ଇଂଜିନିୟରିଂ ପାଠ ନ ପଢି ଇଂଜିନିୟର କାମ: ନିଜ ଜ୍ଞାନ କୌଶଳରେ ତିଆରି କଲେ ସୌରଚାଳିତ ଚାରି ଚକିଆ ଗାଡି

The Sakala Picture
Published On

କରଞ୍ଜିଆ: କରୋନା ମହାମାରୀ କାହାପାଇଁ ଦୁର୍ଦଶା ଆଣିଥିବାବେଳେ କାହାପାଇଁ ଆଣିଥିଲା ସୁଯୋଗ । କାରଣ ଏହି ସମୟରେ ଘରେ ବସି ନୂଆ ଚିନ୍ତାକରିବା, ନୂଆ ଉଦ୍ଭାବନ କରିବାପାଇଁ ଥିଲା ପର୍ଯ୍ଯାପ୍ତ ସମୟ। ଆଉ ସମୟକୁ ସୁଯୋଗରେ ପରିଣତ କରିପାରିଛଅନ୍ତି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଏନଏସିର କ୍ଷୁଦ୍ର ବ୍ୟବସାଇ ତଥା ଚାଷୀ ସୁଶୀଲ କୁମାର ଅଗ୍ରୱାଲ। ନିଜର ଜ୍ଞାନ କୌଶଳରେ ନିର୍ମାଣ କରିପାରିଛନ୍ତି ସୌର ଚାଳିତ ଗାଡି। ଏହି ଗାଡିଟି ୧୯୨୦ ମସିହା ଆମେରିକା ଫୋର୍ଡ଼ ମଡେଲର ଚାରି […]

କରଞ୍ଜିଆ: କରୋନା ମହାମାରୀ କାହାପାଇଁ ଦୁର୍ଦଶା ଆଣିଥିବାବେଳେ କାହାପାଇଁ ଆଣିଥିଲା ସୁଯୋଗ । କାରଣ ଏହି ସମୟରେ ଘରେ ବସି ନୂଆ ଚିନ୍ତାକରିବା, ନୂଆ ଉଦ୍ଭାବନ କରିବାପାଇଁ ଥିଲା ପର୍ଯ୍ଯାପ୍ତ ସମୟ। ଆଉ ସମୟକୁ ସୁଯୋଗରେ ପରିଣତ କରିପାରିଛଅନ୍ତି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଏନଏସିର କ୍ଷୁଦ୍ର ବ୍ୟବସାଇ ତଥା ଚାଷୀ ସୁଶୀଲ କୁମାର ଅଗ୍ରୱାଲ। ନିଜର ଜ୍ଞାନ କୌଶଳରେ ନିର୍ମାଣ କରିପାରିଛନ୍ତି ସୌର ଚାଳିତ ଗାଡି। ଏହି ଗାଡିଟି ୧୯୨୦ ମସିହା ଆମେରିକା ଫୋର୍ଡ଼ ମଡେଲର ଚାରି ଚକିଆ ଗାଡି। ଗାଡିର ନିର୍ମାଣ ସରିଯାଇଥିବା ବେଳେ ଗାଡିକୁ ଏବେ ନିଜେ ସୁଶୀଲ ଚଲାଉଛନ୍ତି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

ସଳ୍ପ ଖର୍ଚ୍ଚରେ ଗାଡିଟିଏ ତିଆରି କରିବା ଚିନ୍ତା କରିଥିଲେ ସୁଶୀଲ । କାରଣ ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ଚାରି ଚକିଆ ଗାଡି କିଣିବା କଷ୍ଟ ହୋଉପଡୁଛି । ପୁଣି ଦିନକୁ ଦିନ ଡିଜେଲ ଓ ପେଟ୍ରୋଲ ଦର ଯେପରି ଭାବେ ବୃଦ୍ଧି ପାଉଛି ସମସ୍ତ ବର୍ଗର ଲୋକେ ଚାରି ଚକିଆ ଗାଡିକିଣି ଚଳାଇବା କଷ୍ଟକର । ତେଣୁ ଅଳ୍ପ ଖର୍ଚ୍ଚ ତଥା ବିନା ପେଟ୍ରୋଲ, ଡିଜେଲରେ କିପରି ଗାଡି ଚାଲିପାରିବ ଚିନ୍ତା କରି ଗାଡି ତିଆରି କରିବାରେ ସଫଳ ହୋଇଛନ୍ତି ସୁଶୀଲ। ଗାଡି ଏବେ ରାସ୍ତାରେ ଗଡିବା ସକ୍ଷମ, ସୁଶୀଲଙ୍କ କହିବା ଅନୁଯାଇ ଗାଡ଼ିରେ ଏକା ସାଙ୍ଗରେ ଚାରିଜଣ ବସିପାରିବେ ଓ ଥରେ ସୌର ବ୍ୟାଟେରୀକୁ ଚାର୍ଜ କଲେ ୩୫୦କିଲୋମିଟର ଚାଲିବ। ଏହି ଗାଡି ନିର୍ମାଣରେ ଗୋଟିଏ ସୌର ଚାଳିତ ବ୍ୟାଟେରୀ, ଗୋଟିଏ ପାଣି ପମ୍ପ ସହିତ କିଛି ଅଦରକାରୀ ଲୁହାକୁ ବ୍ୟବହାର କରିଛଅନ୍ତି ସୁଶୀଲ । ଏହି ଗାଡି ଘଣ୍ଟାକୁ ୩୦କିଲୋମିଟର ବେଗରେ ଚାଲିପାରିବା ବେଳେ ସୌର ବ୍ୟାଟେରୀ ଚାର୍ଜ କରିବାକୁ ଦୁଇ ରୁ ତିନି ଘଣ୍ଟା ଲାଗେବୋଲି କହନ୍ତି ସୁଶୀଲ । ଗାଡି ନିର୍ମାଣ ସାରିଥିବା ବେଳେ ଗାଡି ବିଜାରରେ ବିକ୍ରି କରିବାକୁ ସରକାରଙ୍କ ଠାରେ ଅନୁମତି ଲୋଡ଼ିଛଅନ୍ତି ସୁଶୀଲ।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର