ନଭେମ୍ୱର ୩ରୁ ମାଟ୍ରିକ୍‌‌ ପରୀକ୍ଷା ଫର୍ମପୂରଣ

କଟକ: ନଭେମ୍ୱର ୩ରୁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ୨୦୨୫ ମାଟ୍ରିକ୍‌ ପରୀକ୍ଷା ନିମନ୍ତେ ଫର୍ମପୂରଣ କରାଯିବ। ରେଗୁଲାର ଓ ଏକ୍ସ-ରେଗୁଲାର୍‌ ବିଦ୍ୟାର୍ଥୀମାନେ ନଭେମ୍ୱର ୩ରୁ ୧୮ ତାରିଖ ରାତି ୧୧ଟା ୪୫ପର୍ଯ୍ୟନ୍ତ ଅନ୍‌‌ଲାଇନ୍‌‌ ଯୋଗେ ଫର୍ମପୂରଣ କରିବେ। ଫର୍ମ ପୂରଣ ସଂକ୍ରାନ୍ତରେ ଅନ୍‌‌ଲାଇନ୍‌‌ ଲିଙ୍କ୍‌‌ ଓ ସମସ୍ତ ନିର୍ଦେଶାବଳୀ ବୋର୍ଡ ୱେବସାଇଟ୍‌‌ (www.bseodisha.ac.in)ରେ ଉପଲବ୍ଧ ହେବ। କରେସପଣ୍ଡେଣ୍ଟ କୋର୍ସ (ପତ୍ର ବିନିମୟ ପାଠ୍ୟକ୍ରମ)ରେ ପରୀକ୍ଷା ଦେବାକୁ ଥିବା ପରୀକ୍ଷାର୍ଥୀମାନେ ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟରେ […]

କଟକ: ନଭେମ୍ୱର ୩ରୁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ୨୦୨୫ ମାଟ୍ରିକ୍‌ ପରୀକ୍ଷା ନିମନ୍ତେ ଫର୍ମପୂରଣ କରାଯିବ। ରେଗୁଲାର ଓ ଏକ୍ସ-ରେଗୁଲାର୍‌ ବିଦ୍ୟାର୍ଥୀମାନେ ନଭେମ୍ୱର ୩ରୁ ୧୮ ତାରିଖ ରାତି ୧୧ଟା ୪୫ପର୍ଯ୍ୟନ୍ତ ଅନ୍‌‌ଲାଇନ୍‌‌ ଯୋଗେ ଫର୍ମପୂରଣ କରିବେ। ଫର୍ମ ପୂରଣ ସଂକ୍ରାନ୍ତରେ ଅନ୍‌‌ଲାଇନ୍‌‌ ଲିଙ୍କ୍‌‌ ଓ ସମସ୍ତ ନିର୍ଦେଶାବଳୀ ବୋର୍ଡ ୱେବସାଇଟ୍‌‌ (www.bseodisha.ac.in)ରେ ଉପଲବ୍ଧ ହେବ। କରେସପଣ୍ଡେଣ୍ଟ କୋର୍ସ (ପତ୍ର ବିନିମୟ ପାଠ୍ୟକ୍ରମ)ରେ ପରୀକ୍ଷା ଦେବାକୁ ଥିବା ପରୀକ୍ଷାର୍ଥୀମାନେ ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟରେ ଉପ-ସମ୍ପାଦକଙ୍କ ଦ୍ୱାରା ଅଫ୍‌‌ଲାଇନ୍‌‌ରେ ଫର୍ମପୂରଣ କରିବେ। ଏ ସଂକ୍ରାନ୍ତରେ ଶୁକ୍ରବାର ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

About The Author: The Sakala