ନବୀନଙ୍କ ବିଦେଶ ଗସ୍ତକୁ ନେଇ ଅପପ୍ରଚାର: ଓଡ଼ିଶାବାସୀ ପଞ୍ଚାୟତରେ ଜବାବ ଦେବେ ବୋଲି କହିଲେ ମାନସ ମଙ୍ଗରାଜ

ଭୁବନେଶ୍ୱର: ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତକୁ ନେଇ ରାଜନୈତିକ ବିବାଦ ତୀବ୍ର ହୋଇଥିବାବେଳେ ଶାସକ ବିଜେପିକୁ କଡ଼ା ଜବାବ ଦେଇଛନ୍ତି ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା ମାନସ ମଙ୍ଗରାଜ। ସେ କହିଛନ୍ତି ଯେ ରାଜ୍ୟବାସୀ ସବୁ ଦେଖୁଛନ୍ତି ଓ ସବୁ କଥା ବୁଝି ସାରିଛନ୍ତି। ନବୀନ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଖୁବ୍‌ କମ୍‌ ସଂଖ୍ୟକ ବିଦେଶ ଗସ୍ତ କରିଥିଲେ ଏବଂ ପ୍ରତ୍ୟେକ ଗସ୍ତ ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସହ ଜଡ଼ିତ ଥିଲାନବୀନଙ୍କ ସହ ବିଦେଶ ଗସ୍ତ କରିଥିବା ଅଧିକାରୀଙ୍କ ଗସ୍ତକୁ ନେଇ ତଥାକଥିତ ଅଭିଯୋଗ ଓ ତଦନ୍ତ କେବଳ ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବାକୁ ନିଷ୍ଫଳ ଉଦ୍ୟମ। ଏପରି ଅଭିଯୋଗ ଓ ଏହାର ତଦନ୍ତ କେବଳ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କାହାକୁ ଅଛପା ନାହିଁ। ଆଗାମୀ ଦିନରେ ଓଡ଼ିଶାବାସୀ ପଞ୍ଚାୟତରେ ଏହାର ଜବାବ ଦେବେ ବୋଲି ସେ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି ।

About The Author: Madhusudan Das