ସୁବର୍ଣ୍ଣରେଖା କେନାଲରେ ଗାଧୋଇବା ବେଳେ ପାଣିରେ ଭାସିଯାଇ ନାବାଳକ ମୃତ

କୁଳିଅଣା: ମୟୂରଭଞ୍ଜ ଜିଲ୍ଲାର ସୁବର୍ଣ୍ଣରେଖା ମୁଖ୍ୟ କେନାଲ କେଉଟୁଣୀ ମାରୀଠାରେ ଜଣେ ନାବାଳକ ଗାଧୋଉ ଥିବା ସମୟରେ ଭାସିଯାଇ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଚାନ୍ଦୁଆ ଥାନା ଅନ୍ତର୍ଗତ ମାରାଙ୍ଗତାଣ୍ଡି ପଞ୍ଚାୟତ ଝିନେଇ ଗ୍ରାମର ମଣି ସିଂଙ୍କ ପୁଅ ରିତୁରାଜ (୧୪) ଜନ୍ମାଷ୍ଟମୀ ପାଇଁ ସ୍କୁଲ ଛୁଟି ଥିବାରୁ ସାଙ୍ଗମାନଙ୍କ ସହିତ ସୁବର୍ଣ୍ଣରେଖା କେନାଲକୁ ଗାଧୋଇବାକୁ ଯାଇଥିଲା । କେନାଲରେ ଗାଧୋଇବା ବେଳେ ପାଣିର ସ୍ରୋତ ଅଧିକ ଥିବାରୁ ନାବାଳକ ଜଣକ […]

କୁଳିଅଣା: ମୟୂରଭଞ୍ଜ ଜିଲ୍ଲାର ସୁବର୍ଣ୍ଣରେଖା ମୁଖ୍ୟ କେନାଲ କେଉଟୁଣୀ ମାରୀଠାରେ ଜଣେ ନାବାଳକ ଗାଧୋଉ ଥିବା ସମୟରେ ଭାସିଯାଇ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଚାନ୍ଦୁଆ ଥାନା ଅନ୍ତର୍ଗତ ମାରାଙ୍ଗତାଣ୍ଡି ପଞ୍ଚାୟତ ଝିନେଇ ଗ୍ରାମର ମଣି ସିଂଙ୍କ ପୁଅ ରିତୁରାଜ (୧୪) ଜନ୍ମାଷ୍ଟମୀ ପାଇଁ ସ୍କୁଲ ଛୁଟି ଥିବାରୁ ସାଙ୍ଗମାନଙ୍କ ସହିତ ସୁବର୍ଣ୍ଣରେଖା କେନାଲକୁ ଗାଧୋଇବାକୁ ଯାଇଥିଲା । କେନାଲରେ ଗାଧୋଇବା ବେଳେ ପାଣିର ସ୍ରୋତ ଅଧିକ ଥିବାରୁ ନାବାଳକ ଜଣକ ଭାସି ଯାଇଥିଲା । ସାଙ୍ଗମାନେ ପାଖରେ ଥିଲେ ମଧ୍ୟ ଭୟରେ ବଞ୍ଚାଇବାକୁ ସାହସ କରି ପାରି ନଥିଲେ । ଘର ଦୂରତା ୪ କିମିରୁ ଅଧିକ ଯୋଗୁଁ ସାଥୀ ପିଲାମାନେ ବିଳମ୍ବରେ ପରିବାର ଲୋକଙ୍କୁ ଖବର ଦେବାରୁ ସମସ୍ତେ ପହଞ୍ଚି ଥିଲେ । ମାତ୍ର ପାଣିର ସ୍ରୋତ ପାଇଁ କେହି ଭିତରକୁ ଯିବାକୁ ସାହସ କରିପରି ନଥିଲେ । ଅଗ୍ନିଶମ କର୍ମଚାରୀ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ପାଇନଥିଲେ ।

ଶେଷରେ ଜଳ ସେଚନ ବିଭାଗର ଅଧିକାରୀଙ୍କୁ ଅବଗତ ପରେ କେନାଲ ଗେଟ ବନ୍ଦ କରିବାରୁ ପାଣି ବନ୍ଦ ହୋଇଥିଲା । ସେତେ ବେଳକୁ ପିଲାଟିର ମୃତ୍ୟୁ ହୋଇ ସାରିଥିଲା । ଅଗ୍ନିଶମ କର୍ମଚାରୀ ମୃତଦେହକୁ କେନାଲରୁ ଉପରକୁ ଆଣିଥିଲେ। ଚାନ୍ଦୁଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୂଜୁ ସହିତ ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ପଣ୍ଡିତ ରଘନାଥ ମୁର୍ମୁ ମେଡିକାଲ ଓ କଲେଜକୁ ପଠାଇ ଅଧିକ ତଦନ୍ତ ଜାରି ରଖିଛନ୍ତି ।

About The Author: The Sakala