ଓଆର-୭୯କେ/୨୦୨୧ ରୁଜୁ ହେବା ସହ ତଦନ୍ତକାରୀ ଅଧିକାରୀ ଫାଲଗୁନୀ ବେହେରା ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛନ୍ତି ।ଜବତ କାତିଗୁଡିକର ମୂଲ୍ୟ ଆନୁମାନିକ ୫୦-୬୦ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି ।ଏହି ଘଟଣାରେ ଆନ୍ତଃ ରାଜ୍ୟର ଏକ ରାକେଟ ଥିବା ସନ୍ଦେହରେ ତନାଘନା ଚାଲିଥିବା ପ୍ରକାଶ ।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

19 Nov 2021 By The Sakala

ବଜ୍ରକାପ୍ତା କାତି ଚୋରା ଚାଲାଣ ପାଇଁ ଡିଲ୍ ବେଳେ ମାଡି ବସିଲା ବନ ବିଭାଗ; ୧୫ ଖଣ୍ଡ କାତି ଜବତ, ୧୫ ଗିରଫ

କରଞ୍ଜିଆ/ମୟୂରଭଞ୍ଜ: କରଞ୍ଜିଆ ସହର ମଧ୍ୟଦେଇ ଯାଇଥିବା ରାଞ୍ଚି-ବିଜୟୱାଡା କରିଡର ପାର୍ଶ୍ଵରେ ଥିବା ଏକ ଶୋରୁମର ଉପର ମହଲାରେ ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଆନ୍ତଃରାଜ୍ୟ ବଜ୍ରକାପ୍ତା କାତି ଚୋରାବେପାରୀଙ୍କ ସହ କାରବାର ସମୟରେ ବନବିଭାଗ ଅତର୍କିତ ଚଢ଼ାଉ କରି ୧୫ ଖଣ୍ଡ କାତି ସହ ୧୫ ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି । ଗତକାଲି ରାତିରେ କରଞ୍ଜିଆ ଆଇଆଇସି ରଞ୍ଜନ କୁମାର ସେଠୀ ପେଟ୍ରୋଲିଂ କରୁଥିବା ସମୟରେ କାତି କାରବାର ସମ୍ଭନ୍ଧରେ ଖବର ପାଇ ବନବିଭାଗକୁ ସୂଚନା ଦେଇଥିଲେ । କରଞ୍ଜିଆ ବନଖଣ୍ଡ କାର୍ଯ୍ୟାଳୟର ସହକାରୀ ବନ ସଂରକ୍ଷକ ଫାଲଗୁନି ବେହେରାଙ୍କ ନେତୃତ୍ୱରେ ବନାଞ୍ଚଳ ଅଧିକାରୀ ପ୍ରବୀର କୁମାର ମୁର୍ମୁ, କରଞ୍ଜିଆ ବନପାଳ ଧୃବେନ୍ଦ୍ର ନାଏକ, ରରୁଆଁ ବନପାଳ ଉମାକାନ୍ତ ବେହେରା, ଯଶିପୁର ବନପାଳ ବିଦ୍ୟାଧର ମହାନ୍ତ, ଦୁଧିଆଣି ବନପାଳ ଠାକୁରଦାସ ହେମ୍ବ୍ରମ, କାଦଡ଼ିହା ବନପାଳ ହରିଶ ଚନ୍ଦ୍ର ବେହେରା ,ବନରକ୍ଷୀ ଓ ସବୁଜବାହିନୀ ମିଳିତଭାବେ ଉକ୍ତ ଘର ଉପରେ ଚଢ଼ାଉ କରିଥିଲେ ।

