ଭୁବନେଶ୍ୱର ବିମାନବନ୍ଦରରୁ ୧୦ କୋଟିର ମାରିଜୁଆନା ଜବତ, ଦୁଇ ମହିଳା ଗିରଫ

ଭୁବନେଶ୍ୱର: ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଆଜି ସୀମା ଶୁଳ୍କ (କଷ୍ଟମ) ବିଭାଗ ପାଖାପାଖି ୧୦ କୋଟି ଟଙ୍କାର ମାରିଜୁଆନା ଜବତ କରିବା ସହ ଦୁଇ ମହିଳାଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୯.୫୨୪ କେଜି ମାରିଜୁଆନା (ଗଞ୍ଜେଇ ଜାତୀୟ) ଜବତ ହୋଇଛି। ଗତ ୪ ତାରିଖରେ ୨ଜଣ ଭାରତୀୟ ଯାତ୍ରୀ କ୍ୱାଲାଲମ୍ପୁରରୁ ବିମାନରେ ଆସି ଭୁବନେଶ୍ୱରରେ ଓହ୍ଲାଇଥିଲେ। ସେମାନଙ୍କ ହାବଭାବ ଉପରେ ସନ୍ଦେହ ହେବାରୁ ବ୍ୟାଗ୍‌‌କୁ ବିମାନବନ୍ଦରରେ ଯାଞ୍ଚ କରାଯାଇଥିଲା। ଉକ୍ତ ବ୍ୟାଗ୍‌‌ରୁ ୧୯ଟି ପ୍ୟାକେଟ୍‌‌ରେ […]

ଭୁବନେଶ୍ୱର: ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଆଜି ସୀମା ଶୁଳ୍କ (କଷ୍ଟମ) ବିଭାଗ ପାଖାପାଖି ୧୦ କୋଟି ଟଙ୍କାର ମାରିଜୁଆନା ଜବତ କରିବା ସହ ଦୁଇ ମହିଳାଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୯.୫୨୪ କେଜି ମାରିଜୁଆନା (ଗଞ୍ଜେଇ ଜାତୀୟ) ଜବତ ହୋଇଛି। ଗତ ୪ ତାରିଖରେ ୨ଜଣ ଭାରତୀୟ ଯାତ୍ରୀ କ୍ୱାଲାଲମ୍ପୁରରୁ ବିମାନରେ ଆସି ଭୁବନେଶ୍ୱରରେ ଓହ୍ଲାଇଥିଲେ। ସେମାନଙ୍କ ହାବଭାବ ଉପରେ ସନ୍ଦେହ ହେବାରୁ ବ୍ୟାଗ୍‌‌କୁ ବିମାନବନ୍ଦରରେ ଯାଞ୍ଚ କରାଯାଇଥିଲା। ଉକ୍ତ ବ୍ୟାଗ୍‌‌ରୁ ୧୯ଟି ପ୍ୟାକେଟ୍‌‌ରେ ଥିବା ସବୁଜ ରଙ୍ଗର ପଦାର୍ଥ ଠାବ କରାଯାଇଥିଲା। ଯାଞ୍ଚ କରିବାରୁ ତାହା ମାରିଜୁନା ବୋଲି ଜଣାପଡ଼ିଥିଲା। ପରେ କଷ୍ଟମ୍‌ ବିଭାଗ ସଂପୃକ୍ତ ଦୁଇ ମହିଳାଯାତ୍ରୀଙ୍କୁ ହେପାଜତକୁ ନେଇଥିଲା। ଏନ୍‌‌ଡିପିଏସ୍‌‌ ଆଇନ-୧୯୮୫ ଆଧାରରେ ସେମାନଙ୍କୁ ଗିରଫ କରାଯାଇଛି। ତେବେ ଏହି ମାମଲାରେ ଆଉ କାହାର ସମ୍ପୃକ୍ତି ରହିଛି, ସେନେଇ କଷ୍ଟମ୍‌ ବିଭାଗ ତନାଘନା ଚଳାଇଛି। ସୂଚନାଯୋଗ୍ୟ, ଓଡ଼ିଶା ଏବଂ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ମାରିଜୁଆନା ଜବତ ହେବାରେ ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି।

About The Author: The Sakala