ଚଢ଼ାଉ ସମୟରେ କାରବାରରେ ଲିପ୍ତ ଥିବା ୧୦ଜଣଙ୍କୁ ବନକର୍ମଚାରୀମାନେ କାବୁ କରିବା ସହ ସେମାନଙ୍କ ନିକଟରୁ ୧୫ଖଣ୍ଡ କାତି ଓ ୩ଗୋଟି ବାଇକକୁ ବନକର୍ମଚାରୀମାନେ ଜବତ କରିଥିଲେ । ୧୦ଜଣ ଅଭିଯୁକ୍ତଙ୍କୁ କାର୍ଯ୍ୟାଳୟକୁ ଆଣି ପଚରାଉଚୁରା ପରେ ଘଟଣାରେ ସଂପୃକ୍ତ ଆଉ ୫ଜଣଙ୍କୁ ଆଜି ଗିରଫ କରାଯାଇଥିଲା । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଢେଙ୍କିକୋଟର ନିତ୍ୟାନନ୍ଦ ମହାକୁଡ଼(୫୦), ଉକ୍ତ ଥାନା ଭରାଣ୍ଡିଆର ଗଣେଶ୍ୱର ନାଏକ(୩୪), ହରିଚନ୍ଦନପୁର ଥାନା ଜାମୁଯୋଡି ଗ୍ରାମର ବିନୋଦ ବିହାରୀ ପ୍ରଧାନ(୫୨), ପଣ୍ଡାପଡା ଥାନା ସୁନଟାଙ୍ଗିରି ଗ୍ରାମର ଭାଗିରଥି ମହାନ୍ତ(୫୫), ଉକ୍ତ ଥାନା ଶୁଆକାଠିର ଅଜିତ କୁମାର ବାରିକ(୨୭),କେଦୁଝର ଟାଉନ ଥାନା ଧାନଘରପଡାର ସନ୍ତୋଷ କୁମାର ପାତ୍ର(୩୯), ତୁରୁମୁଙ୍ଗା ଥାନା ଯୋଡିଚାତରର ପ୍ରଦୀପ କୁମାର ମହାନ୍ତ(୪୦), ସ୍ୱାମପାଟଣା ଥାନା ସୁନାପୋଷିର ଗୋବର୍ଦ୍ଧନ ହାଁସଦା(୩୦),ଯାଜପୁର ଜିଲ୍ଲା ଟମକା ଥାନା କିଆଝରର ସୁଶୀଲ ଚନ୍ଦ୍ର ମହାନ୍ତ(୫୧), କରଞ୍ଜିଆ ଥାନା ଜାମୁନାଳିଆର ରାମ କିସ୍କୁ(୩୪), ଉକ୍ତ ଥାନା ସରୁବାଲିର ଚତୁର୍ଭୁଜ କର(୪୮),ଝାରଖଣ୍ଡ ରାଜ୍ୟ ସିଂହଭୂମ ଜିଲ୍ଲା ହାଟଗମ୍ହାରିଆ ଥାନା ଭରାଣ୍ଡିଆର ମୁଚିଆ ଲାଗୁରୀ(୫୧), ରୁଇଆସାଙ୍ଗିସାହିର ଭୂଷଣ ଯୋଡ଼ା(୨୧), ଭଲାଣ୍ଡିଆର ରମେଶ ଲାଗୁରୀ(୩୪) ଏବଂ କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା କାଦଖମଣର ଦୁଷ୍ମନ୍ତ ମହାନ୍ତ(୨୪) ।

ବନ୍ୟଜନ୍ତୁ ସଂରକ୍ଷଣ ଆଇନ ୧୯୭୨ ଅନୁଯାୟୀ ଏ ସଂକ୍ରାନ୍ତରେ ବନାଞ୍ଚଳରେ ଏକ ମକଦ୍ଦମା ନଂ ଓଆର-୭୯କେ/୨୦୨୧ ରୁଜୁ ହେବା ସହ ତଦନ୍ତକାରୀ ଅଧିକାରୀ ଫାଲଗୁନୀ ବେହେରା ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛନ୍ତି ।ଜବତ କାତିଗୁଡିକର ମୂଲ୍ୟ ଆନୁମାନିକ ୫୦-୬୦ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି ।ଏହି ଘଟଣାରେ ଆନ୍ତଃ ରାଜ୍ୟର ଏକ ରାକେଟ ଥିବା ସନ୍ଦେହରେ ତନାଘନା ଚାଲିଥିବା ପ୍ରକାଶ ।

https://www.thesakala.in/latest-odisha-news/mayurbhanj/15-pangolin-scales-seized-in-karanjia-15-arrested/article-6976
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର